କେନ୍ଦ୍ରାପଡା:ନିର୍ବାଚନ ସମୟରେ ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପର ଶ୍ରେୟ ନେବା ପାଇଁ କେନ୍ଦ୍ରାପଡାରେ ପୁଣି ଥରେ ଆରମ୍ଭ ହୋଇଛି ଟଣାଓଟରା । ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । କିଛି ଦିନ ତଳେ ଗଣମାଧ୍ୟମରେ ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ତଥା କ୍ୟାବିନେଟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡା ଜିଲ୍ଲାରେ ରେଳ ଗଡ଼ିବା ଶ୍ରେୟ ରାଜ୍ୟ ସରକାରଙ୍କର ଓ କେନ୍ଦ୍ରାପଡା ଇତିହାସ ସମ୍ପର୍କରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କିଛି ଜାଣିନଥିବା କହିଥିବା ବେଳେ ଆଜି ଏହାକୁ ଟାର୍ଗେଟ କରିଛି ଜିଲ୍ଲା ବିଜେପି ।
ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଅତନୁ ସବ୍ୟସାଚୀ ନାୟକଙ୍କୁ ଟାର୍ଗେଟ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ହରିଦାସପୁର- ପାରାଦ୍ବୀପ ରେଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଓ ୨୦୦୯ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଉକ୍ତ ରେଳ ପ୍ରକଳ୍ପର ସମୀକ୍ଷା ସମେତ ବିଭିନ୍ନ ସମୟରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ରେଳ ଅଧିକାରୀଙ୍କ ସହ ବୈଠକ ଓ ଅନୁରୋଧ ପରେ ଏହା ସମ୍ଭବପର ହୋଇ ଏବେ ଉକ୍ତ ରେଳ ଲାଇନରେ ଯାତ୍ରୀବାହୀ ରେଳ ଗଡୁଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା । ତେବେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ବୈଜୟନ୍ତଙ୍କ ବିରୁଦ୍ଧରେ ଅପପ୍ରଚାର କରୁଥିବା ମଧ୍ୟ ସେ ବିଜେପି ଅଭିଯୋଗ କରିଛି ।