ଓଡିଶା

odisha

ସକାଳେ ବିଜେପି ଛାଡିଥିଲେ, ଏବେ ବିଜେଡିରେ ମିଶିଲେ; ଶଙ୍ଖ ଫୁଙ୍କିଲେ ଅଭିନେତ୍ରୀ ଜିନା ସାମଲ - Zeena Samal Join BJD

By ETV Bharat Odisha Team

Published : May 3, 2024, 2:08 PM IST

Updated : May 3, 2024, 2:46 PM IST

Ollywood Actress Zeena Samal Joins BJD: ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ଅଭିନେତ୍ରୀ ଜିନା ସାମଲ । ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ବର୍ତ୍ତମାନ ବିଜେଡିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Zeena Samal Joins BJD
Zeena Samal Joins BJD (Etv Bharat)

Zeena Samal Joins BJD (Etv Bharat)

ଭୁବନେଶ୍ୱର:ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ଅଭିନେତ୍ରୀ ଜିନା ସାମଲ । ବିଜେଡିରେ ଆଜି (ଶୁକ୍ରବାର) ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଜିନା(ସ୍ୱାତି) ସାମଲ । ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ବର୍ତ୍ତମାନ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ସେ ବିଜେଡିରେ ମିଶିଛନ୍ତି । ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ପ୍ରିୟବ୍ରତ ମାଝୀ ଉତ୍ତରୀୟ ଦେଇ ଜିନାଙ୍କୁ ଦଳରେ ସାମିଲ କରାଇଛନ୍ତି । ଜିନାଙ୍କ ଯୋଗଦାନ ଭୋଗରାଇ ତଥା ବାଲେଶ୍ଵର ଜିଲ୍ଲାରେ ବିଜେଡିକୁ ଆଉ ଟିକେ ମଜବୁତ କରିବା ବୋଲି ଦଳ ଆଶା ରଖିଛି ।

ବିଜେଡିରେ ସାମିଲ ହେବା ପରେ ଜିନା କହିଛନ୍ତି, "ଦଳରେ ସାମିଲ କରିଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ଷ୍ଟାର ପ୍ରଚାରକ ଭାବେ ବିଜେଡି ଲାଗି କାର୍ଯ୍ୟ କରିଛି । ବିଜେଡି ଦଳରେ ମିଶାଇଥିବାରୁ ଧନ୍ୟବାଦ । ନାରୀ ସଶକ୍ତିକରଣ ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ମୁଁ ଗର୍ବିତ । ସାରା ଓଡିଶାରେ ଧର୍ମ ଅନୁଷ୍ଠାନର ବିକାଶ ମୋତେ ପ୍ରଭାବିତ କରିଛି । 2036ରେ ଓଡିଶାକୁ ବିକଶିତ ରାଜ୍ୟ ଗଠନ କରିବାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଜାରି ରହିଛି । ଏହି ପ୍ରକ୍ରିୟାରେ ମୁଁ ମଧ୍ୟ ସାମିଲ ହେବି । ମୋ ଦ୍ୱାରା ଯାହା ସମ୍ଭବ ତାହା କରିବାକୁ ପ୍ରତିଶ୍ରୁତିବଦ୍ଧ । ବିଜେଡିକୁ ସବୁବେଳେ ଓଡିଶାବାସୀ ଭରଷା କରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରୁଛନ୍ତି ।"

ଏହାମଧ୍ୟ ପଢନ୍ତୁ.. କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇ ବଡ଼ଚଣା ଅଭିଯାନ ଆରମ୍ଭ କଲେ ବର୍ଷା - VARSHA PRIYADARSHINI

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ଅଭିନେତ୍ରୀ ଜିନା ବିଜେପି ଛାଡି ଆଜି ବିଜେଡିରେ ସାମିଲ ହୋଇଛନ୍ତି । 2006 ମସିହାରେ ଓଡ଼ିଆ ଆଲବମ, ଟେଲି ସିରିଏଲ ଓ ସିନେମା ଜଗତରେ ପ୍ରବେଶ କରିଥିଲେ ଜିନା ସାମଲ । ସେ 20ରୁ ଅଧିକ ଓଡ଼ିଆ, ବେଙ୍ଗଲୀ ଓ ହିନ୍ଦୀ ସିନେମାରେ କାର୍ଯ୍ୟ କରିଛନ୍ତି । 8 ରୁ ଅଧିକ ଟିଭି ସିରିଏଲରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସମାଜସେବା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ବିଶେଷ ଭୂମିକା ଲିଭାଇଛନ୍ତି । 2010ରୁ ସେ ବିଜେଡି ପାଇଁ ଷ୍ଟାର ପ୍ରଚାରକ ଭାବେ କାର୍ଯ୍ୟ କରିଛନ୍ତି । କିଛି ଦିନ ପାଇଁ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ମନ ନମାନିବାରୁ ଆଜି ସେ ବିଜେପିରୁ ଇସ୍ତଫା ଦେଇଛନ୍ତି ।"



ଇଟିଭି ଭାରତ, ଭୁବନେଶ୍ୱର

Last Updated : May 3, 2024, 2:46 PM IST

ABOUT THE AUTHOR

...view details