ETV Bharat / politics

ଗନ୍ଧମାର୍ଦ୍ଦନ-ଆଦାନୀ ଜମି କିଣା ପ୍ରସଙ୍ଗ: ସ୍ପଷ୍ଟୀକରଣ ଲୋଡିଲା ବିଜେଡି, ଜବାବ ରଖିଲା ବିଜେପି - GANDHAMARDAN HILLS

ଗନ୍ଧମାର୍ଦ୍ଦନ ପାହାଡ଼ ନିକଟରେ ଆଦାନୀ ଜମି କିଣିବା ପ୍ରସଙ୍ଗରେ ତୀବ୍ର ରାଜନୀତି । ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ ।

BJD and BJP  Gandhamardan Hills
BJD and BJP Gandhamardan Hills (ETV Bharat Odisha)
author img

By ETV Bharat Odisha Team

Published : Nov 21, 2024, 5:56 PM IST

ଭୁବନେଶ୍ବର: ବଲାଙ୍ଗୀର-ବରଗଡ଼ ଜିଲ୍ଲା ସୀମାନ୍ତ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଆଦାନୀ ଗ୍ରୁପ ପକ୍ଷରୁ ଜମି କିଣାଯାଇଛି । ଆଦାନୀ ପକ୍ଷରୁ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ଼ ନାଁରେ ଜମି କିଣାଯାଇଛି । ଆଉ ଏହାକୁ ଏନେଇ ଏବେ ତେଜିଛି ରାଜ୍ୟ ରାଜନୀତି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଏହି ପ୍ରସଙ୍ଗରେ ବିଜେପିକୁ ଘେରିଛି । ବିଜେଡି ଅଭିଯୋଗର ଜବାବ ରଖିଛି ବିଜେପି ।

ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ:

ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ କହିଛନ୍ତି, "୧୯୮୦ ଦଶକରେ ଗନ୍ଧମାର୍ଦ୍ଦନକୁ ନେଇ ବଡ଼ ଆନ୍ଦୋଳନ ହୋଇଥିଲା । ପୋଲିସ ଗୁଳିରେ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏବେ ସମାନ ଅବସ୍ଥା ଦେଖା ଦେଇଛି । ଗନ୍ଧମାର୍ଦ୍ଦନ ପାଖରେ ଆଦାନୀ ଗ୍ରୁପ ଜମି କିଣିଛି । ତେଣୁ ଏବେ ସରକାରଙ୍କ ଦାୟିତ୍ୱ ବଢିଛି । ଆଦାନୀ ଜମି କିଣିବା ନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ । ଲୋକଙ୍କ ଭାବାବେଗ ବିରୋଧରେ ସରକାର ଯଦି କୌଣସି କାର୍ଯ୍ୟ କରେ ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...ଆମ୍ବ ଟାକୁଆ ଟ୍ରାଜେଡି: SCBରେ ଆଉ ଜଣଙ୍କ ମୃତ୍ୟୁ, BJD ଦୋହରାଇଲା ମନ୍ତ୍ରୀଙ୍କ ଇସ୍ତଫା

ସେ ଆହୁରି ମଧ୍ୟ କହିଛନ୍ତି, "କେଉଁ ଉଦ୍ଦେଶ୍ୟରେ ଆଦାନୀ ଜମି କିଣିଛି ସରକାର ସ୍ପଷ୍ଟୀକରଣ ରଖନ୍ତୁ । ହାତ ଦେବା ଆଗରୁ ଆଙ୍ଗୁଳି ଦିଆଯାଇଛି କି ? ଗନ୍ଧମାର୍ଦ୍ଦନକୁ ନେଇ ସରକାରଙ୍କର କୌଣସି ଯୋଜନା ଅଛି କି ? ସ୍ପଷ୍ଟୀକରଣ ଦେଲେ ଲୋକଙ୍କ ଆଶଙ୍କା ଦୂର ହୋଇପାରିବ । ସରକାର ଚୁପ ରହିଲେ ଆଗାମୀ ଦିନରେ ଦ୍ୱନ୍ଦ ବଢିବ ଓ ଆନ୍ଦୋଳନ ତେଜ ହେବ । ଗନ୍ଧମାର୍ଦ୍ଦନକୁ ନେଇ ଯଦି କିଛି ନାହିଁ ପ୍ରଥମ ଦିନରୁ ସ୍ପଷ୍ଟ କରିଥାନ୍ତେ । ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇ ନଥାନ୍ତେ । ଗନ୍ଧମାର୍ଦ୍ଦନ ପାହାଡ଼ ସ୍ଥାନୀୟ ଲୋକଙ୍କ ଭାବାବେଗ ସହିତ ଜଡ଼ିତ। ଗନ୍ଧମାର୍ଦ୍ଦନ ପାହାଡ଼ର ପବିତ୍ରତା ରହିଛି ।"

