ଓଡିଶା

odisha

ETV Bharat / politics

କେନ୍ଦ୍ରାପଡାରେ ବିଜେପିର ଗ୍ୟାରେଣ୍ଟି କାର୍ଡ, 'କଳକାରଖାନା ପ୍ରତିଷ୍ଠା କରାଯାଇ ରୋକାଯିବ ଦାଦନ' - Kendrapara BJP Manifesto - KENDRAPARA BJP MANIFESTO

BJP Pressmeet in Kendrapara: କେନ୍ଦ୍ରାପଡାରେ ବିଜେପି ସଂକଳ୍ପ ପତ୍ର ଜାରି କରିଛି । ଗତ ୨୪ ବର୍ଷର ସ୍ଥିର ସରକାରରେ ରାଜ୍ୟର ବିଜୁ ଜନତା ଦଳ କେବଳ ବିଜ୍ଞାପନରେ ବିକାଶ କରିଛି ଓ ବାସ୍ତବରେ ବିନାଶ କରିଛି ବୋଲି ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ

BJP Pressmeet in Kendrapara
BJP Pressmeet in Kendrapara (ETV Bharat Odisha)

By ETV Bharat Odisha Team

Published : May 8, 2024, 2:16 PM IST

BJP Pressmeet in Kendrapara (ETV Bharat Odisha)

କେନ୍ଦ୍ରାପଡା: ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ରାଜ୍ୟରେ ଆରୋପ ପ୍ରତ୍ୟାରୋପ ଓ ଦୋଷ ଲଦାଲଦି ରାଜନୀତି ବି ଜୋର ରହିଛି । ଏହିକ୍ରମରେ କେନ୍ଦ୍ରାପଡାରେ ପ୍ରେସମିଟ କରି ବିଜେଡି ଉପରେ ବର୍ଷିଛି ବିଜେପି । ଗତ ୨୪ ବର୍ଷର ସ୍ଥିର ସରକାରରେ ରାଜ୍ୟର ବିଜୁ ଜନତା ଦଳ କେବଳ ବିଜ୍ଞାପନରେ ବିକାଶ କରିଛି ଓ ବାସ୍ତବରେ ବିନାଶ କରିଛି ବୋଲି ଅଭିଯୋଗ କରିଛି ବିଜେପି ।

କେନ୍ଦ୍ରାପଡା ଗରାପୁର ସ୍ଥିତ ଏକ ଘରୋଇ ମଣ୍ଡପରେ ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶାରେ ଗଣତନ୍ତ୍ର ଶାସନ ଚାଲୁନି ବରଂ ଏଠି ବାବୁତନ୍ତ୍ର ଶାସନ ଚାଲୁଛି ବୋଲି ଶାସନ ବ୍ୟବସ୍ଥାକୁ ଟାର୍ଗେଟ କରି ନିଜର କ୍ଷୋଭ ଝାଡିଛନ୍ତି ବିଜେପି ନେତୃତ୍ୱ । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, " ଓଡ଼ିଶାରେ 5Tଟି ନାଁରେ ଦୁର୍ନୀତିକୁ ସିଦ୍ଧିକରଣ କରାଯାଇଛି । ଏ ସରକାର ଚାଷୀହନ୍ତା ସରକାର । କେନ୍ଦ୍ରାପଡାରେ କୃଷି ଓ ନୈବାଣିଜ୍ୟ ଅବସ୍ଥା ଖରାପ ସ୍ଥିତିରେ ରହିଛି । ରାଜ୍ୟ ୭୬ ପ୍ରତିଶତ ଋଣ ବୋଝରେ ବୁଡିଛି । ଏ ସରକାର ମହିଳା ବିରୋଧି ସରକାର । ଶିକ୍ଷାର ଅଧୋଃଗତି ଘଟିଛି । କେବଳ 5T ନାଁରେ ସ୍କୁଲ କାନ୍ଥରେ ନୀଳରଙ୍ଗ ବୋଳାଯାଉଛି । ତାମିଲନାଡୁକୁ ଶସ୍ତାରେ ବିଜୁଳି ବିକ୍ରି କରାଯାଉଛି କିନ୍ତୁ ଓଡ଼ିଶାବାସୀ ଅଧିକ ଟଙ୍କା ବିଜୁଳି ବିଲ୍ ଦେଉଛନ୍ତି । ସ୍ୱାସ୍ଥ୍ୟାବସ୍ଥା ମଧ୍ୟ କୋମାରେ ।"

ହାମଧ୍ୟ ପଢନ୍ତୁ.. କେନ୍ଦ୍ରାପଡା ବିଜେପିର ଶକ୍ତି ବୃଦ୍ଧି, ବୈଜୟନ୍ତଙ୍କ ଉପସ୍ଥିତିରେ ଦଳରେ ସାମିଲ ଶତାଧିକ ବିଜେଡି କର୍ମୀ - BJP JOINING PROGRAM

ଶିକ୍ଷା ବ୍ୟବସ୍ଥାର ଅଧୋଃଗତି ଘଟିଛି ଯେଉଁଥିପାଇଁ ଭାରତୀୟ ଜନତା ପାର୍ଟି ଚଳିତ ଥର ସାଧାରଣ ନିର୍ବାଚନ ପାଇଁ ଏକ ଗ୍ୟାରେଣ୍ଟି ଯୁକ୍ତ ସଂକଳ୍ପ ପତ୍ର ଆଣିଛି ବୋଲି କହିଛି ବିଜେପି । ଶାସନକୁ ଆସିଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରିବା ସହ ନୂଆ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ବିଜେପି ।

ଅନ୍ୟପଟେ ସୁଭଦ୍ରା ଯୋଜନାରେ ଭଉଣୀ ଓ ମା'ଙ୍କୁ 50 ହଜାର ଟଙ୍କାର ଭାଉଚର୍ ଦେବା ସହ ଓଡ଼ିଶାରୁ ଦାଦନ ଖଟିବାକୁ ଯାଉଥିବା ପ୍ରତିଟି ଓଡ଼ିଆ ପୁଅକୁ ରାଜ୍ୟରେ ଶିଳ୍ପର ବିକାଶ କରି ଓ କଳ କାରଖାନା ଗଢ଼ାଯାଇ ନିଯୁକ୍ତି ଦିଆଯିବ ଏବଂ ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଦାଦନ ଖଟିବାକୁ ଦିଆଯିବ ନାହିଁ ବୋଲି କହିଛି ବିଜେପି । ଚାଷୀ ପ୍ରଧାନ ରାଜ୍ୟରେ ଦୀର୍ଘ ବର୍ଷ ଧରି ନିଷ୍ପେସିତ ହେଉଥିବା ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା 3100 ଟଙ୍କା ଦିଆଯିବା ସହ ପ୍ରତ୍ୟେକ ଚାଷ ଜମିକୁ ଜଳ ସେଚନର ସୁବିଧା କରାଯିବ ବୋଲି ବିଜେପି ନିଜ ଗ୍ୟାରେଣ୍ଟି କାର୍ଡରେ ଦର୍ଶାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details