ଓଡିଶା

odisha

ETV Bharat / politics

ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧୀ: ନାମାଙ୍କନ ପାଇଁ ପହଞ୍ଚିଲେ, ସାଥିରେ ସୋନିଆ-ପ୍ରିୟଙ୍କା - Lok Sabha Election 2024 - LOK SABHA ELECTION 2024

Rahul Gandhi to contest from Raebareli: ଉତ୍ତରପ୍ରଦେଶର ରାୟବରେଲୀରୁ ଲଢିବେ ରାହୁଲ ଗାନ୍ଧୀ । AICC ପକ୍ଷରୁ ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା । ଅଧିକ ପଢନ୍ତୁ

Rahul Gandhi to contest from Raebareli
Rahul Gandhi to contest from Raebareli (Etv Bharat)

By ETV Bharat Odisha Team

Published : May 3, 2024, 8:14 AM IST

Updated : May 3, 2024, 10:35 AM IST

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଆସନ ରାୟବରେଲୀ ଓ ଆମେଥି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ରାୟବରେଲୀରୁ ଲଢିବେ ରାହୁଲ ଗାନ୍ଧୀ । ଆମେଥି ଆସନରେ କିଶୋରୀଲାଲ ଶର୍ମା ପ୍ରାର୍ଥୀ ହୋଇଛନ୍ତି । ଏନେଇ AICC ପକ୍ଷରୁ ବିଧିବଦ୍ଧ ଭାବେ ତାଲିକା ଘୋଷଣା ହୋଇଛି । ଆଜି ଉଭୟ ଆସନ ପାଇଁ ନାମାଙ୍କନର ଶେଷ ତାରିଖ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ରାୟବରେଲୀରେ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କ ସହ ଲଢେଇ କରିବେ ରାହୁଲ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ନିର୍ବାଚନରେ ଆମେଥିରୁ ବିଜେପି ପୁଣିଥରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି । ରାୟବରେଲୀ ପାଇଁ ଦୀନେଶ ପ୍ରତାପ ସିଂହଙ୍କୁ ଟିକଟ ମିଳିଛି । ତେବେ ଚର୍ଚ୍ଚା ହେଉଥିଲା ଯେ, ରାହୁଲ ଗାନ୍ଧୀ ଆମେଥିରୁ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାୟବରେଲୀ ଆସନରୁ ନିର୍ବାଚନ ଲଢିପାରନ୍ତି । ଏହାକୁ ନେଇ ଦୀର୍ଘ ଦିନ ହେଲା ସସପେନ୍ସ ଲାଗି ରହିଥିଲା । ତେବେ ଆମେଥି ନୁହେଁ ରାହୁଲ ରାୟବରେଲୀରୁ ମଇଦାନକୁ ଓହ୍ଲାଇବେ, ସେହିପରି ପ୍ରିୟଙ୍କା ନିର୍ବାଚନ ନ ଲଢି ପ୍ରଚାରରେ ନିୟୋଜିତ ରହିବେ ବୋଲି ଜଣାପଡୁଛି । ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ମେ' ୨୦ ତାରିଖରେ ଆମେଥି ଓ ରାୟବରେଲୀ ଆସନରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆଜି ରାହୁଲ ନାମାଙ୍କନ ଦାଖଲ କରିବେ ।

ଏହା ମଧ୍ୟ ପଢନ୍ତୁ: 2 ଚର୍ଚ୍ଚିତ ଆସନରେ ପ୍ରାର୍ଥୀ ଦେଲା ବିଜେପି; ବ୍ରିଜଭୂଷଣଙ୍କ ସ୍ଥାନରେ ପୁଅକୁ ଟିକଟ, ରାୟବରେଲିରୁ ଦିନେଶ ସିଂହ - BJP MP Candidates Announced

ପ୍ରକାଶ ଥାଉକି, ଆମେଥି ଆସନ କଂଗ୍ରେସ ଗଡ ଭାବେ ପରିଚିତ ଥିବାବେଳେ ୨୦୧୯ ଲୋକସଭା ନିର୍ବାଚନରେ ଏହି ଆସନରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢିଥିଲେ । ହେଲେ ରାହୁଲଙ୍କୁ ହରାଇ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ବିଜୟୀ ହୋଇଥିଲେ । ଏଥର ମଧ୍ୟ ସ୍ମୃତି ଇରାନୀ ଆମେଥିରୁ ପ୍ରାର୍ଥୀ ହୋଇଥିବା ବେଳେ ରାହୁଲ ରାୟବରେଲୀରୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ରେ କଂଗ୍ରେସ ରାୟବରେଲୀ ଆସନରେ ବିଜୟୀ ହୋଇଥିଲେ । ତେବେ କେରଳର ୱାୟନାଡ ଆସନରୁ ମଧ୍ୟ ରାହୁଲ ନିର୍ବାଚନ ଲଢିବେ ।

ଏହା ମଧ୍ୟ ପଢନ୍ତୁ: ଆଜି ପୁଣି ଓଡ଼ିଶା ଆସୁଛନ୍ତି ରାହୁଲ, ରାୟଗଡ଼ାରେ କରିବେ ହାଇଭୋଲଟେଜ ପ୍ରଚାର - Rahul Gandhi To Visit Odisha

ଏହା ମଧ୍ୟ ପଢନ୍ତୁ: ମୋଦିଙ୍କ ବିପକ୍ଷରେ ଲଢିବେ କମେଡିଆନ ଶ୍ୟାମ ରଙ୍ଗିଲା - Lok Sabha Election 2024


Last Updated : May 3, 2024, 10:35 AM IST

ABOUT THE AUTHOR

...view details