ଭୁବନେଶ୍ବର:ସାଧାରଣ ନିର୍ବାଚନ ପାଇଁ ଗତକାଲି (ବୁଧବାର) ବିଜେଡ଼ି ଦୁଇ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ସହ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ୬ ସଂସଦୀୟ କ୍ଷେତ୍ର ପାଇଁ ଯୋଦ୍ଧାଙ୍କୁ ରଣାଙ୍ଗନକୁ ଛାଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଉଭୟ ପର୍ଯ୍ୟାୟକୁ ମିଶାଇ 17 ନୂଆ ମୁହଁ(ଲୋକସଭା ଓ ବିଧାନସଭା)କୁ ନେଇ ଦଳ ମଇଦାନକୁ ଓହ୍ଲାଇଛି ।
ଲୋକସଭା ପାଇଁ ବିଜେପି ପରେ ଦ୍ଵିତୀୟ ଓ ବିଧାନସଭା ଆସନ ପାଇଁ ପ୍ରଥମ ଦଳ ଭାବେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଦୁଇ ପର୍ଯ୍ୟାୟ ତାଲିକାରେ ମୋଟ ୧୫ ଲୋକସଭା ଓ ୭୨ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଦଳ । ମୋଟ 87 ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ଏହି ତାଲିକାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ 16 ଜଣ ମହିଳା ଥିବା ବେଳେ 17 ନୂଆ ମୁହଁ ରହିଛନ୍ତି । ସେହିଭଳି ଗତଥର ଲୋକସଭା ନିର୍ବାଚନ ଲଢିଥିବା ୩ ଜଣ ପ୍ରାର୍ଥୀଙ୍କୁ ଦଳ ଏଥରକ ବିଧାନସଭା ଟିକେଟ ଦେଇଛି । ୭୫ ବିଧାନସଭା ଓ ୬ ଲୋକସଭା ଘୋଷଣା ହେବାକୁ ବାକିଥିବାବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି ।
ଦୁଇ ପର୍ଯ୍ୟାୟ ଲୋକସଭାରେ ୪ ମହିଳା ଓ ନୂଆମୁହଁ:-
ବିଜେଡି ସଭାପତି ଗତକାଲି ଦୁଇଟି ପର୍ଯ୍ୟାୟରେ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଦଳ ପକ୍ଷରୁ ୧୫ ପ୍ରାର୍ଥୀ ଘୋଷଣା ହୋଇଛନ୍ତି । ଦୁଇ ପର୍ଯ୍ୟାୟ ଲୋକସଭାରେ ୪ ମହିଳା ଓ ନୂଆ ମୁହଁଙ୍କୁ ଦଳ ସାମ୍ନାକୁ ଆଣିଛି । ୪ ଜଣ ମହିଳା ପ୍ରାର୍ଥୀ ହେଲେ କୋରାପୁଟରୁ କୌଶଲ୍ୟା ହିକ୍କା, ଆସ୍କାରୁ ରଞ୍ଜିତା ସାହୁ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ । ମହିଳାଙ୍କ ମଧ୍ୟରେ ନୂଆ ଚେହେରା ଭାବେ ଆସ୍କାରୁ ରଞ୍ଜିତା ସାହୁଙ୍କୁ ଦଳ ଟିକେଟ ଦେଇଛି । ୨୦୧୯ରେ କୋରାପୁଟରୁ କୌଶଲ୍ୟା ହିକ୍କା ନିର୍ବାଚନ ଲଢ଼ି ହାରିଥିଲେ । ଅନ୍ୟପକ୍ଷରେ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ ବିଜୟୀ ହୋଇ ସଂସଦ ଯାଇଥିଲେ । ପୁନର୍ବାର ଦଳ ଏମାନଙ୍କୁ ଭରସା କରିଛି । ସେହିପରି ଭାବେ ନୂଆ ଚେହେରା ଭାବେ ଦଳ ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, ଢେଙ୍କାନାଳରୁ ଡାକ୍ତର ଅବିନାଶ ସାମଲ, କଟକରୁ ସଂତୃପ୍ତ ମିଶ୍ର ଟିକେଟ ଦେଇଛି ।
ପ୍ରଥମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୧୩ ନୂଆ ମୁହଁ:-