ଓଡିଶା

odisha

ETV Bharat / politics

ଢେଙ୍କାନାଳ ବିଜେଡିରେ ଫାଟ ! ବିଧାୟିକାଙ୍କ ବିରୁଦ୍ଧରେ ପରିବର୍ତ୍ତନ ସମାବେଶ, ଜବାବ ରଖିଲେ ବିଧାୟିକା - Dhenkanal News

Hindol BJD MLA faces resistance from own party: ଢେଙ୍କାନାଳ ବିଜେଡିରେ ଦେଖାଦେଇଛି ଅନ୍ତଃକନ୍ଦଳ । ହିନ୍ଦୋଳ ବିଧାୟିକାଙ୍କ ବିରୋଧରେ ଦଳୀୟ ନେତା ଓ କର୍ମୀମାନଙ୍କ ପରିବର୍ତ୍ତନ ସମାବେଶ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Jan 26, 2024, 7:00 AM IST

ଢେଙ୍କାନାଳ ବିଜେଡିରେ ଫାଟ ! ବିଧାୟିକାଙ୍କ ବିରୁଦ୍ଧରେ ପରିବର୍ତ୍ତନ ସମାବେଶ, ଜବାବ ରଖିଲେ ବିଧାୟିକା

ଢେଙ୍କାନାଳ: ଢେଙ୍କାନାଳ ବିଜେଡିରେ ଦେଖାଦେଇଛି ଅନ୍ତଃକନ୍ଦଳ । ଜିଲ୍ଲାର ହିନ୍ଦୋଳ ବିଧାୟିକାଙ୍କୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ମୁଣ୍ଡ ଟେକି ଉଠିଛି । ଗତ ବୁଧବାର ବିଧାୟିକାଙ୍କ ବିରୋଧୀ ଗୋଷ୍ଠୀଙ୍କର ଏକ ମହାମେଳି ଦୁଦୁରୁକୋଟ ଗ୍ରାମ ନିକଟରେ ଅନୁଷ୍ଠିତ ହୋଇଛି । ପୁରୁଖା ବିଜେଡି ନେତା ପ୍ରଦୀପ ସାମଲଙ୍କ ଆବହନରେ ଆୟୋଜିତ ଏହି ବିରୋଧୀ ମେଳିରେ ଚଳିତ ନିର୍ବାଚନରେ ବିଧାୟିକାଙ୍କୁ ପରିବର୍ତ୍ତନ କରିବାର ନାରା ଦେଇ ରଣ ହୁଙ୍କାର ଦେଇଛନ୍ତି । ପରିବର୍ତ୍ତନ ସଭା ନାମକ ଏକ ସମାବେଶ କରି ହିନ୍ଦୋଳ ବିଧାୟିକାଙ୍କ ପ୍ରାର୍ଥୀତ୍ବ ପରିବର୍ତ୍ତନ ଦାବି କରିଛନ୍ତି ।

ବିଧାୟିକା କର୍ମୀମାନଙ୍କୁ ଅଣଦେଖା କରିବା ଓ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଉନ୍ନତିକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ ଉଠାଇଛନ୍ତି । ତେବେ ଏହାକୁ ଖଣ୍ଡନ କରିଛନ୍ତି ଖୋଦ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ବିଧାୟିକାଙ୍କ କହିବା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସାରା ରାଜ୍ୟରେ ବିକାଶର ଧାରା ଛୁଟିଛି । ହିନ୍ଦୋଳରେ ମଧ୍ୟ ତାହା ପ୍ରତିଫଳିତ ହୋଇଛି । ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦଳକୁ ଆହୁରି ମଜଭୁତ କରୁଥିବାରୁ ବିରୋଧୀ ଚିନ୍ତିତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଗୋଣ୍ଡ ସମାଜକୁ ନେଇ ଆଠମଲ୍ଲିକ ବିଜେଡ଼ିରେ ଝଡ଼, ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିରୋଧ


"ହିନ୍ଦୋଳର ସର୍ବାଙ୍ଗୀନ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ବିରୋଧୀଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି । ଫଳରେ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀଙ୍କ ମାଧ୍ୟମରେ ବିରୋଧୀ ବିଜେପି ହିନ୍ଦୋଳରେ ବିଜେଡିର ଗଡ଼ ଭୁଶୁଡାଇ ପାଇଁ ଏପରି ହୀନ ଚକ୍ରାନ୍ତ କରୁଥିଲେ ମଧ୍ୟ ଏହା ବିଜେଡି ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ" ଦୃଢତା ସହ କହିଛନ୍ତି ବିଧାୟିକା ସୀମାରାଣୀ ନାୟକ । ସୂଚନାଯୋଗ୍ୟ ଯେ, ଢେଙ୍କାନାଳର ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ଭାବେ ରହି ଆସିଛି । ଏହି ବିଧାନସଭା ଆସନ ଅନୁସୂଚିତ ଜାତିବର୍ଗ ପାଇଁ ସଂରକ୍ଷିତ ରହିଛି ।

ଫଳରେ ଜନତା ଦଳର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ତ୍ରିନାଥ ନାୟକ ଏହି ଆସନରୁ ପରେ ତାଙ୍କ ପତ୍ନୀ ପାଟ ନାୟକ ଓ ପରେ ପରେ ତାଙ୍କ ଝିଅ ଅଞ୍ଜଳି ବେହେରା ବିଜେଡି ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ଆସୁଥିଲେ । ଅଞ୍ଜଳି ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ପତିଆରା ସୃଷ୍ଟି କରିଥିଲେ ମଧ୍ୟ ମିଡନାଇଟ ଅପରେସନ ଘଟଣାରେ ଦଳରୁ ବହିଷ୍କୃତ ପରେ ଗତ ୨୦୧୪ରୁ ସୀମାରାଣୀ ନାୟକ ବିଜେଡି ଦଳରୁ ଦୁଇ ଦୁଇ ଥର ବିଧାୟିକା ଭାବେ ନିଜର ପତିଆରା ସୃଷ୍ଟି କରିଛନ୍ତି । ଅଞ୍ଜଳି ଏବେ ବିଜେପି ଦଳରୁ ଆଶାୟୀ ଥିବାବେଳେ ଚଳିତ ବର୍ଷ ନିର୍ବାଚନ ପାଖେଇ ଆସିଥିବାରୁ ହିନ୍ଦୋଳ ପାଇଁ ବିଜେଡିର ଆଶାୟୀଙ୍କ ତାଲିକା ବଢିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details