ଭୁବନେଶ୍ୱର: ‘ଜୟ ଜଗନ୍ନାଥ ! ସବୁ ଭାଇ ଓ ଭଉଣୀଙ୍କୁ ମୋର ନମସ୍କାର ଓ ଜୁହାର୍, ଶୁଭେଚ୍ଛା ଓ ଅଭିନନ୍ଦନ । ଓଡ଼ିଶାର ବିକାଶ ଆମ ଫୋକସରେ । ଆମେ ଏହି ରାଜ୍ୟର ବିକାଶପାଇଁ ଲଗାତାର କାମ କରୁଛୁ ।’ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ଭୁବନେଶ୍ୱରରେ 3 ଦିନିଆ DG-IG ସମ୍ମିଳନୀରେ ଯୋଗ ଦେବାକୁ ଆସି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ସଭା ପାଲଟିଥିଲା ଜନସମୁଦ୍ର ।
ମନେ ପକାଇଲେ ଓଡ଼ିଶା ପର୍ବର ମସଲା ଚା’, ଲିଙ୍ଗରାଜ ଭୂମିକୁ ଆସିବାର ସୁଯୋଗ ମିଳିଛି:
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, "ଓଡ଼ିଶା ଲୋକେ ହୃଦୟ ଖୋଲି ଆମକୁ ସମର୍ଥନ କରିଛନ୍ତି । ପୂର୍ବରୁ ମନ୍ତ୍ରିପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ । ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଭୋଟ୍ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପିର ଶକ୍ତିକୁ ନେଇ ପ୍ରଶ୍ନ କରୁଥିଲେ । ବିଜେପିର କାମକୁ ଦେଖି ଲୋକେ ଭୋଟ୍ ଦେଉଛନ୍ତି । ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ଫଳ ବିଶ୍ବାସ ଭରିଛି, ଏଠି ବି ଦେଖୁଛି । ଏହା ହେଉଛି ଆମ କାର୍ଯ୍ୟକର୍ତ୍ତାଙ୍କ ସାମର୍ଥ୍ୟ । ଦିଲ୍ଲୀରେ ଓଡ଼ିଶା ପର୍ବରେ ୫ ଦିନ ପୂର୍ବେ ଭଲ ମସଲା ଚା’ ପିଇଥିଲି । ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି । ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକ ଦେଖି ମୁଁ ଅଭିଭୂତ ।"
ଏହା ବି ପଢନ୍ତୁ- ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ
ଏହା ବି ପଢନ୍ତୁ- DG-IG ସମ୍ମିଳନୀ: ଲୋକସେବା ଭବନରେ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ
ମୋଦିଙ୍କ ନିଶାନାରେ ବିରୋଧୀ, କହିଲେ ଅପପ୍ରଚାର କରୁଛନ୍ତି:
ପ୍ରଧାନମନ୍ତ୍ରୀ ମୋଦି ଏହି ସମୟରେ ବିପକ୍ଷଙ୍କୁ ନିଶାନା କରିବାକୁ ଭୁଲି ନଥିଲେ, ‘ବିପକ୍ଷ ଦଳ ବିଜେପି ବିରୋଧରେ ଅପପ୍ରଚାର କରୁଛନ୍ତି କିନ୍ତୁ ଜନତା ଆମକୁ ଆଶୀର୍ବାଦ କରୁଛନ୍ତି । ବଡ ବଡ ରାଜନେତୈକ ପଣ୍ଡିତ କହୁଥିଲେ ଓଡ଼ିଶାରେ ବିଜେପି ସରକାର ହୋଇପାରିବ ନାହିଁ । କିନ୍ତୁ ଫଳାଫଳ ଆସିବା ପରେ ଏସବୁ ତିଶ୍ ମାର ଖାଁ ଚୁପ୍ । ଯେବେ ରାଜ୍ୟରେ ସରକାର ନଥିଲା ସେତେବେଳେ ଆମ ଯୋଜନା ନାଁ ବି ବଦଳା ଯାଉଥିଲା । କିନ୍ତୁ କେନ୍ଦ୍ର ସବୁବେଳେ ଓଡିଶାକୁ ଗୁରୁତ୍ଵ ଦେଉଥିଲା । ଅଧିକ ପ୍ରତିନିଧିତ୍ଵ ଥିଲା । ବଜେଟ 3 ଗୁଣା କରିଥିଲୁ । ଭାବ ଏମିତି ଥିଲା ଯେ ଭାଷା ଏଠି ପ୍ରଚାରରେ ବାଧକ ସାଜି ନଥିଲା । 2014, 2019 ଜିତିବା ଅପେକ୍ଷା 2024 ବିଜୟ ନୂଆ ଉନ୍ମାଦନା ଖେଳାଇଛି ବିଶ୍ୱରେ ।’
ଏହା ବି ପଢନ୍ତୁ- ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ତିନିଦିନିଆ ଗସ୍ତରେ ଏକାଧିକ କାର୍ଯ୍ୟକ୍ରମ