ଓଡିଶା

odisha

ETV Bharat / politics

ବିରୋଧୀ ଦଳ ନେତା ନବୀନ ନା ଆଉ କିଏ ? 'ନବୀନଙ୍କ ନିଷ୍ପତ୍ତି ସର୍ବମାନ୍ୟ' କହିଲେ ବରିଷ୍ଠ ନେତା - Opposition Leader Odisha Assembly - OPPOSITION LEADER ODISHA ASSEMBLY

Who will be the Opposition Leader in Assembly: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ଏଥିରେ ବିଧାୟକ ଦଳ ଚୟନ କରିବେ କିଏ ହେବ ବିରୋଧୀ ଦଳ ନେତା । ଯାହାକୁ ନେଇ ବହୁ ଦିନରୁ ଚର୍ଚ୍ଚା ଲାଗି ରହିଛି । ଅଧିକ ପଢ଼ନ୍ତୁ

OPPOSITION LEADER ODISHA ASSEMBLY
OPPOSITION LEADER ODISHA ASSEMBLY (ETV Bharat Odisha)

By ETV Bharat Odisha Team

Published : Jun 19, 2024, 1:53 PM IST

Updated : Jun 19, 2024, 2:38 PM IST

ଭୁବନେଶ୍ବର: ଅପରାହ୍ନ ସାଢେ 4ଟାରେ ବସିବ ବିଜେଡିର ବିଧାୟକ ଦଳ ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଶଙ୍ଖ ଭବନରେ ଆୟୋଜିତ ହେବାକୁ ଥିବା ବୈଠକରେ ଦଳର ସମସ୍ତ ବିଧାୟକ ସାମିଲ ହେବାକୁ ନିର୍ଦ୍ଦେଶ ରହିଛି । ବିଧାନସଭା ନେତା ଚୟନ ଲାଗି ଏହି ବୈଠକ ଅନୁଷ୍ଠିତ ହେଉଥିବା କୁହାଯାଉଛି ।

OPPOSITION LEADER ODISHA ASSEMBLY (ETV Bharat Odisha)

ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଛି । ବିଜେପି ପ୍ରଥମ ଥର ଲାଗି ରାଜ୍ୟରେ ଏକକ ସରକାର ଗଢିଛି । ବିଜେଡି ବିରୋଧୀ ଭୂମିକାକୁ ଆସିଛି । ରାଜ୍ୟ କ୍ଷମତାର 24 ବର୍ଷ ପରେ ପ୍ରଥମ ଥର ବିରୋଧୀ ଦଳ ଆସନରେ ବସିବ ବିଜେଡି । ତେବେ ବିଜେଡି ଲାଗି ବଡ଼ ଚ୍ୟାଲେଞ୍ଜ ହୋଇଛି କିଏ ହେବ ବିରୋଧୀ ଦଳ ନେତା । ଶାସକ ଦଳରେ ଥିବାବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ହେଉଥିଲେ ବିଧାୟକ ଦଳର ନେତା । ସେ ଦୃଷ୍ଟିରୁ ନବୀନ ବିରୋଧୀ ଦଳର ନେତା ହେବା ଲାଗି ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ବୟସାଧିକ କାରଣରୁ ବିରୋଧୀ ଦଳର ନେତା କାମ ଅନେକ ଥିବାରୁ ନବୀନଙ୍କ ଲାଗି ଏହା ସମସ୍ୟା ହୋଇପାରେ । ତେଣୁ ବିରୋଧୀ ଦଳର ନେତା କିଏ ହେବେ ସେନେଇ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି ।

ଚର୍ଚ୍ଚା ହେଉଛି ନବୀନଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଏକ ପ୍ରକାର ସ୍ଥିର ହୋଇଛି । ବହୁ ବିଧାୟକ ତାଙ୍କ ନାଁ ଆଜି ବୈଠକରେ ପ୍ରସ୍ତାବ ଦେବେ ବୋଲି ମଧ୍ୟ କହୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ହେବେ ? କାରଣ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ଖୁବ କମ ବିଧାନସଭା ଆସୁଥିଲେ । ଆଉ ଅଳ୍ପ କହୁଥିଲେ । ନିଜ ବିଭାଗୀୟ ପ୍ରଶ୍ନର ଉତ୍ତର ଅନ୍ୟ ନେତାଙ୍କ ଜରିଆରେ ଦେଉଥିଲେ । ତେଣୁ ଦଳ ଆଉ ଜଣେ ବରିଷ୍ଠ ନେତାଙ୍କୁ ବିରୋଧୀ ଦଳ ଉପନେତା କରିପାରେ ବୋଲି ମଧ୍ୟ କୁହାଯାଉଛି । ଯଦି ସେମିତି ହୁଏ, ତେବେ ଦଳର ଉପନେତା ଦୌଡ଼ରେ ଅନେକ ନେତା ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପରାଜୟ ନେଇ ବିଜେଡି ବିଧାୟକ ରଖିଲେ ମତ, କହିଲେ ଚାଲିଛି ଆଭ୍ୟନ୍ତରୀଣ ସମୀକ୍ଷା - BJD Stands On Election Defeat

ଦଳର ଉପନେତା ଦୌଡରେ ଆଗରେ ରହିଛି ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । ବଦ୍ରି ନାରାୟଣ ପାତ୍ର, ପ୍ରତାପ କେଶରୀ ଦେବ ଓ ଅରୁଣ ସାହୁଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଏହାସହ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ପ୍ରତାପ କେଶରୀ ଦେବଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ଦଳ ନିଯୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ ବିଜେଡି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ଆଜିର ବୈଠକ ପରେ ଏହା ସ୍ପଷ୍ଟ ହେବ । ବିଧାନସଭାରେ ବିଜେଡିର 51 ବିଧାୟକ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 19, 2024, 2:38 PM IST

ABOUT THE AUTHOR

...view details