ଓଡିଶା

odisha

By ETV Bharat Odisha Team

Published : Apr 2, 2024, 8:53 PM IST

ETV Bharat / politics

ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ପରେ କଳାହାଣ୍ଡି ରାଜନୀତି ସରଗରମ - ODISHA ASSEMBLY ELECTION 2024

Kalahandi To Witness High Intense Political Fight: ବିଜେପିର ପ୍ରଥମ ପର୍ଯ୍ୟାୟରେ ୧୧୨ଟି ସିଟ୍ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ଲଢେଇ ପାଇଁ ବିଜେପି ପ୍ରାର୍ଥୀମାନେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଅଧିକ ପଢନ୍ତୁ

ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ପରେ କଳାହାଣ୍ଡି ରାଜନୀତି ସରଗରମ
ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ପରେ କଳାହାଣ୍ଡି ରାଜନୀତି ସରଗରମ

ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ପରେ କଳାହାଣ୍ଡି ରାଜନୀତି ସରଗରମ

ଭବାନୀପାଟଣା: ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ପରେ ସରଗରମ ରାଜନୀତି । ପ୍ରକାଶ ପାଇଁ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ଯାହାକୁ ନେଇ ଉତ୍ସାହିତ ବିଜେପି ଶିବିର । ପ୍ରଥମେ ବିଜେଡି ନିଜ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ହେଲେ କଳାହାଣ୍ଡି ଜିଲ୍ଲାରେ ଅନେକ ପୁରୁଣା ନେତାଙ୍କୁ ସୁଯୋଗ ଦେଇଥିବା ବେଳେ ଜଣେ ନୂଆଁ ଚେହେରାକୁ ମଧ୍ୟ ଦଳ ଟିକେଟ ଦେଇଛି ।

କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ଭବାନୀପାଟଣା । ୨୦୧୯ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀ ବିଜେପି ଖାତାକୁ ଯାଇଥିବା ବେଳେ ଦଳର ନେତା ପ୍ରଦୀପ୍ତ ନାଏକ ବିଜୟ ହୋଇଥିଲେ । ଦଳ ପୁଣି ଆଉଥରେ ପ୍ରଦୀପ୍ତ କୁ ରିପିଟ କରିଛି । ବରିଷ୍ଠ ବିଜେପି ନେତା ତଥା ୪ ଥର ବିଧାୟକଙ୍କୁ ପୁଣି ଠାରେ ପ୍ରାର୍ଥୀ କରି ପ୍ରଦୀପ୍ତଙ୍କ ଉପରେ ଆଶା ପ୍ରକଟ କରିଛି ବିଜେପି । ୧୯୯୫ ,୨୦୦୦,୨୦୦୪ , ୨୦୧୯ରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ପ୍ରଦୀପ୍ତ ନାଏକ । ୨୦୧୯ ରେ ନିର୍ବାଚିତ ହୋଇ ବିରୋଧୀ ଦଳର ନେତା ଭାବରେ ଦାୟିତ୍ବ ତୁଲାଇଥିବା ବେଳେ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ବିରୋଧୀ ଦଳ ନେତା ପଦବୀରୁ ଇସ୍ତଫା ଦେଇଥିଲେ । ହେଲେ ବର୍ତ୍ତମାନ ଦଳ ପୁଣି ତାଙ୍କୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବା ବେଳେ ପ୍ରଦୀପ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି ।

ଏହା ମଧ୍ୟ ପଢନ୍ତୁ...ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ଚାନ୍ଦବାଲିରୁ ମନମୋହନ-ସମ୍ବଲପୁରରୁ ଜୟନାରାୟଣ-ଦିଗପହଣ୍ଡିରୁ ସିଦ୍ଧାନ୍ତ, ୧୭ ବିଧାୟକ ରିପିଟ୍ - BJP CANDIDATES LIST

ସେହିପରି ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପୁଣିଥରେ ମନୋଜ ମେହେରଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ୨୦୧୯ ରେ ବିଜେପିରୁ ଜୁନାଗଡ଼ ପ୍ରାର୍ଥୀ ଭାବରେ ଟିକେଟ ପାଇ ବିଜେଡିର ଦିବ୍ୟଶଙ୍କର ମିଶ୍ରଙ୍କ ଠାରୁ ପରାଜୟ ହୋଇଥିବା ବେଳେ ଚଳିତ ବର୍ଷ ନିର୍ବାଚନ ପାଇଁ ଦଳ ପୁଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଏନେଇ ମନୋଜ କହିଛନ୍ତି ଯେ ଆସନ୍ତା ନିର୍ବାଚନ ରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ମୁଖ୍ୟ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବୁ ବୋଲି ସେ ପ୍ରକାଶ କରିଥିବା ବେଳେ ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ଦଳ ଅନିରୁଦ୍ଧ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ୨୦୧୯ରେ ଅନିରୁଦ୍ଧ ପ୍ରଧାନଙ୍କୁ ନର୍ଲାରୁ ବିଧାୟକ ପ୍ରାର୍ଥୀ ଭାବରେ ଟିକେଟ ଦେଇ ପରାଜୟର ସାମ୍ନା କରିଥିଲା ବିଜେପି ।

ସେହି ସମାନ ସ୍ଥିତି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି । ୨୦୧୯ ରେ ବିଜେଡି ଠାରୁ ପରାଜିତ ହୋଇଥିବା ଆଦିବାସୀ ନେତା ରମେଶ ମାଝୀଙ୍କୁ ଦଳ ପୁଣିଥରେ ଲାଞ୍ଜିଗଡରୁ ବିଧାୟକ ପ୍ରାର୍ଥୀ ଭାବରେ ନାଁ ଘୋଷଣା କରିଥିବା ବେଳେ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ କିନ୍ତୁ ନୂଆଁ ମୁହଁ ଦେଖିବାକୁ ମିଳିଛି । ଧର୍ମଗଡ ପାଇଁ ବିଜେପି ସୁଧୀର ପାଟ୍ଟଯୋଶୀଙ୍କ ଉପରେ ଭରସା କରିଥିବା ବେଳେ ସୁଧୀର ଗତ ୨୦୧୯ ନିର୍ବାଚନରେ ବିଜେପି ଦଳରେ ଥାଇ ମଧ୍ୟ ଟିକେଟ ନ ପାଇବାରୁ ସ୍ଵାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ପ୍ରାର୍ଥୀ ମୌଶଧି ବାଗଙ୍କ ଠାରୁ ପରାଜିତ ହୋଇଥିଲେ । ହେଲେ ଏବେ ସିଧା ସଳଖ ଦଳ ତାଙ୍କ ଉପରେ ବିଶ୍ବାସ କରି ଟିକେଟ ପ୍ରଦାନ କରିଥିବା ବେଳେ ବିଜେପିର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଜିଲ୍ଲା ରାଜନୀତି ସରଗରମ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details