ETV Bharat / state

ଚକମା ଦେଇ ଖସିଯାଉଥିଲା ୧୮ ଟନ୍ ଜିନିଷ, ଭୁବନେଶ୍ୱରରୁ ପିଛା କରି ଧରିଲା CT GST ସ୍କ୍ବାଡ୍ - TOBACO SEIZED

ବିନା ଇ ଓ୍ବେ ବିଲ୍ ଓ ଟ୍ୟାକ୍ସ ନ ଭରି ୧୮ ଟନର ଜିନିଷ ନେଇ ରାଜ୍ୟ ପାର ପାଇଁ ଯୋଜନା କରିଥିଲେ ତସ୍କର।

18 ଟନର ଖଇନି ଜବତ
18 ଟନର ଖଇନି ଜବତ (ETV Bharat)
author img

By ETV Bharat Odisha Team

Published : Feb 1, 2025, 7:59 PM IST

ଭୁବନେଶ୍ବର: ଗୋଟିଏ ପଟେ ବଜେଟ ଉପରେ ସଭିଙ୍କ ଥିଲା ନଜର। ଅନ୍ୟପଟେ ଟ୍ୟାକ୍ସ ଫାଙ୍କି ସପ୍ଲାଏ ପାଇଁ ଚାଲିଥିଲା ଚକ୍ରାନ୍ତ। ବିନା ଇ ଓ୍ବେ ବିଲ୍ ଓ ଟ୍ୟାକ୍ସ ନ ଭରି ୧୮ ଟନର ଜିନିଷ ନେଇ ରାଜ୍ୟ ପାର ପାଇଁ ଯୋଜନା କରିଥିଲେ ତସ୍କର। ୧୮ ଟନ ଜିନିଷର ପିଛା କରି ଶେଷରେ ଖଇନି ଚୋରା ଚାଲାଣ କାରବାରର ପର୍ଦ୍ଦାଫାଶ କରିଛି ଭୁବନେଶ୍ୱର ସିଟି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ।

18 ଟନର ଖଇନି ଜବତ (ETV Bharat)
  • ହାଇଟେକ୍‌ ଛକରୁ ହାଇଟେକନିକ ଉପାୟରେ ଧରାପଡିଲା

ଭୁବନେଶ୍ୱର ହାଇଟେକ୍ ଛକରୁ ହାଇଟେକ୍ନିକ ଉପାୟରେ ଏକ ଆନ୍ଧ୍ର ଟ୍ରକ ଧରିଛନ୍ତି ଭୁବନେଶ୍ୱର ସିଟି ଜିଏସଟି ଅଧିକାରୀ। AP 07 TE 8989 ଗାଡି ନମ୍ବର ଟ୍ରକରେ ୧୮ ଟନ ଖଇନି ଚାଲାଣ ହେଉଥିବା ବେଳେ ବିନା କାଗଜପତ୍ରରେ ଓଡ଼ିଶା ଦେଇ ଅତିକ୍ରମ କରିବାକୁ ଚେଷ୍ଟା ବେଳେ ପିଛା କରି ଧରିଛନ୍ତି ଅଧିକାରୀ । ଜବତ ଖଇନିର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ।

18 ଟନର ଖଇନି ଜବତ
18 ଟନର ଖଇନି ଜବତ (ETV Bharat)

