ଓଡିଶା

odisha

By ETV Bharat Odisha Team

Published : May 12, 2024, 6:34 PM IST

Updated : May 12, 2024, 7:20 PM IST

ETV Bharat / politics

ବିଜେଡିରୁ ପ୍ରଫୁଲ ମାଝୀ ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ - PRAFULLA MAJHI SUSPENDED

Prafulla Majhi Suspended from BJD: ବିଜେଡିରୁ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀଙ୍କୁ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Prafulla Majhi Suspended from BJD
Prafulla Majhi Suspended from BJD (ETV Bharat Odisha)

ଭୁବନେଶ୍ବର: ବିଜେଡିରୁ ପୂର୍ବତନ ବିଧାୟକ ପ୍ରଫୁଲ ମାଝୀଙ୍କୁ ବହିଷ୍କୃତ । ତଳସରାର ପୂର୍ବତନ ବିଧାୟକ ଡଃ ପ୍ରଫୁଲ୍ଲ ମାଝୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା କରିଛି ବିଜେଡି । ଦଳ ପକ୍ଷରୁ ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଡଃ ପ୍ରଫୁଲ୍ଲ ମାଝୀ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଥିଲେ । ତଳସରାରୁ ଟିକଟ ଆଶାୟୀ ଥିଲେ ପ୍ରଫୁଲ୍ଲ ମାଝୀ । ନିର୍ବାଚନରେ ଦଳୀୟ ଟିକଟ ନମିଳିବାରୁ ସେ ଅସନ୍ତୁଷ୍ଟ ମଧ୍ୟ ଥିଲେ । ତେବେ ଦଳ ଆଜି ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କୃତ କରିଥିବା ବିଜେଡି ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଯାଇଛି ।

Prafulla Majhi Suspended from BJD (ETV Bharat Odisha)

ଏଥର ନିର୍ବାଚନରେ ତଳସରାରୁ ବିଜେଡି ଟିକଟ ପାଇଁ ଆଶାୟୀ ରହିଥିଲେ ଡଃ ପ୍ରଫୁଲ୍ଲ ମାଝୀ । ହେଲେ ଦଳ ଏଠାରେ ତାଙ୍କୁ ନିରାଶ କରିଥିଲା । ୨୦୧୪ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିବା ବିନୋଦ ଟପ୍ପୋଙ୍କୁ ପୁଣିଥରେ ଭରସା କରି ପ୍ରାର୍ଥୀ କରିଛି ଦଳ । ଏହାପରେ ପ୍ରଫୁଲ୍ଲ ଓ ତାଙ୍କ ଗୋଷ୍ଠୀ ଆରମ୍ଭ କରିଥିଲେ ବିଦ୍ରୋହ । ଏପରିକି ସାମ୍ବାଦିକ ସମ୍ମିଳନୀ କରି ମଧ୍ୟ ସେ ଦଳ ଉପରେ ବର୍ଷିଥିଲେ । ଲୋକସମ୍ପର୍କ ନଥିବା ଲୋକଙ୍କୁ ଟିକଟ ଦିଆଯାଉଥିବା ଅଭିଯୋଗ ଆଣିଥିଲେ ପୂର୍ବତନ ବିଧାୟକ । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟକଳାପ ନେଇ ଅଭିଯୋଗ ପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ତଳସରା ନିର୍ବାଚନ ମଣ୍ଡଳୀକୁ ନେଇ ବିଜେଡି-ବିଜେପି ମଧ୍ୟରେ ବାକ୍ ଯୁଦ୍ଧ - Talasara Politics

ପୂର୍ବତନ ବିଧାୟକ ଡଃ ପ୍ରଫୁଲ୍ଲ ମାଝୀ ସୁନ୍ଦରଗଡ଼ ଜିଲ୍ଲାର ତଳସରା ବିଧାନସଭା ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୬ ଉପନିର୍ବାଚନରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ କଂଗ୍ରେସ ଟିକଟରେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ସେ କ୍ରମାଗତ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୨୦୧୪ ନିର୍ବାଚନରେ ସେ କଂଗ୍ରେସ ଟିକଟରୁ ଶେଷ ଥର ପାଇଁ ବିଧାନସଭା ଯାଇଥିଲେ । ୨୦୧୯ ପରାଜୟ ପରେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ପ୍ରଦୀପ ମାଝୀ ଦଳ ଛାଡିବା ପରେ ସେ ବିଜେଡି ସହ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଥିଲା । ଏହାରି ଭିତରେ ସେ ଗତ ୨୦୨୧ ମସିହା ଡିସେମ୍ବର ମାସରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଂଗ୍ରେସରୁ ବରିଷ୍କୃତ ହୋଇଥିଲେ । ଏହାପରେ ତୁରନ୍ତ ୨୦୨୧ ମସିହା ଡିସେମ୍ବର ୧୦ ତାରିଖରେ ବିଜେଡି ଶିବିରରେ ସାମିଲ ହୋଇଥିଲେ ପ୍ରଫୁଲ୍ଲ । ହେଲେ ଆଜି ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 12, 2024, 7:20 PM IST

ABOUT THE AUTHOR

...view details