ଓଡିଶା

odisha

ETV Bharat / politics

ଓଡିଶାରେ ନିବେଶ ଲାଗି ବଢୁଛି ନିବେଶକଙ୍କ ଆଗ୍ରହ, ୫ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁମ୍ବାଇ ଇନଭେଷ୍ଟର୍ସ ମିଟର ଦ୍ବିତୀୟ ଦିନ। ଦେଶର ପ୍ରମୁଖ ଓ ବିଶିଷ୍ଠ ଉଦ୍ୟୋଗୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ।

By ETV Bharat Odisha Team

Published : 6 hours ago

INVESTORS CONFERENCE IN MUMBAI
INVESTORS CONFERENCE IN MUMBAI (ETV Bharat Odisha)

ଭୁବନେଶ୍ୱର:ସଫଳ ହୋଇଛି ମୁମ୍ବାଇରେ ଉତ୍କର୍ଷ ଓଡିଶା । ମେକ ଇନ ଓଡିଶା 2025 ପାଇଁ ନିବେଶକ ସମ୍ମିଳନୀ । ପ୍ରତିଷ୍ଠିତ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ଓଡିଶାକୁ 5 ଲକ୍ଷ କୋଟିରୁ ଅଧିକ ନିବେଶ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି କରିଛନ୍ତି । ରାଜ୍ୟରେ ବଡ଼ ବଡ଼ ଶିଳ୍ପନୁଷ୍ଠାନ ନିବେଶ କରିବା ପାଇଁ ଆଗ୍ରହୀ ଥିବା ସୂଚନା ମିଳିଛି । ପେଟ୍ରୋ କେମିକାଲ, ଟେକ୍ସଟାଇଲ, କେମିକାଲ, ଫୁଡ଼ ପ୍ରୋସେସିଂ କ୍ଷେତ୍ରରେ ନିବେଶ ନେଇ ସୂଚନା ମିଳିଛି । ରୋଡ଼ ସୋ'ରେ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ପୁଞ୍ଜିପତି ଆଗ୍ରହୀ ଦେଖାଇଥିବା ଜଣାପଡିଛି ।

ରାଜ୍ୟରେ ବଢ଼ିବ ନିବେଶ । ଓଡ଼ିଶାକୁ ଆସିବ 5 ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି । ଟାର୍ଗେଟରୁ ଅଧିକ ହେବ ପୁଞ୍ଜି ନିବେଶ । ଉତ୍କର୍ଷ ଓଡିଶା : ମେକ ଇନ ଓଡିଶା 2025 କାର୍ଯ୍ୟକ୍ରମରେ ହେବ ନିବେଶ ବର୍ଷା । ଓଡିଶାରେ ବିନିଯୋଗ କରନ୍ତୁ, ଭବିଷ୍ୟତରେ ବିନିଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ ପରେ ଆଗ୍ରହୀ ନିବେଶକ । ରିଲାଏନ୍ସ ଗ୍ରୁପର ଜିଓ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ, ଜେଏସଡ଼ବ୍ୟୁ ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ, ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲାଙ୍କ ଭଳି ଦେଶର 20ରୁ ଅଧିକ ବଡ଼ ବଡ଼ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଓଡିଶା ପ୍ରତିନିଧି । ଏହା ସହିତ 200ରୁ ଅଧିକ ନିବେଶକଙ୍କୁ ନେଇ ମୁମ୍ବାଇ ଟ୍ରାଇଡେଣ୍ଟ ହୋଟେଲରେ ଆୟୋଜିତ ହୋଇଛି ଏକ ଶିଳ୍ପ ରୋଡ଼ ସୋ' କାର୍ଯ୍ୟକ୍ରମ ।

INVESTORS CONFERENCE IN MUMBAI (ETV Bharat Odisha)

ଏହା ବି ପଢନ୍ତୁ- ଓଡିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ, ଅନନ୍ତ ଆମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ବି ପଢନ୍ତୁ- ଦିଲ୍ଲୀ ପରେ ମୁମ୍ବାଇ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫୋକସରେ ଉତ୍କର୍ଷ ଓଡିଶା, 'ଓଡ଼ିଶା ହେବ ଶିଳ୍ପ ହବ୍'

