ETV Bharat / bharat

ମସଜିଦ ସର୍ଭେକୁ ନେଇ ହିଂସା: ୩ ମୃତ, ଇଣ୍ଟରନେଟ ସେବା ବନ୍ଦ - VIOLENCE DURING MOSQUE SURVEY

ଉତ୍ତର ପ୍ରଦେଶ ସମ୍ଭାଲରେ ବ୍ୟାପକ ଫୋର୍ସ ମୁତୟନ । ମସଜିଦ ସର୍ଭେକୁ ନେଇ ହିଂସାକାଣ୍ଡ ପରେ ଉତ୍ତେଜନା ।

ମସଜିଦ ସର୍ଭେ ବେଳେ ହିଂସା: 3 ମୃତ, 24 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ
ମସଜିଦ ସର୍ଭେ ବେଳେ ହିଂସା: 3 ମୃତ, 24 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ (ETV Bharat Odisha)
author img

By ETV Bharat Odisha Team

Published : Nov 25, 2024, 1:13 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସମ୍ଭାଲରେ ଏକ ମସଜିଦ ସର୍ଭେକୁ ନେଇ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଗତକାଲି (ରବିବାର) କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଏକ ବିବାଦୀୟ ମସଜିଦ ସମ୍ପର୍କରେ ସର୍ଭେ କରାଯାଉଥିଲା । ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଲୋକେ ଏହାକୁ ବିରୋଧ କରିବା ସହ ସର୍ଭେ ଅଧିକାରୀଙ୍କ ଟିମ୍‌ ଓ ପୋଲିସ ଉପରକୁ ପଥର ମାଡ କରିଥିଲେ । ଭିଡ଼ ଏକାଠି ହେବା ସହ ହିଂସା ଅଣାୟତ୍ତ ସ୍ଥିତିକୁ ଯିବାରୁ ପୋଲିସ ମଧ୍ୟ ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାୟସ କରିଥିଲା । ଏଥିରେ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଏକାଧିକ ବରିଷ୍ଠ ଅଧିକରୀଙ୍କ ସମେତ ପ୍ରାୟ 30ରୁ ଅଧିକ ପୋଲିସ ଓ ପ୍ରଶାସନିକ ଅଧିକାରୀ ଏଥିରେ ଆହତ ହୋଇଛନ୍ତି ।

  • ସର୍ଭେ ପାଇଁ ଆସିଥିବା ଅଧିକାରୀଙ୍କ ଟିମକୁ ଆକ୍ରମଣ

ସମ୍ଭାଲର ଥିବା ସାହି ଜାମା ମସଜିଦ ସ୍ଥାନକୁ ନେଇ ବିବାଦ ରହିଛି । ମାମଲାର ଶୁଣାଣି କୋର୍ଟରେ ଜାରି ରହିଛି । କୋର୍ଟ ଏହି ସମଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି (ରବିବାର) ଏହି ସର୍ଭେ ପାଇଁ ଟିମ ପହଞ୍ଚିଥିଲା । ପୂର୍ବାହ୍ନ ପ୍ରାୟ 10ଟା ବେଳେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଧିରେ ଧିରେ ସେଠାରେ ଭିଡ ବଢିବା ସହ ନାରାବାଜୀ ମଧ୍ୟ ଦେଖିବାକୁ ମିଳିଥିଲା । ପରେ କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବା ସହ ହିଂସାରେ ବଦଳିଯାଇଥିଲା । ମୁରଦାବାଦ କମିଶନର ଅଜନେୟ ସିଂ କହିଛନ୍ତି,‘‘ ସ୍ଥାନୀୟ ଡିଏମ ଓ ଏସପିଙ୍କ ଉପସ୍ଥିତିରେ ସର୍ଭେ ଆରମ୍ଭ ହୋଇଥିଲା । ପୂର୍ବାହ୍ନ ପ୍ରାୟ 11ଟା ସମୟରେ ସର୍ଭେ ଟିମ ମସଜିଦରୁ ବାହାରିବା ବେଳେ ଭିଡ ବେକାବୁ ହେବା ସହ ସର୍ଭେ ଟିମ ଓ ପୋଲିସ ଫୋର୍ସ ଉପରେ ପଥରମାଡ କରିବା ସହ ଜଳାପୋଡା କରିଥିଲେ । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ବଳ ପ୍ରୟୋଗ କରିଥିଲା ।’’

ଏହା ମଧ୍ୟ ପଢନ୍ତୁ :- ପୁଣି ଅଶାନ୍ତ ମଣିପୁର: 6 ଅପହୃତଙ୍କ ହତ୍ୟା ପରେ ତେଜିଲା ହିଂସା, ମନ୍ତ୍ରୀ-ବିଧାୟକଙ୍କ ବାସଭବନରେ ଆକ୍ରମଣ

ଏହା ମଧ୍ୟ ପଢନ୍ତୁ:- ପୁଣି ଅଶାନ୍ତ ମଣିପୁର, ଏନକାଉଣ୍ଟରେ ୧୦ ସନ୍ଦିଗ୍ଧ ଆତଙ୍କୀ ନିପାତ

ଏହା ବି ପଢନ୍ତୁ...ମଣିପୁର ଜାତିଗତ ହିଂସା; ରାଷ୍ଟ୍ର ଓ ସମାଜର ବିଫଳତା - Manipur Violence

୧୫ ଗିରଫ, ଇଣ୍ଟରେନଟ ବନ୍ଦ

ଗତକାଲି ହିଂସା ପରେ ଉକ୍ତ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ ସେହି ଅଞ୍ଚଳରେ ବାହାର ଲୋକଙ୍କୁ ପ୍ରବେଶ କରିବା ଉପରେ କଟକଣା ଜାରି କରିବା ସହ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛି ପ୍ରଶାସନ । ଗତକାଲି ହିଂସାରେ ସମ୍ପୃକ୍ତ ଉପଦ୍ରବକାରୀଙ୍କୁ ଗିରଫଦାରୀ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏବେ ସୁଦ୍ଧା ହିଂସାରେ ସମ୍ପୃକ୍ତ 15ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ କିଛିଙ୍କୁ ଚିହ୍ନଟ ମଧ୍ୟ ସରିଛି, ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ କାର୍ଯ୍ୟରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.