ETV Bharat / politics

ବୟନ, ପୋଷାକ ଶିଳ୍ପ ପାଇଁ 8 ଚୁକ୍ତି; ନିବେଶ ହେବ 7762 କୋଟି, 88 ହଜାର ନିଯୁକ୍ତି - TEXTILE INDUSTRY SECTOR INVESTMENT

ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ବିତୀୟ ଦିନ । ବୟନ, ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତ ସେକ୍ଟର ପାଇଁ 8 ଚୁକ୍ତି ସ୍ବାକ୍ଷରିତ ।

87
87 (ETV Bharat Odisha)
author img

By ETV Bharat Odisha Team

Published : Jan 29, 2025, 6:32 PM IST

ଭୁବନେଶ୍ୱର: ବୟନ, ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତରେ ଆସିବ ସମୃଦ୍ଧି । ବୟନ, ପୋଷାକ ଶିଳ୍ପ କ୍ଷେତ୍ରରେ ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୩୬ଟି ୟୁନିଟରେ ନିବେଶ ହେବ ମୋଟ ୭୭୬୨ କୋଟି ଟଙ୍କା । ଏଥିରେ ୨୨୦୦୦ ପ୍ରତ୍ୟକ୍ଷ ଏବଂ ୬୬୦୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ବୟନଶିଳ୍ପ, ପୋଷାକ ଶିଳ୍ପ, ରେଶମ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ବିକାଶ ଓ ସମୃଦ୍ଧି ପାଇଁ ଅପାର ସମ୍ଭାବନା ଆଣିଛି ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡ଼ିଶା କନକ୍ଲେଭ - ୨୦୨୫ । ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା’ ନୂଆ ଊର୍ଜା ଯୋଗାଇବ । ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

Utkarsh Odisha 2025
Utkarsh Odisha 2025 (ETV Bharat Odisha)

ଶ୍ରୀ ମା ଟେକ୍ସଟାଇଲ୍ସ, ମା ବନଦୁର୍ଗା ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍, ପ୍ରତିମା ଆଗ୍ରୋ ସ୍ପିନିଂ ମିଲ୍ସ, ତିଳୋତ୍ତମା ପ୍ରୋପ୍ରାଇଟର୍ସ, ଅରୁନ୍ଧତୀ ବାନ୍ଧକଳା, ଅନୁଭବ ନିଟ୍ୱେୟାର, ସେଡ୍ରା ଫିଲ୍ଟ୍ରେସନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସେହିପରି GI ପରର ପଦକ୍ଷେପ ଏବଂ ରେଶମ ଚାଷ କ୍ଷେତ୍ରରେ ମୋଡାଲ ଇକୋ-ରେସ ସଂରକ୍ଷଣ ଉପରେ ଟେକ୍ସଟାଇଲ୍ସ କମିଟି ଏବଂ କେନ୍ଦ୍ରୀୟ ରେଶମ ବୋର୍ଡ଼ ସହ ୨ ଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି । ଯାହା ଭବିଷ୍ୟତର ପ୍ରଗତି ଏବଂ ବିକାଶ ପାଇଁ ପଥ ପ୍ରସ୍ତୁତ କରିବ । ଫଳରେ ୩୬ଟି ୟୁନିଟରେ ୭୭୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ସୁରକ୍ଷିତ ହୋଇଛି । ଏହା ଯୋଗୁଁ ରାଜ୍ୟରେ ୨୨୦୦୦ ପ୍ରତ୍ୟକ୍ଷ ଏବଂ ୬୬୦୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Utkarsh Odisha 2025
Utkarsh Odisha 2025 (ETV Bharat Odisha)

ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, "ଉଦ୍ୟୋଗୀଙ୍କୁ ସୁହାଇବା ଭଳି ନୀତି, ଦୃଢ ଭିତ୍ତିଭୂମି, ଆବଶ୍ୟକୀୟ କଞ୍ଚାମାଲ, ଦକ୍ଷତାସମ୍ପନ୍ନ ମାନବ ସମ୍ବଳ, ସୁଦକ୍ଷ ବୁଣାକାର ଓ ଡବଲ ଇଂଜିନ୍ ସରକାର ଆମର ଶକ୍ତି । ତେଣୁ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଆମ ରାଜ୍ୟରେ ବିପୁଳ ସୁଯୋଗ ରହିଛି । ବୟନ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ପୁଞ୍ଜି ନିବେଶ ହେଉଛି ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” ଦୃଷ୍ଟିକୋଣର ଏକ ନିରନ୍ତର ଅନୁସରଣ ।"

Utkarsh Odisha 2025
Utkarsh Odisha 2025 (ETV Bharat Odisha)

ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି, "୮ଟି ଜିଆଇ ଟ୍ୟାଗ ମାନ୍ୟତାପ୍ରାପ୍ତ ହସ୍ତତନ୍ତ ବସ୍ତ୍ର ଓଡ଼ିଶାର ଗରିମାମୟ ହସ୍ତତନ୍ତ ପରମ୍ପରାର ନିଦର୍ଶନ । ଅଧିକ ପୁଞ୍ଜି ନିବେଶ ହେଲେ ଭିତ୍ତିଭୂମି, ବଜାର ଏବଂ ଦକ୍ଷତା ବିକାଶରେ ବୃଦ୍ଧି ହେବା ସହ ବୁଣାକାର ଏବଂ କାରିଗରମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ।"

