ETV Bharat / politics

2024 ନିର୍ବାଚନରେ ଭୋଟ ଜାଲିଆତି ଅଭିଯୋଗ; ନିର୍ବାଚନ କମିଶନଙ୍କ ଫେରାଦ ହେଲା ବିଜେଡି - BJD LEADERS MEET ECI

ନିର୍ବାଚନର 6 ମାସ ପରେ ବିଜେଡି ଆଣିଲା ସାଙ୍ଗାତିକ ଅଭିଯୋଗ । 2024 ନିର୍ବାଚନରେ ଭୋଟ ଜାଲିଆତି ହୋଇଥିବା ନେଇ ନିର୍ବାଚନ କମିଶନଙ୍କୁ ଜଣାଇଲା ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Dec 24, 2024, 8:15 AM IST

Updated : Dec 24, 2024, 9:06 AM IST

ଭୁବନେଶ୍ବର: ଓଡିଶାରେ 2024 ଲୋକସଭା ଓ ବିଧାନସଭା ନିର୍ବାଚନରେ ବ୍ୟାପକ ଭୋଟ ଜାଲିଆତି ହୋଇଥିବା ଅଭିଯୋଗ। ଭୋଟ ଦାନ ସଂଖ୍ୟା ନେଇ ଦୁଇ ପ୍ରକାରର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ତାଳମେଳ ନଥିବା ନିର୍ବାଚନର 6 ମାସ ପରେ ଅଭିଯୋଗ ଆଣିଛି ବିଜେଡି । ଏହାକୁ ନେଇ ସୋମବାର ଦିନ ବିଜେଡିର ଏକ ପ୍ରତିନିଧି ଦଳ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ।

ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ:

ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ଦିନ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ଦଳରେ ସୁଲତା ଦେଓ, ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ମାନସ ରଞ୍ଜନ ମଙ୍ଗରାଜ, ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ, ନିରଞ୍ଜନ ବିଶି ପ୍ରମୁଖ ନିର୍ବାଚନ ଆୟୋଗଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନ ମଣ୍ଡଳିୱାରୀ ତଥ୍ୟରେ ତାଳମେଳ ନଥିବା ତଥ୍ୟ ବିଜେଡି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି । ଭୋଟ ଗ୍ରହଣ ସମୟ ପରେ ମଧ୍ୟ ଇଭିଏମରେ ଭୋଟ ପଡିଥିବା ଅଭିଯୋଗ କରିଛି ଦଳ । ଭୋଟର ସଂଖ୍ୟା ଓ ଭୋଟ ହାରକୁ ନେଇ ଏଡିଆର ରିପୋର୍ଟରେ ମଧ୍ୟ ପ୍ରଶ୍ନ ଉଠିଥିଲା ।

BJD leaders meet eci
BJD leaders meet eci (ETV BHARAT ODISHA)

ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ତାଳମେଳ ନାହିଁ:

ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି, "ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ଏକ ଦାବିପତ୍ର ଦେଇଛୁ । ଓଡିଶା ଓ ଆନ୍ଧ୍ରପ୍ରଦେଶରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଏକ ସମୟରେ ହୋଇଥିଲା । ନିର୍ବାଚନ ପରେ ଦଳ ଭୋଟିଂର ତରିକା ନେଇ ରିସର୍ଚ୍ଚ କରିଛି । ମୋଟ ଭୋଟ ଓ ଉକ୍ତ ଇଭିଏମରେ ଗଣିତ ଭୋଟରେ ଅସଙ୍ଗତି ଥିବା ଆମ ନଜରକୁ ଆସିଛି । ଫର୍ମ 17(C) ଯାହା ଭୋଟ ସମୟରେ ଫିଲଅପ ହୁଏ । ପ୍ରିଜାଇଡିଂ ଅଫିସର ଏହାକୁ କରନ୍ତି । ଫର୍ମ 20 ରିଟର୍ଣ୍ଣିଂ ଅଫିସର ଭୋଟ ଗଣତିରେ ଦିଅନ୍ତି । ଉଭୟ ତଥ୍ୟରେ ତାଳମେଳ ନଥିବା ଜାଣିବାକୁ ପାଇଛୁ ।"

