ଓଡିଶା

odisha

ETV Bharat / politics

ଦଳ ବଦଳ ନିରୋଧୀ ଆଇନରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଆଇନ ସମ୍ମତ: ରବି ଦାସ - Political Expert Rabi Das

Rabi Das on Speaker's Action: ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ସଭ୍ୟ ପଦ ରଦ୍ଦ ଆଇନ ସମ୍ମତ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢନ୍ତୁ

Rabi Das
Rabi Das

By ETV Bharat Odisha Team

Published : Apr 11, 2024, 9:42 PM IST

ଦଳ ବଦଳ ନିରୋଧୀ ଆଇନରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଆଇନ ସମ୍ମତ: ରବି ଦାସ

ଭୁବନେଶ୍ବର:ଦୁଇ ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି । ସମ୍ବିଧାନର ଦଶମ ଅନୁଚ୍ଛେଦ ଅନୁଯାୟୀ ଜୟଦେବ ବିଧାୟ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି । ବାଚସ୍ପତି ପ୍ରମିଳା ମଲ୍ଲିକ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ଆଇନ ସମ୍ମତ ଓ ତ୍ରୁଟିହୀନ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, ଦଳ ବଦଳ ନିରୋଧ ଆଇନ ଜରିଆରେ ନିର୍ଦ୍ଦେଶ ନମାନିଲେ କାର୍ଯ୍ୟାନୁଷ୍ଠାନ ନେବେ ବାଚସ୍ପତି । ଗୋଟିଏ ଦଳରୁ ନିର୍ବାଚିତ ହୋଇ ଆଉ ଏକ ଦଳକୁ ଚାଲିଯିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ହେବ । ବିଧାନସଭା ଚାଲିଥିବା ବା ନାଚାଲିଥିବାବେଳେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ହେବ । ଏମିତିକି ସ୍ୱାଧୀନ ଭାବେ ନିର୍ବାଚିତ ହୋଇ କୌଣସି ଦଳକୁ ଚାଲି ଗଲେ ମଧ୍ୟ ସଭ୍ୟ ପଦ ରଦ୍ଦ ହେବ । ଆଜି ଯେଉଁ ଦୁଇ ଜଣ ସଦସ୍ୟଙ୍କ ବିରୋଧରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେମାନେ ବିଜେଡିର ସଦସ୍ୟ ଥିଲେ । ବିଜେଡି ଟିକେଟରେ ସେମାନେ ବିଧାୟକ ହୋଇଥିଲେ । ସେମାନେ ଏବେ ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ଏହାର ଅର୍ଥ ସେମାନେ ଏବେ ବିଜେପିର ସଦସ୍ୟ ହୋଇସାରିଛନ୍ତି । ତେଣୁ ବାଚସ୍ପତିଙ୍କୁ ଏ ବାବଦରେ ଆଉ ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ । ଦଳ ବଦଳ ନିରୋଧୀ ଆଇନରେ ସେମାନଙ୍କର ସଭ୍ୟ ପଦ ରଦ୍ଦ ହେବ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବାଚସ୍ପତି କିଛି ଭୁଲ କାମ କରିନାହାନ୍ତି । କିମ୍ବା କୌଣସି ତ୍ରୁଟି ନାହିଁ ।"

ଏହା ବି ପଢନ୍ତୁ- ଭାରି ପଡ଼ିଲା ଦଳବଦଳ: ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରବ୍ଦ କଲେ ବାଚସ୍ପତି

କାର୍ଯ୍ୟାନୁଷ୍ଠାନ ପରେ ଚଳିତ ବିଧାନସଭାର ରହିଥିବା ବଳକା କିଛି ମାସର କାର୍ଯ୍ୟକାଳରେ ବିଧାୟକ ଭାବେ ଉଭୟ ପୂର୍ବରୁ ପାଉଥିବା ସରକାରୀ ସୁବିଧା ଆଉ ପାଇବେ ନାହିଁ । ବିଧାୟକ ଭାବେ ତାଙ୍କୁ ମିଳୁଥିବା ସୁରକ୍ଷା କର୍ମୀ ମଧ୍ୟ ହଟେଇ ନିଆଯିବ । ଜୀବନ ପ୍ରତି ବିପଦ ଥିଲେ ସେ ଆବେଦନ କରି କିମ୍ବା ପୋଲିସ ପକ୍ଷରୁ ସେମାନଙ୍କୁ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇପାରିବ । କିନ୍ତୁ ସୁରକ୍ଷା କର୍ମୀଙ୍କ ବାବଦରେ ଆନୁସଙ୍ଗିକ ଖର୍ଚ୍ଚ ଖୋଦ ବହନ କରିବେ । ଯଦି ସେମାନେ ଆଗାମୀ ନିର୍ବାଚନରେ ବିଜୟ ହୁଅନ୍ତି ତେବେ ବିଧାୟକ ଭାବେ ପୂର୍ବପରି ସୁବିଧା ପାଇବେ । ଯଦି ଆସନ୍ତା ନିର୍ବାଚନରେ ନିର୍ବାଚିତ ନହୁଅନ୍ତି ତେବେ ସେମାନେ ପେନସନ ପାଇବେ । ପେନସନ ପାଇବାରେ କୌଣସି ସମସ୍ୟା ରହିବ ନାହିଁ ।

ଦଳ ବଦଳ ନିରୋଧ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଆଦର୍ଶ ଆଚରଣ ବିଧି ସହ ଏହାର କୌଣସି ସମସ୍ୟା ନାହିଁ । ଦଳ ବଦଳ ନିରୋଧ ଆଇନ ବ୍ୟବହାର ବାଚସ୍ପତିଙ୍କ କ୍ଷମତା । ସେ ଏହାକୁ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି ରବି ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details