ହାଇଦ୍ରାବାଦ: ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ରାଜନୈତିକ ଆକ୍ସନ ଡ୍ରାମା ଫିଲ୍ମ 'ଗେମ ଚେଞ୍ଜର' ବକ୍ସ ଅଫିସରେ ରାଜ କରୁଛି। ଗେମ୍ ଚେଞ୍ଜର ୧୦ ଜାନୁଆରୀରେ ମକର ସଂକ୍ରାନ୍ତି ଅବସରରେ ମୁକ୍ତିଲାଭ କରିଥିଲା । ଗେମ୍ ଚେଞ୍ଜର ଏହାର ପ୍ରଥମ ସପ୍ତାହାନ୍ତରେ 100 କୋଟି ଟଙ୍କା ରୋଜଗାର କରିବାରୁ ବଞ୍ଚିତ ହୋଇଥିଲା । ଯାହା ପରେ ମକର ସଂକ୍ରାନ୍ତି ଛୁଟିଦିନରେ ଫିଲ୍ମ ବମ୍ପର ରୋଜଗାର କରିଛି । ଫଳରେ ଫିଲ୍ମ 100 କୋଟି ପାରେ୍ କରିଛି । ତେବେ ଫିଲ୍ମଟି କେତେ କଲେକ୍ସନ କରିଛି ଏବଂ ପଞ୍ଚମ ଦିନ ଅର୍ଥାତ୍ ମକର ସଂକ୍ରାନ୍ତିରେ କେତେ ରୋଜଗାର କରିଛି। ଜାଣନ୍ତୁ,
'ଗେମ ଚେଞ୍ଜର' କଲେକ୍ସନ
ସାକନିକଙ୍କ ଅନୁଯାୟୀ, ମକର ସଂକ୍ରାନ୍ତିରେ ଫିଲ୍ମ 'ଗେମ ଚେଞ୍ଜର'ର ଆୟ 33.20 ପ୍ରତିଶତ ବୃଦ୍ଧି ପାଇଛି । ଗେମ୍ ଚେଞ୍ଜର୍ ୧୦.୧୯ କୋଟି ଟଙ୍କା କଲେକ୍ସନ କରିଛି । ପଞ୍ଚମ ଦିନରେ ଫିଲ୍ମ ତେଲୁଗୁରେ 6.3 କୋଟି, ତାମିଲରେ 0.95 କୋଟି ଏବଂ ହିନ୍ଦୀରେ 2.94 କୋଟି ଟଙ୍କା ରୋଜଗାର କରିଛି ।ଫଳରେ ଗେମ୍ ଚେଞ୍ଜର ଘରୋଇ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ପାର୍ କରିଛି। ଭାରତରେ ଗେମ୍ ଚେଞ୍ଜରର ମୋଟ କଲେକ୍ସନ ୧୦୬.୪୬ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ପାଞ୍ଚ ଦିନରେ, ଗେମ ଚେଞ୍ଜର ସାରା ବିଶ୍ୱରେ 300 କୋଟି ଟଙ୍କା ପାର୍ କରିଛି ।
ଖୁସିବ୍ୟକ୍ତ କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ରାମ ଚରଣ
କହିରଖୁଛୁ କି, ଭାରତରେ 'ଗେମ ଚେଞ୍ଜର' ୫୧ କୋଟି ଟଙ୍କାରେ ଓପନିଂ କରିଥିଲା । ଦ୍ୱିତୀୟ ଦିନରେ ଏହା ୨୧.୬ କୋଟି ଟଙ୍କା, ତୃତୀୟ ଦିନରେ ୧୫.୯ କୋଟି ଟଙ୍କା ଏବଂ ଚତୁର୍ଥ ଦିନରେ ୭.୬୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ମକର ସଂକ୍ରାନ୍ତି ଅବସରରେ, ରାମ ଚରଣ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଖୁସିବ୍ୟକ୍ତ କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଲୋକମାନଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ରାମ ଚରଣ ମଧ୍ୟ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ 2025 ବର୍ଷର ଆରମ୍ଭ ତାଙ୍କ ପାଇଁ ବହୁତ ବିସ୍ଫୋରକ ପ୍ରମାଣିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ: 'ଗେମ ଚେଞ୍ଜର' ରିଲିଜ ପୂର୍ବରୁ ଧମକ ମିଳିବା ଘଟଣା, 45 ଲୋକଙ୍କ ବିରୋଧରେ ଏତଲା
'ଗେମ ଚେଞ୍ଜର' ବିଷୟରେ କହିବାକୁ ଗଲେ, ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ କରିଥିବା ବେଳେ ଏଥିରେ ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ରନ୍ ସମୟ ହେଉଛି 2 ଘଣ୍ଟା 45 ମିନିଟ୍ । ନିର୍ଦ୍ଦେଶକ ଶଙ୍କର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଯିଏ ପୂର୍ବରୁ 'ହିନ୍ଦୁସ୍ତାନୀ', 'ଇଣ୍ଡିଆନ୍ ୨', 'ଅପରିଚିତ', 'ରୋବଟ୍' ଭଳି ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