ଓଡିଶା

odisha

ETV Bharat / politics

ଲୋକସଭା ଓ ବିଧାନସଭା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ - Election Observer Meeting Ganjam

Election Observer Meeting Ganjam: ଗଞ୍ଜାମରେ ଲୋକସଭା ଓ ବିଧାନସଭା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁରୁଖୁରୁରେ ନିର୍ବାଚନ ପରିଚାଳନା ନେଇ ଆଲୋଚନା । ଅଧିକ ପଢନ୍ତୁ

Election Observer Meeting
Election Observer Meeting

By ETV Bharat Odisha Team

Published : Apr 28, 2024, 1:05 PM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ସାଧାରଣ ନିର୍ବାଚନକୁ ଯେଭଳି ଶାନ୍ତିଶୃଙ୍ଖଳାର ସହିତ କରାଯିବ ସେନେଇ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ଜିଲ୍ଲାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲାରେ ଆସ୍କା ଲୋକସଭା ଏବଂ ଏହାର ଅନ୍ତର୍ଭୁକ୍ତ ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ହିଞ୍ଜିଳି, ଆସ୍କା, ସୋରଡା, ସାନଖେମୁଣ୍ଡି ବିଧାନସଭା ମଣ୍ଡଳୀଗୁଡିକରେ ନିର୍ବାଚନ ପ୍ରସ୍ତୁତି ଓ କାର୍ଯ୍ୟଖସଡା କିଭଳି ରହିଛି ସେନେଇ ତର୍ଜମା କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ବ୍ରହ୍ମପୁରରେ ନାମାଙ୍କନ ଭରିଲେ କେ.ଅନିଲ କୁମାର ଓ ସ୍ବାଧୀନ ସାଂସଦ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ - LOK SABHA ELECTION 2024

ଶନିବାର ଦିନ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଜିଲ୍ଲାର ସମସ୍ତ ନିର୍ବାଚନୀ ଖର୍ଚ୍ଚ ପରିଚାଳନା ଅଧିକାରୀ ଏବଂ ସହକାରୀ ଖର୍ଚ୍ଚ ପରିଚାଳକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ ଭାବରେ ଜନସାଧାରଣ ଯେପରି କୌଣସି ଅସୁବିଧାରେ ପଡିବେ ନାହିଁ ସେଥିନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଇଆରଏସ ଜି. ଏଲାମୁରୁଗୁ, ମନୀଷ ଦୁଦପୁରୀ, ସୁନୀଲ କିଶନ୍ ଆଗଓ୍ବାନେ ଗୁରୁତ୍ବାରୋପ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ପ୍ରଦୀପ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କୁ କଲେ କଟାକ୍ଷ - LOK SABHA ELECTION 2024

ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କ ଖର୍ଚ୍ଚ କିଭଳି ତଦାରଖ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଜିଲ୍ଲାରେ ନିଯୁକ୍ତ ଥିବା ସହକାରୀ ଖର୍ଚ୍ଚ ନିରୀକ୍ଷଣ ଅଧିକାରୀ ବିଭିନ୍ନ ସ୍କ୍ବାଡ୍ ଟିମମାନଙ୍କୁ ପ୍ରାର୍ଥୀମାନଙ୍କର ଖର୍ଚ୍ଚ ବିବରଣୀ ତଦାରଖ ସମ୍ୱନ୍ଧରେ ପଚାରି ବୁଝିଥିଲେ । ଏଥିସହ ନିର୍ବାଚନ ଜନିତ ସମସ୍ତ ପରିଚାଳନା କେନ୍ଦ୍ରଗୁଡିକ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ ।

ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟଜ୍ୟୋତି ପରିଡା ଏବଂ ବ୍ରହ୍ମପୁର ଲୋକସଭା ରିଟର୍ଣ୍ଣିଂ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା କିଭଳି ନିର୍ବାଚନକୁ ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ କରିହେବ ସେନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜନ ସାଧାରଣ ନିର୍ବାଚନ ଖର୍ଚ୍ଚ ସମ୍ପର୍କିତ କୌଣସି ତଥ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ଦୃଷ୍ଟିକୁ ନେବାକୁ ଚାହିଁଲେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେଙ୍କ ଯୋଗାଯୋଗ ନମ୍ବର ୯୬୯୨୨୦୧୫୩୦ ଏବଂ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଶ୍ରୀ କାଞ୍ଚି ଗୁପ୍ତାଙ୍କ ଯୋଗାଯୋଗ ନମ୍ବର ୯୬୯୨୧୯୪୫୭କୁ ଫୋନ୍ ନମ୍ବରରେ ଜଣାଇ ପାରିବେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details