INVESTORS CONFERENCE IN MUMBAI (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "କାର୍ଯ୍ୟକ୍ରମରେ ଏତେ ସଂଖ୍ୟକ ଶିଳ୍ପପତିଙ୍କ ଉପସ୍ଥିତି କେବଳ ଓଡିଶାରେ ନୁହେଁ, ବରଂ ଆମ ଦେଶରେ ଥିବା ସୁଯୋଗ ପ୍ରତି ବିପୁଳ ଆଗ୍ରହ ଏବଂ ଉତ୍ସାହର ସଙ୍କେତ ଦେଉଛି । ଭାରତର ଅଭିବୃଦ୍ଧି ଇଞ୍ଜିନକୁ ଶକ୍ତି ଦେବାରେ ଓଡିଶା କାର୍ଯ୍ୟ କରୁଛି । ଭାରତର ପୂର୍ବତଟରେ ଥିବା ଓଡିଶା ସର୍ବଦା ସମସ୍ତ ଧର୍ମ ଓ ଧର୍ମର ଲୋକଙ୍କୁ ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଆକର୍ଷିତ କରିଆସୁଛି । ରାଜ୍ୟର ହସ୍ତତନ୍ତ, ହସ୍ତତନ୍ତ, ମନ୍ଦିର, ପ୍ରିଷ୍ଟାଇନ ବେଳାଭୂମି ଓଡ଼ିଶା ଶିଳ୍ପ ଏବଂ ଅର୍ଥନୈତିକ କ୍ଷେତ୍ରରେ ଏକ ଆଧୁନିକ ହବ ହେବାକୁ ପ୍ରସ୍ତୁତ ଅଛି । ଏହା ବ୍ୟବସାୟ ପାଇଁ ପ୍ରସ୍ତୁତ । ଆମ ସରକାର ଶିଳ୍ପ ବିକାଶର ଏକ ନୂତନ ଯୁଗକୁ ଆଣିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ନୂତନ ସୁଯୋଗ, ନୂତନ ଚାକିରି ଏବଂ ଏକ ନୂତନ ଓଡିଶା ସୃଷ୍ଟି ଉପରେ ଧ୍ୟାନ ଦେଉଛୁ । ଆଇଟି, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ ପଦାର୍ଥ, ଶକ୍ତି ଓ ପେଟ୍ରୋକେମିକାଲ୍ସ ଭଳି ଶିଳ୍ପରେ ଦ୍ରୁତ ଅଭିବୃଦ୍ଧି ଦିଗରେ ଆମେ କାର୍ଯ୍ୟ କରୁଛୁ । ଯାହା ଦେଶକୁ ଆଗେଇ ନେବ ।"

INVESTORS CONFERENCE IN MUMBAI (ETV Bharat Odisha)

ମୁମ୍ବାଇ ଇନଭେଷ୍ଟର୍ସ ମିଟର ଦ୍ବିତୀୟ ଦିନ

  • ଦେଶର ପ୍ରମୁଖ ଓ ବିଶିଷ୍ଠ ଉଦ୍ୟୋଗୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ଲକ୍ଷ୍ୟ ରଖାଯାଇଛି
  • ଏ ଦିଗରେ ସହଯୋଗ ଯୋଗାଇ ଦେବାପାଇଁ ଶିଳ୍ପପତିମାନଙ୍କୁ ଅନୁରୋଧ ଜଣାଇଛନ୍ତି
INVESTORS CONFERENCE IN MUMBAI (ETV Bharat Odisha)

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡିଆ ଯୁବକଙ୍କ ପାଇଁ ରୋଜଗାର ମୋ ସରକାରର ଏକ ପ୍ରମୁଖ ଏଜେଣ୍ଡା । ଶିଳ୍ପଗୁଡିକ ପୁଞ୍ଜି ବିନିଯୋଗ ଏବଂ ବୃଦ୍ଧି ପାଇଁ ଏକ ଅନୁକୂଳ ତଥା ସହାୟକ ପରିବେଶ ପ୍ରଦାନ କରିବାକୁ ଆମ ରାଜ୍ୟ ପ୍ରସ୍ତୁତ । ଓଡ଼ିଶାର ବିକାଶ ଯାତ୍ରାରେ ନିବେଶକ ମାନେ ଆମର ଅଂଶୀଦାର ହୁଅନ୍ତୁ । ଓଡ଼ିଶାରେ ଶିଳ୍ପ, ବ୍ୟବସାୟିକ ଅନୁଷ୍ଠାନ ଚଳାଇବା ପାଇଁ ଏକ ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ପରିବେଶ ନିଶ୍ଚିତ ପ୍ରଦାନ କରିବାକୁ ମୁଁ ବ୍ୟକ୍ତିଗତ ଭାବରେ ଆପଣଙ୍କୁ ପ୍ରତିଶୃତି ଦେଉଛି ।

