ଓଡିଶା

odisha

ETV Bharat / politics

ମୟୂରଭଞ୍ଜ ଜିଲ୍ଲାର ୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM - assembly election - ASSEMBLY ELECTION

JMM announces candidates: ମୟୂରଭଞ୍ଜ ଜିଲ୍ଲାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM । ଉଭୟ ଲୋକସଭା ଓ ବିଧାନସଭା ଆସନରେ ଲଢୁଛନ୍ତି ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ । ଅଧିକ ପଢନ୍ତୁ

ମୟୂରଭଞ୍ଜ ଜିଲ୍ଲାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM
ମୟୂରଭଞ୍ଜ ଜିଲ୍ଲାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM (ମୟୂରଭଞ୍ଜ ଜିଲ୍ଲାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM)

By ETV Bharat Odisha Team

Published : May 4, 2024, 7:56 AM IST

Updated : May 4, 2024, 10:38 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ଝାଡଖଣ୍ଡରେ କ୍ଷମତାରେ ଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ‘ଜେଏମଏମ’ ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନଙ୍କୁ ମୟୂରଭଞ୍ଜ ଲୋକସଭା କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ କରିଛି ଦଳ । ଅଞ୍ଜନୀ ଲୋକସଭା ଆସନ ସହ ବିଧାନସଭା ନିର୍ବାଚନ ମଧ୍ୟ ଲଢୁଛନ୍ତି । ଗତକାଲି ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜେଏମଏମ ରାଷ୍ଟ୍ରୀୟ ମହାସଚିବ ବିନୋଦ ପାଣ୍ଡେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM (ଫଟୋ- ଇଟିଭି ଭାରତ ଓଡିଶା)

ମୟୂରଭଞ୍ଜ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଓ ସାରସକଣା ବିଧାନସଭା ଆସନରୁ ବିଧାୟିକା ପ୍ରାର୍ଥୀ ଭାବେ ଦୁଇଟି ଆସନରୁ ଅଞ୍ଜନୀ ସୋରେନ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଅଞ୍ଜନୀ ସୋରେନ ଦୁଇଟି ଆସନରୁ ଲଢେଇ କରିବେ । ସେହିପରି ଅନ୍ୟ ଚାରୋଟି ନିର୍ବାଚନ ମଣ୍ଡଳୀ ଯଥା ରାଇରଙ୍ଗପୁର ନିର୍ବାଚନ ପାଇଁ ସୁନାରାମ ଟୁଡୁ, ମୋରୋଡା ନିର୍ବାଚନ ମଣ୍ଡଳୀ ପାଇଁ କୃଷ୍ଣଚନ୍ଦ୍ର ଦାସ, ଉଦଳାରେ ଚକ୍ରଧର ସିଂ ଓ ବାଙ୍ଗିରିପୋଷି ଆସନରେ ବିଷ୍ଣୁ ସିଂଙ୍କ ନାମ ଘୋଷଣା କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ।

ମୟୂରଭଞ୍ଜ ଜିଲ୍ଲାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM (ଫଟୋ- ଇଟିଭି ଭାରତ ଓଡିଶା)
ମୟୂରଭଞ୍ଜ ଜିଲ୍ଲାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM (ଫଟୋ- ଇଟିଭି ଭାରତ ଓଡିଶା)

ଏ ସମ୍ପର୍କରେ ଦଳର କେନ୍ଦ୍ରୀୟ କମିଟି ପ୍ରାର୍ଥୀ ଚୂଡାନ୍ତ କରି ତାଲିକା ପ୍ରେସବିଜ୍ଞପ୍ତି ଜରିଆରେ ସୂଚନା ପ୍ରଦାନ କରାଯାଇଛି । ସମସ୍ତ ପ୍ରାର୍ଥୀ ଅତ୍ୟନ୍ତ ଉତ୍ସାହିତ ଥିବାବେଳେ ‘ଜେଏମଏମ’ ସୁପ୍ରିମୋ ଶିବୁ ସୋରେନ ସେମାନଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ସମସ୍ତେ ଜେଏମଏମ ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ମୟୂରଭଞ୍ଜ ଲୋକସଭା ଆସନ ଓ ପାଞ୍ଚଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ପରେ ଜେଏମଏମ କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।

ମୟୂରଭଞ୍ଜ ଜିଲ୍ଲାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM (ଫଟୋ- ଇଟିଭି ଭାରତ ଓଡିଶା)
ମୟୂରଭଞ୍ଜ ଜିଲ୍ଲାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM (ଫଟୋ- ଇଟିଭି ଭାରତ ଓଡିଶା)

ଏହା ମଧ୍ୟ ପଢନ୍ତୁ:- କ୍ଷମା ମାଗିଲେ ରାହୁଲ, ଭିଡିଓ ଜାରି କରି ସମାବେଶକୁ କଲେ ସମ୍ବୋଧନ - Rahul Gandhi apologies

ସେପଟେ ମୋରୋଡା ନିର୍ବାଚନ ମଣ୍ଡଳୀ ପାଇଁ ଓଡ଼ିଶା ଜନତା ପାର୍ଟି ପକ୍ଷରୁ ଲୋଚନ ବାରିକଙ୍କୁ ଟିକଟ ପ୍ରଦାନ କରାଯାଇଛି । ଲୋଚନ ବାରିକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନପାଖଣା ଗ୍ରାମରେ ହୋଇଥିବା ବେଳେ ସେ ମୋରଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ତେବେ ମୋରୋଡା ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ମୋରୋଡା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସମର୍ଥନ ନିଶ୍ଚିତ ଭାବେ ତାଙ୍କ ସହିତ ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଲୋଚନ ବାରିକ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : May 4, 2024, 10:38 AM IST

ABOUT THE AUTHOR

...view details