ଭୁବନେଶ୍ବର: ଦିନିକିଆ ଓଡିଶା ଗସ୍ତ ସାରି ଫେରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପିର ଚାଣକ୍ୟ । ଶାହଙ୍କ ମନ୍ତବ୍ୟ କର୍ମୀଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ । ବେକାରୀ ସମସ୍ୟା ପ୍ରସଙ୍ଗରେ ଖୋଦ କେନ୍ଦ୍ର ଓ ବିଜେପି ଶାସିତ ରାଜ୍ୟ ସରକାର ଛନ୍ଦି ହୋଇଥିବାବେଳେ ଓଡି଼ଶାରେ ଏକଥା ଉଠାଇ ବିବାଦରେ ଛନ୍ଦି ହୋଇଛନ୍ତି ଶାହ । ଏନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ଅମିତ ଶାହ ବିଜେପିକୁ ଆସନ୍ତା ନିର୍ବାଚନ ପାଇଁ ଗୋ ଆହେଡ୍ ସିଗ୍ନାଲ ଦେଇଛନ୍ତି । ଲୋକସଭା ସହ ବିଧାନସଭାରେ ଜୋରଦାର ଲଢେଇ ପାଇଁ ମନ୍ତ୍ର ଫୁଙ୍କିଲେ । ସରକାର ଗଢିବାକୁ ଉଦ୍ୟମ କରିବା ନେଇ ବାର୍ତ୍ତା ଦେଇଛନ୍ତି । ବିଜେଡି ସରକାର 25 ବର୍ଷ ଭିତରେ ରାଜ୍ୟ ପାଇଁ ଯେତିକି କରିବା କଥା ସେତିକି କରିନାହାନ୍ତି ବୋଲି କହିଛନ୍ତି । ପ୍ରଚୁର ଖଣିଜ ସମ୍ପଦ ସତ୍ତ୍ବେ ଓଡି଼ଶା ଗରିବ । ଦାଦନ ଖଟିବାକୁ ଯାଉଛନ୍ତି । ବିଜେପି ସରକାର ହେଲେ ଏମିତି ହେବ ନାହିଁ । ବିକାଶ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି । କିନ୍ତୁ ସରକାର ହେଲେ ଓଡି଼ଶାରୁ ବେକାରୀ ଦୂର ହେବା କଥାକୁ ଲୋକେ ବିଶ୍ବାସ କରିବେ ନାହିଁ ।"
"ସ୍ଥାନୀୟ ପ୍ରସଙ୍ଗ ଓ ନେତାଙ୍କୁ ନେଇ ନିର୍ବାଚନ ହେଉଛି । ଅମିତ ଶାହ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଟାକ୍ କରିନାହାନ୍ତି । ଖଣି ଲୁଟ୍ ଅଫିସର କରୁଛନ୍ତି ବୋଲି କହିଛନ୍ତି । ରାଜନେତା ସମ୍ପୃକ୍ତ ଅଛନ୍ତି ବୋଲି କେଉଁଠି କହିନାହାନ୍ତି । ଏଥିରୁ ଲକ୍ଷ୍ୟ କରିବା କଥା ସେ ନବୀନଙ୍କୁ ଟାର୍ଗେଟ କରିବାକୁ ଚାହୁଁ ନାହାନ୍ତି । ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ନାଁ ଉଠାଇନାହାନ୍ତି । ତେଣୁ ସେ ଆଗାମୀ ପରିସ୍ଥିତିକୁ ଲକ୍ଷ୍ୟ ରଖି ବକ୍ତବ୍ୟ ରଖିଛନ୍ତି" ବୋଲି କହିଛନ୍ତି ରବି ଦାସ ।
ଶାହଙ୍କ ମନ୍ତବ୍ୟ କର୍ମୀଙ୍କୁ ଉତ୍ସାହିତ ସହିତ ଉଠାଇବ ପ୍ରଶ୍ନ: ବରିଷ୍ଠ ସାମ୍ବାଦିକ - Politics On AMIT SHAH VISIT - POLITICS ON AMIT SHAH VISIT
Effect Of Amit Shah's Odisha Visit: ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହ । ହେଲେ ସେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି, ଯାହା କର୍ମୀଙ୍କୁ ଉତ୍ସାହିତ କରିଥିଲେ ବି ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଅଧିକ ପଢନ୍ତୁ
Published : Apr 26, 2024, 10:35 PM IST
ଏହା ବି ପଢନ୍ତୁ...ଓଡ଼ିଶାରେ କେମିତି ସରକାର ଗଢିବ ବିଜେପି, ବିଜୟମନ୍ତ୍ର ଫୁଙ୍କିଲେ ଶାହ - Lok Sabha Election 2024
ସେପଟେ ଶାହଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ସେ କହିଛନ୍ତି ,"2019 ନିର୍ବାଚନ ପୂର୍ବରୁ ଅମିତ ଶାହ ଆସିଥିଲେ । ସମାନ କଥା କହିଥିଲେ । ଗତ ଥର 120ରୁ ଅଧିକ ସଂଖ୍ୟାର ସିଟ୍ ହେବ ବୋଲି କହିଥିଲେ। ଏଥର ସେ ସଂଖ୍ୟା ଛୁଇଁଲେ ନାହିଁ । କାରଣ ସେ ବି ଅନୁଭବ କରିଛନ୍ତି ତାଙ୍କର ସ୍ଥିତି । ଯେପରି କୁହାଯାଉଛି ସେମିତି ନୁହେଁ । ନିର୍ବାଚନ ଆସିଲେ ରାଜନୈତିକ ବୟାନ ବାଜି ଚାଲିବ । ଓଡ଼ିଶା ପରିପ୍ରେକ୍ଷୀରେ ତାଙ୍କର ବିଶେଷ କିଛି ଗୁରୁତ୍ବ ନାହିଁ କି ପ୍ରଭାବ ପଡିବ ନାହିଁ । ଲୋକେ ନବୀନ ପଟ୍ଟନାୟକଙ୍କୁ ଅକୁଣ୍ଠ ସମର୍ଥନ ଦେଉଛନ୍ତି । ସେ ସମର୍ଥନ ବଜାୟ ରହିବ ବୋଲି ଆମେ ଆଶା କରୁଛୁ । ଲୋକମତ ଆଜି ବି ନବୀନ ପଟ୍ଟନାୟକଙ୍କ ସପକ୍ଷରେ ରହିଛି । ଯେଉଁମାନେ ଭାବୁଛନ୍ତି ବହୁତ କିଛି ପରିବର୍ତ୍ତନ ହେବ, ସେ ପରିବର୍ତ୍ତନ ତୃଣମୂଳ ସ୍ତରରେ ନାହିଁ । ପ୍ରଚାର ଅଭିମୁଖି କୁହାଯାଇପାରେ ।"
ଇଟିଭି ଭାରତ, ଭୁବନେଶ୍ବର