ମୋହନ-ଶକ୍ତିକାନ୍ତ ଭେଟ-ଓଡ଼ିଶାରେ ଆଉ ୩୪ ହଜାର କୋଟି ପୁଞ୍ଜି ନିବେଶ ପାଇଁ ହିଣ୍ଡାଲ୍‌କୋର ନିଷ୍ପତ୍ତି

  • ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟିଲେ ଶକ୍ତିକାନ୍ତ
  • ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ
  • ‘ଉତ୍କର୍ଷ ଓଡ଼ିଶା ’ ନିବେଶକ ସମ୍ମିଳନୀ ଅବସରରେ ଭେଟିଲେ
  • ଓଡ଼ିଶାରେ ଶିଳ୍ପାୟନ ପାଇଁ ଆଗ୍ରହ ଦେଖାଇଲା ଆଦିତ୍ୟ ବିର୍ଲା ଗ୍ରୁପ୍‌
  • ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବିର୍ଲା ଗ୍ରୁପ ଅଧ୍ୟକ୍ଷ
  • ହିଣ୍ଡାଲ୍‌କୋ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ମଧ୍ୟ ଭେଟିଲେ
  • ଓଡ଼ିଶାରେ ଆଉ ୩୪ ହଜାର କୋଟି ପୁଞ୍ଜି ନିବେଶ ପାଇଁ ହିଣ୍ଡାଲ୍‌କୋର ନିଷ୍ପତ୍ତି

ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, "ଓଡ଼ିଶାରେ ଅନୁଷ୍ଠାନ 1 ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଘୋଷଣା କରିଛନ୍ତି । ଏହା ଆସନ୍ତା ଉତ୍କର୍ଷ ଓଡିଶା : ମେକ ଇନ ଓଡ଼ିଶା 2025 କାର୍ଯ୍ୟକ୍ରମର ପ୍ରଥମ ନିବେଶ ହେବ । ସେହିପରି ଅନନ୍ତ ଅମ୍ବାନୀ, କୁମାର ମଙ୍ଗଲମ ବିର୍ଲା, ସଜ୍ଜନ ଜିନ୍ଦଲ ଭଳି ବଡ଼ ଶିଳ୍ପପତିଙ୍କ ସହିତ ସରକାରଙ୍କ ଆଲୋଚନା ସକାରତ୍ମକ ହୋଇଛି । ଆମେ ଟାର୍ଗେଟରୁ ଅଧିକ ନିବେଶ ପାଇବୁ । ଆମର ଶିଳ୍ପ ନୀତି ଅନ୍ୟ ରାଜ୍ୟ ଅପେକ୍ଷାକୃତ ଭଲ । ଯାହା ନିବେଶକମାନଙ୍କୁ ଆକୃଷ୍ଟ କରିଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଗତକାଲି ଇଣ୍ଡିଆ କେମ କାର୍ଯ୍ୟକ୍ରମରେ ମଧ୍ୟ ଆମେ ଆଲୋଚନା କରିଛୁ । ଯେଉଁଥିରେ କେମିକାଲ ପୁଞ୍ଜି ନିବେଶ ନେଇ ବିଭିନ୍ନ ସଂସ୍ଥା ସହିତ ସକାରତ୍ମକ ଆଲୋଚନା ହୋଇଛି । ସେପଟେ ଓଡିଶାର ମୁମ୍ବାଇ ନିବେଶକ ମିଟ ପରେ ରାଜ୍ୟରେ ନିବେଶ କରିବା ପାଇଁ ଆଗ୍ରହୀ ଦେଖାଇଛନ୍ତି ନିବେଶକାରୀ । ଓଡ଼ିଶା ସରକାରଙ୍କ ସହଯୋଗ ଓ ଶୀଳ ନୀତି ସେମାନଙ୍କୁ ଆକୃଷ୍ଟ କରୁଥିବା କହିଛନ୍ତି ।" କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ABOUT THE AUTHOR

...view details