ହାଇଦ୍ରାବାଦ: ଦୀର୍ଘ 144 ବର୍ଷ ପରେ ଆସିଛି ସେହି ପବିତ୍ର ଦିନ । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଛି ଭକ୍ତି ଓ ଆସ୍ଥାର ପର୍ବ ମହାକୁମ୍ଭ ମେଳା 2025 । ଯଦି ଆପଣ ବ୍ୟକ୍ତିଗତ ଭାବେ ପ୍ରୟାଗରାଜ କୌଣସି କାରଣବଶତଃ ଯାଇପାରୁନାହାନ୍ତି, ତେବେ ଆଦୌ ଚିନ୍ତିତ ହୁଅନ୍ତି ନାହିଁ । ଆପଣ ଘରେ ବସି ମଧ୍ୟ ପ୍ରତ୍ୟକ୍ଷ ଭାବେ ଏହି ମେଳାକୁ ଲାଇଭ୍ ଦେଖିପାରିବେ । ଏଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଭୋଡାଫୋନ-ଆଇଡିଆ ।
ମହାକୁମ୍ଭ ମେଳାରେ ଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ଭିଡ଼ ଜମାଇଛନ୍ତି । ପ୍ରୟାଗରାଜ ସ୍ଥିତ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । କାରଣ ଏହି ପବିତ୍ର ଦିବସ 144 ବର୍ଷ ପରେ ଅନୁଷ୍ଠିତ ହେଉଛି । ପ୍ରତି 6ବର୍ଷରେ ଅର୍ଦ୍ଧ କୁମ୍ଭ ଓ 12 ବର୍ଷରେ ପୂର୍ଣ୍ଣ କୁମ୍ଭ ପାଳିତ ହୁଏ । ଯେତେବେଳେ 12ଟି ପୂର୍ଣ୍ଣ କୁମ୍ଭ ପୂରଣ ହୁଏ, ସେତେବେଳେ ମହାକୁମ୍ଭ ଅନୁଷ୍ଠିତ ହୁଏ । ଚଳିତ ବର୍ଷ 2025ରେ ଏହି ମହାକୁମ୍ଭ ଅନୁଷ୍ଠିତ ହେଉଛି ।
ମହାକୁମ୍ଭ ଲାଗି Viର ସ୍ବତନ୍ତ୍ର ପ୍ଲାନ
ଭୋଡାଫୋନ-ଆଇଡିଆ ନିଜର ୟୁଜରଙ୍କୁ ଘରେ ବସି ମହାକୁମ୍ଭକୁ ଉପଭୋଗ କରିବା ଲାଗି ଖାସ୍ ବ୍ୟବସ୍ଥା କରିଛି । ଏଥିଲାଗି Vi, ଦେଶର ମନୋରଞ୍ଜନ କମ୍ପାନୀ Shemaroo ସହିତ ପାର୍ଟନରସିପ୍ କରିଛି । ଏହି ପାର୍ଟନରସିପ୍ ଯୋଗୁଁ ଭୋଡାଫୋନ-ଆଇଡିଆ ୟୁଜର ନିଜ ଟିଭି ଆପ୍ ଓ Vi Moviesରେ ମହାକୁମ୍ଭର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ । ଏ ନେଇ ଭିଆଇ କହିଛି ଯେ ୟୁଜର ଜାନୁଆରୀ 14ରୁ ମକର ସଂକ୍ରାନ୍ତିରେ ଶାହି ସ୍ନାନ, 29 ଜାନୁଆରୀରେ ମୌନି ଅମାବାସ୍ୟା ଓ 26 ଫେବୃଆରୀ ମହାଶିବରାତ୍ରିରେ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବା ଆଦିକୁ ଘରେ ବସି ଦେଖିପାରିବେ ।
ଏହା ବି ପଢନ୍ତୁ |
ଭିଆଇ ଗତ ସୋମବାର ଏହି ସ୍ବତନ୍ତ୍ର ସେବା ସମ୍ପର୍କରେ ଘୋଷଣା କରି କହିଛି ଯେ, ୟୁଜର ରେକର୍ଡିଂ କଣ୍ଟେଣ୍ଟ, ଲୋକ ସଂଗୀତ ଓ ଭକ୍ତି ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ତୀର୍ଥ ଯାତ୍ରୀଙ୍କ ଅନୁଭବ ଆଦିକୁ ଘରେ ବସି ଉପଭୋଗ କରିପାରିବେ । ଏହାବ୍ୟତୀତ ୟୁଜର ଏହି ବଡ଼ ଧାର୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କିପରି ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ମଧ୍ୟ ଜ୍ଞାନ ଆହରଣ କରିପାରିବେ । ଏହାର ସ୍ପେଶିଆଲ ଫିଚରରେ ସାଧୁଙ୍କ ସାକ୍ଷାତକାର, ଆଧ୍ୟାତ୍ମିକ ନେତାଙ୍କ ସାକ୍ଷାତକାର ଆଦି ଦେଖିପାରିବେ ।
Experience live darshan of Maha Kumbh Mela 2025 with Vi! To make the Maha Kumbh Mela in Prayagraj accessible to all, we have partnered with Shemaroo to live-stream the event on Vi Movies & TV. Our customers can experience the Shahi Snans on Makar Sankranti (January 14), Mauni… pic.twitter.com/pKZUbrVg3X
— Vi_News (@ViNewsOfficial) January 14, 2025
ଘରେ ବସି ଭର୍ଚ୍ଚୁଆଲ ଅନୁଭବ
ଏହି ସେବା ଆରମ୍ଭ କରି Vi କହିଛି ଯେ, ଟେକ୍ନୋଲୋଜିର ବ୍ୟବହାର କରି ଲୋକଙ୍କୁ ଯୋଡ଼ିବାର ପ୍ରତିଶ୍ରୁତିର ଏକ ଅଂଶ । ଭିଆଇ ଏହା ସୁନିଶ୍ଚିତ କରୁଛି ଯେ ମହାକୁମ୍ଭ ମେଳା ସମସ୍ତ ୟୁଜରଙ୍କ ଲାଗି ସୁଲଭ ହେଉ । ଶ୍ରଦ୍ଧାଳୁ Vi Movies ଓ ଟିଭି ଆପ୍ ମାଧ୍ୟମରେ ଆଧ୍ୟାତ୍ମିକ ଯାତ୍ରାର ଆନନ୍ଦ ଯେତେବେଳେ ଓ ଯେକୌଣସି ସ୍ଥାନରୁ ଉଠାଇ ପାରନ୍ତୁ ।