ଭୁବନେଶ୍ବର: ନୂଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ବିଜେପିର ବଡ ପ୍ଲାନ । ଏଥି ପାଇଁ ସମଗ୍ର ଦେଶରେ ବିଜେପି ଆରମ୍ଭ କରିଛି " ନମୋ ଯୁବ ମତଦାତା ବୈଠକ" । ଏହି କ୍ରମରେ ଆଜି ଭୁବନେଶ୍ବର ସ୍ଥିତ ସହିଦନଗର କନକ ଦୁର୍ଗା ମନ୍ଦିର ପରିସରରେ ଏହାକୁ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ଲତା ଉଷେଣ୍ଡି ବିଜେପି ଯୁବ ମୋର୍ଚ୍ଚାର ନମୋ ଯୁବ ମତଦାତା ବୈଠକରେ ଯୋଗ ଦେଇଥିଲେ ।
ଏହି ଅବସରରେ ଲତା କହିଛନ୍ତି, ପ୍ରଥମ ଥର ପାଇଁ ଭୋଟ ଦେବାକୁଥିବା ଯୁବ ଭୋଟରମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସମ୍ପର୍କ କରିବାର ପ୍ରୟାସ କରାଯାଇଛି । ଆସନ୍ତା ନିର୍ବାଚନ ୧୮ ତମ ଲୋକ ସଭା ନିର୍ବାଚନ ହୋଇଥିବାରୁ ନୂଆ ୧୮ ବର୍ଷୀୟ ଭୋଟରମାନେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଯୋଜନାରେ ଯେପରି ସାମିଲ ହେବେ ସେଥିପାଇଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆସନ୍ତା ସମୟ ଯୁବପିଢିଙ୍କର , ତେଣୁ ବୁଥ ସ୍ତରରେ ଯୁବବର୍ଗଙ୍କୁ ଯୋଡି ବିଜେପି ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ ...ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, କହିଲେ 'ସୁରକ୍ଷା ଦେବାରେ ଫେଲ୍ ନବୀନ ସରକାର'