Utkarsh Odisha 2025
Utkarsh Odisha 2025 (ETV Bharat Odisha)
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାରତ ସରକାରଙ୍କ ବୟନ କମିଶନର ରୂପ ରାଶି ପ୍ରମୁଖ ଯୋଗ ଦେଇଛନ୍ତି । ସଂଶୋଧିତ ଓଡ଼ିଶା ପୋଷାକ ଏବଂ ବୈଷୟିକ ବୟନ ନୀତି-୨୦୨୨ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଉନ୍ମୋଚିତ ହୋଇଛି । ମେସର୍ସ ସାହି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ, ମେସର୍ସ ସାହାନା ଗ୍ରୁପ୍ସ, ଟ୍ରାଇମେଟ୍ରୋ, ୱେଲସ୍ପୁନ ୱାର୍ଲ୍ଡ ଲିମିଟେଡ ଇଣ୍ଡୋରାମା ସିନ୍ଥେଟିକ୍ସ, MAS ହୋଲ୍ଡିଂସ ଭଳି ପୋଷାକ ଶିଳ୍ପସଂସ୍ଥା ଏହି ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ- ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଦ୍ବିତୀୟ ଦିନ; ଆଜି 30 MOU, ୩ ଲକ୍ଷ କୋଟିର ନିବେଶ - UTKARSH ODISHA 2025

ଏହା ବି ପଢନ୍ତୁ- 'ଉତ୍କର୍ଷ ଓଡ଼ିଶା'ରେ ୫ ଲକ୍ଷ କୋଟିଠୁ ଢେର ଅଧିକ ପୁଞ୍ଜିନିବେଶ ସମ୍ଭାବନା: ମୁଖ୍ୟମନ୍ତ୍ରୀ - UTKARSH ODISHA 2025

ଆଶା ଠୁ ଦୁଇ ଗୁଣା ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ- ଶିଳ୍ପ ସଚିବ

ଉତ୍କର୍ଷ ଓଡ଼ିଶାରେ ପୁଞ୍ଜି ନିବେଶ କୁ ନେଇ ଶିଳ୍ପ ସଚିବ ଙ୍କ ବଡ଼ ସୂଚନା । ଉତ୍କର୍ଷ ଓଡ଼ିଶାରୁ ଯେତିକି ପୁଞ୍ଜ ନିବେଶ ଆଶା ଥିଲା ତାହା ଠୁ ଦୁଇ ଗୁଣ ପ୍ରତିଶ୍ରୁତି ମିଳିଛି । ମେଟାଲ ଷ୍ଟିଲ କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଥିବା ବେଳେ ତାହା ତଳକୁ ରହିଛି କେମିକାଲ ଓ ପେଟ୍ରୋ କେମିକାଲ ।

ସେହିପରି ତିନି ନମ୍ବର ରେ ରହିଛି ସୌର ଶକ୍ତି, ପବନ ଶକ୍ତି ଭଳି ବା ଅକ୍ଷୟ ଶକ୍ତି କ୍ଷେତ୍ର ପାଇଁ ମଧ୍ୟ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଛି । ନୂଆ ସେକ୍ଟର ଭାବେ ଫାର୍ମା କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇ ଛନ୍ତି ବିଭିନ୍ନ କମ୍ପାନୀ । ଆନ୍ଧ୍ରପ୍ରଦେଶର Hetro ମେଡିସିନ କମ୍ପାନୀ ଓଡ଼ିଶା ରେ ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି । ସେହିପରି ଟେକ୍ସଟାଇଲ ଓ ଆପାରେଲ କ୍ଷେତ୍ରରେ ବି ପୁଞ୍ଜି ନିବେଶ ପାଇଁ ଅନେକ ଆଗ୍ରହୀ ରହିଛନ୍ତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ସରକାର ରଖିଥିବା ବେଳେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତିଶ୍ରୁତି ଆସିଛି । ସେହିପରି ଯେଉଁ କମ୍ପାନୀ କେବେ ଓଡ଼ିଶାକୁ ଆସିବାକୁ ଇଛା କରୁ ନଥିଲେ ସେମାନେ ଚଳିତ ଥର ଓଡ଼ିଶା ଆସିଛନ୍ତି ପୁଞ୍ଜି ନିବେଶ ପାଇଁ କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

Utkarsh Odisha 2025
Utkarsh Odisha 2025 (ETV Bharat Odisha)

ଅକ୍ଷୟ ଶକ୍ତିରେ ଆସିଲା ବଡ଼ ନିବେଶ-

ଏମସିଏଲ, ମହାନଦୀ କୋଲଡ଼ ଫିଲଡ, ଏନଏଲସି, ଆଇଓସିଏଲ, ଓଏନଜିସି ତ୍ରିପୁରା, ଆରଇସି, HPCL କମ୍ପାନୀ ରାଜ୍ୟ ସରକାରଙ୍କ ସହ ହେଲା ଏମଓୟୁ । ୭ ମାସ ମଧ୍ୟରେ ଏହି ସବୁ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଯିବ । ରାଜ୍ୟ ସରକାର ଉତ୍କର୍ଷ ଓଡିଶାରୁ ୫ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଶା ରଖିଥିବା ବେଳେ କେବଳ ଶକ୍ତି ବିଭାଗ ୪ ଲକ୍ଷରୁ ଅଧିକ ପୁଞ୍ଜି ନିବେଶ ଆସିବା ରେକର୍ଡ ସୃଷ୍ଟି କରିଛି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ, କେ ଭି ସିଂ ଦେଓ । ଆଜି ଉତ୍କର୍ଷ ଓଡ଼ିଶାର ଶେଷ ତଥା ଅନ୍ତିମ ଦିବସରେ ଏନେର୍ଜି ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ପରେ ବିଭାଗୀୟ ମନ୍ତ୍ରୀ ପୁଞ୍ଜିନିବେଶ ସୂଚନା ଦେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.