ହାଇଦ୍ରାବାଦ: ଟେକ୍ନୋଲୋଜିର ଅଗ୍ରଗତି ସାଙ୍ଗକୁ ସ୍ପାମ୍ କଲ୍ ଓ ମେସେଜର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ସାଇବର ଠକମାନେ ଅତ୍ୟାଧୁନିକ ଟେକ୍ନୋଲୋଜି AIର ବ୍ୟବହାର କରି ଏପରି ଠକେଇ କରୁଛନ୍ତି । ଆତ୍ମୀୟସ୍ବଜନଙ୍କ ଭଏସରେ କଲ୍ କରି ଟଙ୍କା ଲୁଟିନେଉଛନ୍ତି । ଫଳରେ ନିରୀହ ଲୋକେ ନିଜର କଷ୍ଟ ଅର୍ଜିତ ଧନକୁ ହରାଉଛନ୍ତି । ଯଦି ଆପଣ ଜଣେ ଜିଓ ୟୁଜର ତେବେ ଆପଣ ଏଭଳି ଠକେଇରୁ ବର୍ତ୍ତି ପାରିବେ । ଏଥିଲାଗି ଆପଣଙ୍କୁ ମାତ୍ର ଗୋଟିଏ କ୍ଲିକ୍ କରିବାକୁ ପଡ଼ିବ ।
ଜିଓ ନେଟୱର୍କ ବ୍ୟବହାର କରୁଥିବା ୟୁଜର ସବୁଦିନ ଲାଗି ଏପରି ସ୍ପାମ୍ କଲ୍ ଓ ମେସେଜକୁ ବ୍ଲକ୍ କରିପାରିବେ । ଏଥିଲାଗି MYJio Appରେ ଏକ ବଟନ୍ ରହିଛି । ଏହି ବଟନ୍ ଉପରେ କ୍ଲିକ୍ କରି ସ୍କାମ ଜନିତ କଲ୍କୁ ଆପଣ ବ୍ଲକ୍ କରିପାରିବେ । ଏହି ବଟନ୍କୁ ଅନ୍ କରିବା ପରେ ଆପଣଙ୍କୁ ମୋବାଇଲକୁ ଏପରି ଫୋନକଲ୍ କିମ୍ବା ମେସେଜ ଆସିବ ନାହିଁ ।
ଏହା ବି ପଢନ୍ତୁ |
ସ୍ପାମ୍ କଲ୍କୁ ବ୍ଲକ୍ କରିବାକୁ କଣ କରିବାକୁ ହେବ ଜାଣନ୍ତୁ...
- ଯଦି ଆପଣ ଜଣେ Jio ନେଟୱର୍କ ୟୁଜର, ତେବେ MY Jio ଆପ୍ ଖୋଲନ୍ତୁ ।
- ଆପ୍ ଖୋଲିବା ପରେ ଗୋଟିଏ ଥର Scroll କରିବା ପରେ ଆପଣ ଡାହାଣ ପାର୍ଶ୍ବରେ ଥିବା 'More' ଅପସନ ପାଇବେ, ଏହାକୁ ଚୟନ କରନ୍ତୁ ।
- ଏଥିରେ ଆପଣ 'Do Not Disturb' ଅପସନ୍ ପାଇବେ । ଏଥିରେ ୟୁଜର ବ୍ୟାଙ୍କିଂ, ରିଅଲ ଇଷ୍ଟେଟ୍, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ସେକ୍ଟରରୁ ଆସୁଥିବା ମେସେଜ ଓ କଲ୍କୁ ନିଜ ପସନ୍ଦ ମୁତାବକ ବ୍ଲକ୍ କରିବାକୁ ଅପସନ ପାଇବେ ।
- ଏହାପରେ 'Fully Blocked' ଓ 'Promotional Communication Blocked' ଅପସନକୁ ଅନ୍ କରନ୍ତୁ ।
- 'Fully Blocked' ଅପସନକୁ ଅନ୍ କରିବା ପରେ ଆପଣଙ୍କ ନିକଟକୁ କୌଣସି ସ୍ପାମ୍ କଲ୍ ଓ SMS ଆସିବ ନାହିଁ । କିନ୍ତୁ ଏହାପରେ ବି ଆପଣଙ୍କ ସେବା ପ୍ରଦାନକାରୀ ପକ୍ଷରୁ ଟ୍ରାଞ୍ଜାକ୍ସନ ଜନିତ କଲ୍/ମେସେଜ ଓ ସରକାରୀ ଏଜେନ୍ସିଠାରୁ ଆପଣଙ୍କୁ କଲ୍ ଆସିବ ।
ଆପଣ ଜାଣନ୍ତି କି ନିକଟରେ ଭାରତୀୟ ସରକାରଙ୍କ ଏକ ସୂଚନା ଅନୁସାରେ, ଭାରତକୁ ପ୍ରତିଦିନ 1.35କୋଟି ଫ୍ରଡ୍ କଲ୍ ଆସୁଛି । ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା ଅନୁସାରେ, ଅଧିକାଂଶ ସ୍ପାମ୍ କଲ୍ ଦେଶ ବାହାରେ ଥିବା ସର୍ଭରରୁ ଆସିଥାଏ ଏବଂ ଏଭଳି ଜାଲିଆତିକାରୀ କଲ୍ ମଧ୍ୟରୁ ଅଧିକାଂଶକୁ ରୋକିବାରେ ଭାରତ ସରକାର ସକ୍ଷମ ହୋଇଛନ୍ତି । ଆମର DoT ଜାଲିଆତି ଚିହ୍ନଟ ନେଟୱାର୍କ 'ସଞ୍ଚାର ସାଥୀ ଓ ଚକ୍ଷୁ' ମାଧ୍ୟମରେ ପ୍ରାୟ 2500 କୋଟି ଟଙ୍କା ଠକଙ୍କ ଜାଲରୁ ରକ୍ଷା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ।