ଓଡିଶା

odisha

ETV Bharat / politics

ବିଜେଡିର ମିଶନ କୋରାପୁଟ; ନେତା ଓ ପର୍ଯ୍ୟବେକ୍ଷକଙ୍କୁ ମନ୍ତ୍ର ଦେଲେ ନବୀନ - Meeting At Naveen Niwas

Naveen Niwas: ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । କୋରାପୁଟରେ ବିଜେଡିର ସଂଗଠନ ସୁଦୃଢ କରିବା ଦିଗରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

BJD Meeting
BJD Meeting

By ETV Bharat Odisha Team

Published : Mar 20, 2024, 5:23 PM IST

BJD Meeting

ଭୁବନେଶ୍ବର:ନବୀନ ନିବାସରେ ଆଜି କୋରାପୁଟ ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ପର୍ଯ୍ୟବେକ୍ଷକ, ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାୟକ ଓ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳର ସାଂଗଠନିକ ସ୍ଥିତି ଓ ଟିକେଟ ବଣ୍ଟନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ରହିଛି 7 ଟି ବିଧାନସଭା କ୍ଷେତ୍ର । ସେଗୁଡିକ ହେଉଛି ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ । ଗତ 2019 ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ର ଓ ଜୟପୁର ବିଧାନସଭା ଆସନ ବିଜେଡି ହାତରୁ ଯାଇଥିଲା । ଉଭୟ ଆସନ କଂଗ୍ରେସ ଦଖଲ କରିଥିଲା । ହେଲେ ଅନ୍ୟ ସମସ୍ତ ଆସନକୁ ବିଜେଡି କବଜା କରିଥିଲା । ହାତରୁ ଯାଇଥିବା ଆସନକୁ ନିଜ ସପକ୍ଷରେ ଆଣିବା ଓ ଅନ୍ୟ ଆସନରେ ସ୍ଥିତି ମଜବୁତ କରିବା ଲାଗି ଆଜି ବୈଠକ ଅନୁଷ୍ଠିତ ହୋଇଛି ।

କୋରାପୁଟ ସଂସଦୀୟ କ୍ଷେତ୍ର ସମୀକ୍ଷାରେ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ତଥା ବିଷମ କଟକ ବିଧାୟକ ଜଗନ୍ନାଥ ସାରକା, ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ସାଂସଦ ଝିନ୍ନ ହିକକା, ପୂର୍ବତନ ସାଂସଦ ଏନ. ଭାସ୍କର ରାଓ, ପୂର୍ବତନ ବିଧାୟକ ରବି ନନ୍ଦ, ବିଧାୟକ ତଥା ଜିଲ୍ଲା ସଭାପତି ରଘୁରାମ ପାଡ଼ଲ, ପୂର୍ବତନ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପାଖେଇ ଆସୁଛି, ରାଜନୈତିକ ଦଳଙ୍କ ରଣନୀତି ପ୍ରସ୍ତୁତି ଜୋରଦାର

ବୈଠକ ପରେ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି , "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ କୋରାପୁଟ ଲୋକସଭା କ୍ଷେତ୍ର ନେଇ ଆଲୋଚନା ହୋଇଛି । ନିର୍ବାଚନ ପୂର୍ବରୁ ସଂଗଠନ ମଜବୁତ କରିବା ନେଇ ଆଲୋଚନା କରାଯାଇଛି । କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପ୍ରତି ନିର୍ବାଚନ ମଣ୍ଡଳୀ ନେଇ ଚର୍ଚ୍ଚା ହୋଇଛି।" ସଂଗଠନ ଦୃଷ୍ଟିରୁ କିପରି କୋରାପୁଟରେ ଅଧିକ ସଂଗଠିତ ହେବୁ ଓ ନିର୍ବାଚନ ଜିତିବୁ, ସେନେଇ ଆଲୋଚନା ହୋଇଛି । ସେହିପରି ପୂର୍ବତନ ସାଂସଦ ଝିନ୍ନ ହିକକା କହିଛନ୍ତି , "କୋରାପୁଟ ସଂସଦୀୟ କ୍ଷେତ୍ରର ସଂଗଠନ ତଥା କେମିତି ସମସ୍ତେ ମିଳିମିଶି ସଂଗଠନ ପାଇଁ କାମ କରିବେ, ତାହା ବି ଆଲୋଚନା ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details