ଏହା ମଧ୍ୟ ପଢନ୍ତୁ-ନବୀନ ଆଉଟ୍, ମୋହନ ଇନ୍: ୨୪ ବର୍ଷର ପ୍ରତୀକ୍ଷା, ୨୪ରେ ପୂରଣ - YEARENDER ODISHA POLITICS

ଏହା ବି ପଢନ୍ତୁ....2024ରେ ମୋଦିଙ୍କ ହ୍ୟାଟ୍ରିକ୍, ଅସ୍ଥିତ୍ବକୁ ଫେରିଲେ ରାହୁଲ, ଓଡ଼ିଶା ସମେତ ବଦଳିଲା ବିଭିନ୍ନ ରାଜ୍ୟର କ୍ଷମତା ସମୀକରଣ

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, "ଭୋଟିଂ ଦିନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏକ ତଥ୍ୟ ଦିଆଯାଏ । ଏହାର ଦୁଇ ଦିନ ପରେ ନିର୍ବାଚନ ଆୟୋଗ ଚୂଡାନ୍ତ ତଥ୍ୟ ପ୍ରଦାନ କରନ୍ତି । 2004ରୁ ଓଡିଶାରେ ଏକକ ନିର୍ବାଚନ ହୋଇ ଆସୁଛି । ଭୋଟ ପୋଲିଂ ଓ ଭୋଟ ଗଣତି ମଧ୍ୟରେ ସର୍ବାଧିକ 2 ପ୍ରତିଶତ ବ୍ୟବଧାନ ରହୁଥିଲା । କିନ୍ତୁ ଚଳିତ ଥର ପ୍ରାୟ 30 ପ୍ରତିଶତ ରହିଛି । ଯାହା ଓଡ଼ିଶା ନିର୍ବାଚନ ଇତିହାସର ପ୍ରଥମ । ଓଡ଼ିଶାର 147ରୁ 50 ନିର୍ବାଚନ ମଣ୍ଡଳୀରେ 15ରୁ 30 ପ୍ରତିଶତ ବ୍ୟବଧାନ ରହିଛି । ସେହିପରି 38 ନିର୍ବାଚନ ମଣ୍ଡଳୀରେ 15ରୁ 20 ପ୍ରତିଶତ ବ୍ୟବଧାନ ହୋଇଛି । 10 ନିର୍ବାଚନ ମଣ୍ଡଳୀରେ 20ରୁ 25 ପ୍ରତିଶତ ମତଦାନ ହୋଇଛି । କଣ୍ଟାମାଳ ଓ କେନ୍ଦୁଝରରେ ବ୍ୟବଧାନ ସର୍ବାଧିକ ରହିଛି । କଣ୍ଟାମାଳରେ 28. 69 ପ୍ରତିଶତ ବ୍ୟବଧାନ ଥିବାବେଳେ କେନ୍ଦୁଝରରେ ଏହା 30.64 ପ୍ରତିଶତ ।"

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ନିର୍ବାଚନ କ୍ଷେତ୍ରରେ ଭୋଟ ବ୍ୟବଧାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅମର । ନିର୍ବାଚନ ପ୍ରକ୍ରିୟା ଉପରେ ବିଜେଡି ସନ୍ଦେହ ସୃଷ୍ଟି କରିବା ସହ ତଦନ୍ତ କାରିବାକୁ ନିର୍ବାଚନ ଆୟୋଗ ନିକଟରେ ଦାବି କରାଯାଇଛି । ନିର୍ବାଚନ ଆୟୋଗ ଏହା ଉପରେ ସ୍ପଷ୍ଟୀକରଣ ରଖିଲେ, ନିର୍ବାଚନ ପ୍ରକ୍ରିୟା ବିଶ୍ଵାସ ଭାଜନ ହୋଇପାରିବ ବୋଲି ଦଳ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 24, 2024, 9:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.