ସିଟି ଜିଏସଟି ଡେପୁଟି କମିସନର ମାନସ ରଞ୍ଜନ ସ୍ବାଇଁ ସୂଚନା ଦେଇ କହିଛନ୍ତି ‘‘ଏନେଇ ତଦନ୍ତ ଚାଲିଛି। ଯାହା ଗୋଟିଏ ମାନୁଆଲ ଡକ୍ୟୁମେଣ୍ଟ ଅଛି ୧୮ ଟନର ଜିନିଷ ରହିଛି। ଡକ୍ୟୁମେଣ୍ଟ କିଛି ନାହିଁ ଜିଏସଟିର କିଛି ସୁଚନା ନାହିଁ । ଟ୍ୟାକ୍ସ ନ ଦେଇ ଏଭଳି ଫାଙ୍କି ଆନ୍ଧ୍ରରୁ ପାଟନା ଚାଲାଣ କରୁଥାବା ଜଣାପଡିଛି। ତାର ପୁରୁଣା ରେକର୍ଡ ଜଣାପଡ଼ୁଛି ଗୁଣ୍ଟୁର ଏକ ଇ ଓ୍ବେ ବିଲ ଦେଖାଇ ଓଡ଼ିଶା ଭିତରେ ପ୍ରବେଶ କରିଛି। ତେଣୁ ବେଆଇନ ଚାଲାଣ ନେଇ ତଦନ୍ତ ଚାଲିଛି। ତେବେ କିଛି ଗୁରୁତ୍ଵପୂର୍ଣ୍ଣ ମାଲବାହୀ ଗାଡି ଯୋଗେ ଆସୁଥିବାର ଖବର ପାଇଥିଲା ସିଟି ଜିଏସଟି ସ୍କ୍ୱାର୍ଡ। ଏନେଇ ଖୋର୍ଦ୍ଧା ପିତାପଲ୍ଲୀରୁ ଟ୍ରକକୁ ଟ୍ରାକ କରି ପିଛା କରିଥିଲେ ସିଟି ଜିଏସଟିର ଅଫିସର। ଜିଏସଟି ଇ ଓ୍ବେ ବିଲ ଅନଲାଇନରେ ମଧ୍ୟ ଯାଞ୍ଚ ବେଳେ ସେଭଳି କିଛି ତଥ୍ୟ ମିଳିନଥିଲା। ତେଣୁ ସେହି ଟ୍ରକ ନମ୍ବର ଆଧାରରେ କଣ ଚାଲାଣ ହେଉଛି ଜାଣିବା ପାଇଁ ପୋଲିସ ପିଛା କରିଥିଲା । ଆନ୍ଧ୍ରରୁ ଓଡ଼ିଶା ଦେଇ ବିହାରର ପାଟନା ଚାଲାଣ ପାଇଁ ଯିବା ବେଳେ ଟ୍ରକଟିକୁ ଅଟକାଇଥିଲା ପୋଲିସ।’’

  • 18 ଟନ୍‌ର ଖଇନି ଜବତ

କିଛି ଗୁରୁତ୍ଵପୂର୍ଣ୍ଣ ମାଲ୍‌ ପରିବହନ ହେଉଥିବା ସଂଦେହ କରି ତସ୍କର ମାନଙ୍କ ପିଛା କରିଥିଲା ପୋଲିସ । ପିତାପଲ୍ଲୀ ଗେଟରେ ଗାଡି ଅତିକ୍ରମ କରିବା ପରେ ଗାଡିଟି ଭୁବନେଶ୍ୱର ଦେଇ ସହର ଭିତରକୁ ପ୍ରବେଶ କରିଥିଲା। ସତସଙ୍ଗ ବିହାର ଦେଇ ଗାଡିକୁ ଧରିବା ପାଇଁ ଜିଏସଟି ଅଧିକାରୀ ଚେଷ୍ଟା କରିଥିଲେ। ହେଲେ ଫେଲ୍‌ ମାରିଥିଲା । ଟ୍ରକଟି ରସୁଲଗଡ଼ ଓଭରବ୍ରିଜ ତଳେ ଦେଇ ଖସିଯିବା ପାଇଁ ଚେଷ୍ଟା କରିଥିବାବେଳେ ଆଗରୁ ଛକି ରହିଥିବା ହାଇଟେକ୍ ଛକ ପାଖରେ ଏକ ଟିମ୍ ମଧ୍ୟ ଗାଡ଼ିର ସାମ୍ନାପଟୁ ପିଛା କରିଥିଲେ । ଶେଷରେ ଟ୍ରକକୁ କାବୁ ପରେ ଗାଡ଼ିର କାଗଜପତ୍ର ଯାଞ୍ଚ ବେଳେ କୌଣସି କାଗଜପତ୍ର ସେ ଦେଇ ପାରିନଥିଲେ। ତେବେ ଏକ ହାତଲେଖା ମାନୁଆଲ ରିସିପଟ୍‌ ଥିଲା। ଯେଉଁଥିରେ ୧୮ଟନ ଜିନିଷର ଖଇନି ଚାଲାଣ ହେଉଥିଲା ।