'କିଛି ଲୋକ ପ୍ରହେଳିକା ସୃଷ୍ଟି କରୁଛନ୍ତି':

ସେପଟେ କଳିକେଶଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଟଙ୍କଧର କହିଛନ୍ତି, "ବିଜେଡି ଓ କିଛି ଲୋକ ପ୍ରହେଳିକା ସୃଷ୍ଟି କରୁଛନ୍ତି । ୨୦୨୪ ଅକ୍ଟୋବର ୧୯ ତାରିଖରେ ଓଡ଼ିଶା ବାୟୋଡ଼ାଇଭରସିଟି ବୋର୍ଡ ଏହାକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଅଞ୍ଚଳର ବିକାଶ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଗନ୍ଧମାର୍ଦ୍ଦନ ପର୍ବତରେ ଅନେକ ଔଷଧୀୟ ବୃକ୍ଷ ରହିଛି । ଲୋକଙ୍କ ଭାବାବେଗ ସହ ଜଡିତ ଗନ୍ଧମାର୍ଦ୍ଦନ ପର୍ବତ । ୨୪ ବର୍ଷରେ ବିଜେଡି ସରକାର ଜଙ୍ଗଲ ନଷ୍ଟ କରିଛନ୍ତି, ତାର ଉତ୍ତର ଦେଇନାହାନ୍ତି । ଝାରସୁଗୁଡା ଜିଲ୍ଲାରେ ଆଜି ଜଙ୍ଗଲ ଓ ପରିବେଶ ନଷ୍ଟ କିଏ କରିଛି ? ରାଜ୍ୟରେ ପ୍ରଦୂଷଣ କିଏ କରିଛି ? ପ୍ରଥମ ଥର ପାଇଁ ବିଜେପି ସରକାର ସବୁ ଦଳ ବିଧାୟକଙ୍କୁ ବସାଇ ପରାମର୍ଶ ନିଆଯାଇଛି । ବିଜେଡି ସରକାରରେ ବିଜେଡି ମନ୍ତ୍ରୀ ଓ ବିଧାୟକଙ୍କ ପରାମର୍ଶ ନିଆଯାଉନଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଫୋକସରେ ଆଦିବାସୀ ଭୋଟବ୍ୟାଙ୍କ, ବିକାଶକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ, ତେଜିଲା ରାଜନୈତିକ ବୟାନବାଜି

ସେ ଆହୁରି ମଧ୍ୟ କହିଛନ୍ତି, "ଗନ୍ଧମାର୍ଦ୍ଦନରେ କୌଣସି ପ୍ରସଙ୍ଗ ନାହିଁ । ଇସ୍ୟୁ ନଥିଲେ ଇସ୍ୟୁ ବାହାର କରୁଛନ୍ତି । ଲୋକଙ୍କ ଅଧିକାର ଦେଇପାରିଲେ ନାହିଁ । ପ୍ରମାଣ ଦିଅନ୍ତୁ ଆମେ ବି ପ୍ରମାଣ ଦେବୁ । ଯେଉଁମାନେ ଅଭିଯୋଗ କରୁଛନ୍ତି, ପ୍ରମାଣ ସହ କରନ୍ତୁ । ଯେଉଁଠି କିଛି ବିଷୟ ନାହିଁ, ସ୍ପଷ୍ଟୀକରଣ କ'ଣ ଦରକାର । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜମି ସରକାର ଶାଗ ମାଛ ଦରରେ ବିକ୍ରୀ କରିଛନ୍ତି । ତର୍କ ବିତର୍କ କରନ୍ତୁ, ଉତ୍ତର ଦିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.