ଓଡିଶା

odisha

ETV Bharat / politics

ପାରାଦ୍ବୀପ ବିଜେଡିରେ ଫାଟ ! ବିଧାୟକ ସମ୍ବିତ ରାଉରତାୟଙ୍କୁ ଦଳୀୟ ନେତାଙ୍କ ବିରୋଧ - ବିଧାୟକ ସମ୍ବିତ ରାଉତରାୟ

BJD Leaders Opposing Paradip MLA: ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ପୌରାଧ୍ୟକ୍ଷଙ୍କ ବିଦ୍ରୋହ । ଏହି ବିବାଦକୁ ନେଇ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

BJD Leaders Opposing Own MLA
BJD Leaders Opposing Own MLA

By ETV Bharat Odisha Team

Published : Mar 5, 2024, 6:35 AM IST

BJD Leaders Opposing Own MLA

ଜଗତସିଂହପୁର:ପାରାଦ୍ୱୀପ ବିଜେଡିରେ ଫାଟ । ବିଧାୟକଙ୍କ ବିରୋଧରେ ପୌରାଧ୍ୟକ୍ଷଙ୍କ ବିଦ୍ରୋହ । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଆଜି ବିଧାୟକ ସମ୍ବିତ ରାଉତରାୟଙ୍କୁ ଖୋଲା ମଞ୍ଚରେ ବିରୋଧ କରିଛନ୍ତି ପାରାଦ୍ବୀପ ପୌରାଧ୍ୟକ୍ଷ । ପୂର୍ବତନ କୁଜଙ୍ଗ ବ୍ଲକ ସଭାପତି ସ୍ମୃତି ରଞ୍ଜନ ବେହେରା ମଧ୍ୟ ବିଧାୟକ ବିକାଶ କାମ କରୁନଥିବା କହିଛନ୍ତି । କୁଜଙ୍ଗ ବ୍ଲକର 20 ଜଣ ସରପଞ୍ଚ ଓ ସମିତି ସଭ୍ୟ ଆଜି କୁଜଙ୍ଗଠାରେ ଏକ କର୍ମୀ ସମ୍ମିଳନୀ କରିବା ସହିତ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ବର୍ଷିଛନ୍ତି । ପାରାଦ୍ୱୀପ ବିଧାୟକ ଦୀର୍ଘ 5 ବର୍ଷ ଧରି କର୍ମୀମାନଙ୍କୁ ଅଣଦେଖା କରିଚାଲିଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି, କିନ୍ତୁ ପାରାଦ୍ୱୀପ ବିଧାୟକ ଏହା ଲୋକଙ୍କ ପାଖରେ ପହଞ୍ଚାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ପୂର୍ବତନ କୁଜଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ ବେହେରା କହିଛନ୍ତି । ସେହିପରି 5 ବର୍ଷ ମଧ୍ୟରେ କର୍ମୀମାନଙ୍କ ସୁଖ ଦୁଃଖରେ ସାମିଲ ହେବା ଦୂରର କଥା, ସାକ୍ଷାତ କରିବାକୁ ଚାହିଁଲେ ତାଙ୍କର ଦେଖା ମିଳେନି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ଗୋଟିଏ ଘରେ ଦୁଇଟି ଦଳରେ ବାପ ପୁଅ ରହିଥିଲେ । ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ଅନ୍ୟପଟେ ପୁଅ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରୁଥିବା କର୍ମୀଙ୍କୁ ବିଧାୟକ ହେବା ପରେ ଅବହେଳା ପ୍ରଦର୍ଶନ କରିଆସୁଥିଲେ । ରାଜ୍ୟ ନେତୃତ୍ବଙ୍କ ନିକଟରେ ଏହାର ଖବର ରହିଛି । ଆଗାମୀ ଦିନରେ ଦଳ ସମ୍ବିତଙ୍କୁ ଛାଡି ଅନ୍ୟ ଯାହାକୁ ପ୍ରାର୍ଥୀ କରନ୍ତି ଆମେ ତାଙ୍କୁ ସମର୍ଥନ କରିବୁ ।" ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ପାରାଦ୍ୱୀପ ବିଧାୟକଙ୍କୁ ପରୋକ୍ଷରେ ସମାଲୋଚନା କରିବା ସହିତ ଲୋକଙ୍କ ସୁଖ ଦୁଃଖରେ ଯେଉଁ ନେତା ନାହାନ୍ତି ତାଙ୍କୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ...ଆଠମଲ୍ଲିକ ବିଜେଡ଼ିରେ ଫାଟ ! ନଳିନୀଙ୍କ ପରେ ବିଧାୟକଙ୍କ ପାୱାର ଶୋ'

ଏହି ଘଟଣାକୁ ନେଇ ପାରାଦ୍ୱୀପ ରାଜନୀତି ସରଗରମ ହୋଇଛି । ଗତ ଦୁଇଦିନ ତଳେ କୁଜଙ୍ଗ ବ୍ଲକ ପଡିଆରେ ବିଧାୟକ ସମ୍ବିତ ରାଉତରାୟ କର୍ମୀମାନଙ୍କୁ ଧରି ଏକ କର୍ମୀ ସମ୍ମିଳନୀ କରିଥିଲେ । ସେଥିରେ ତାଙ୍କ ବାପା ବରିଷ୍ଠ ନେତା ଦାମଦର ରାଉତଙ୍କୁ ଆଣି ପ୍ରଚାର କରିଥିଲେ । ସେହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳଙ୍କୁ ଦେଖିବାକୁ ମିଳିନଥିଲା । ଆଜିର ଏହି କାର୍ଯ୍ୟକ୍ରମ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଫାଟ କଥାକୁ ସ୍ପଷ୍ଟ କରିଛି । ଏ ସମ୍ପର୍କରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଜଗତସିଂହପୁର ଜିଲ୍ଲାର 4ଟି ନିର୍ବାଚନ ମଣ୍ଡଳୀରେ ଏବେ ଯେଉଁ ବିବାଦ ରହିଛି ତାକୁ ନେଇ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details