18 ଟନର ଖଇନି ଜବତ
18 ଟନର ଖଇନି ଜବତ (ETV Bharat)

ଏହା ମଧ୍ୟ ପଢନ୍ତୁ ପ୍ରଭାବୀ ନୁହେଁ ବଜେଟ, ଓଡ଼ିଶା ପାଇଁ ନାହିଁ ସ୍ୱତନ୍ତ୍ର ପ୍ୟାକେଜ: ବିଧାୟିକା ସୋଫିଆ ଫିର୍ଦ୍ଦୋଶ

ଏହା ମଧ୍ୟ ପଢନ୍ତୁ ଥଇଥାନ କେନ୍ଦ୍ର ନିର୍ଯାତନା: ସ୍ଥାନାନ୍ତରିତ ହେଲେ ଅନ୍ତେବାସୀ, DSSOଙ୍କୁ ନୋଟିସ୍‌

  • କଣ୍ଟେନରରୁ ସୁନା ଜବତ କରିଥିଲା ସିଟି ଜିଏସଟି

ଏନେଇ ଟ୍ରକ ଡ଼୍ରାଇଭରକୁ ନୋଟିସ୍ ସହ କିଏ କେଉଁଠୁ ମାଲ ସପ୍ଲାଏ କରିଛି ସେନେଇ ତଥ୍ୟ ମାଗିଛନ୍ତି ସିଟି ଜିଏସଟି ଅଧିକାରୀ । ବିଶେଷ କରି ଏସବୁ ଖଇନି ଟବାକୋ ପ୍ରସ୍ତୁତକାରୀ କମ୍ପାନୀ ମାନେ ବ୍ୟବହାର କରାନ୍ତି । ଯାହାକି ଏଭଳି ଖଇନି ପତ୍ରକୁ ନେଇ ବ୍ୟବହାର କରାଯାଏ । ତେବେ ବିଶେଷ କରି ବିହାରରେ ଅଧିକାଂଶ ଲୋକେ ଖଇନି ଓ ଗୁଟୁଖା ବା ଟୋବାକୋ ପ୍ରସ୍ତୁତକାରୀ କମ୍ପାନୀ ରହିଛନ୍ତି । ହୁଏତ ଏସବୁ ସେଠାକୁ ବେଆଇନ ଭାବେ ଚାଲାଣ କରୁଥାଇ ପାରନ୍ତି ବୋଲି ସଂଦେହ କରୁଛନ୍ତି ଜିଏସଟି ଅଧିକାରୀ । ପୁର୍ବରୁ ମଧ୍ୟ ସିଟି ଜିଏସଟି ଅଧିକାରୀ ଏଭଳି ଅନେକ ବେଆଇନ ଚାଲାଣ ହେଉଥିବା ସୁନା ଠୁ ଆରମ୍ଭ କରି ଅନେକ ଜିନିଷ ବା ମାଲ ବୋଝେଇ ସ୍କ୍ରାପ ଗାଡି ମଧ୍ୟ ଜବତ ହୋଇଛି । ବିଶେଷ କରି ବିନା ଜିଏସଟିରେ ଟ୍ୟାକ୍ସ ଫାଙ୍କି ଗଳା ବାଟ ଦେଇ ଏଭଳି ଚାଲାଣ କରୁଥିବା କାରବାର ଉପରେ ନଜର ରଖିଥାଏ ସିଟି ଜିଏସଟି । ଅତୀତରେ ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ବୋଝେଇ କଣ୍ଟେନରରେ ୮୦କେଜି ସୁନା ଓ ୨ କ୍ବିଣ୍ଟାଲ ରୁପା ଜବତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.