ଓଡିଶା

odisha

ETV Bharat / politics

ଦୋହଲିଲା ଗଞ୍ଜାମ ବିଜେଡ଼ି; ବିସ୍ଫୋରଣ କଲେ ଲତିକା, ରଞ୍ଜିତା ସାଜିଥିଲେ ବିଭୀଷଣ !

କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଆଣିଲେ ସାଂଘାତିକ ଅଭିଯୋଗ । ଆସ୍କା ସଂସାଦ ପ୍ରାର୍ଥୀ ରଞ୍ଜିତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା ।

By ETV Bharat Odisha Team

Published : 4 hours ago

Updated : 1 hours ago

Former MLA Latika Pradhan
Former MLA Latika Pradhan (ETV Bharat Odisha)

ଭୁବନେଶ୍ୱର:ସାଧାରଣ ନିର୍ବାଚନରେ ବିଜେଡି ସମ୍ମୁଖୀନ ହୋଇଛି ବଡ଼ ବିପର୍ଯ୍ୟୟ । ଦଳୀୟ ନେତାଙ୍କ ବିରୋଧରେ ଦଳ ଭିତରେ ସୃଷ୍ଟି ହୋଇଛି ଆଲୋଡ଼ନ । ମୁହଁ ଖୋଲିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ନେତା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗଡ଼ରେ ଆଜି ହୋଇଛି ବଡ଼ ରାଜନୈତିକ ବିସ୍ଫୋରଣ । ନବୀନଙ୍କ ଜନ୍ମଦିନରେ ଗଞ୍ଜାମ ବିଜେଡିକୁ ନେଇ ବଡ଼ ବକ୍ତବ୍ୟ ଦେଇଛନ୍ତି ଦଳର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ।

ବିଜେଡି ନେତ୍ରୀ ତଥା କବିସୂର୍ଯ୍ୟନଗରର ପୂର୍ବତନ ବିଧାୟକ ଲତିକା ପ୍ରଧାନ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସାଧାରଣ ନିର୍ବାଚନ 2024ରେ ବିଜେଡ଼ିର ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ବିଭୀଷଣ ଭୂମିକା ନେଇଥିବା ଲତିକା ଅଭିଯୋଗ ଆଣିଛନ୍ତି । ନିର୍ବାଚନରେ ବିଜେପି ସହ ସାଲିସ ହୋଇ କାମ କରୁଛନ୍ତି । ଏବେ ମଧ୍ୟ ସେହି କାମ କରୁଛନ୍ତି । ଦଳର ସଭାପତିଙ୍କୁ ଆଜି ଭେଟି ଲତିକା ଆଲୋଚନା କରିଥିବା ଜଣାପଡିଛି । ଯଦି ରଞ୍ଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ ତାହାଲେ ଭୟଙ୍କର ପରିସ୍ଥିତି ସ୍ରୁଷ୍ଟି ହେବ ବୋଲି ଚେତେଇଛନ୍ତି । କବିସୂର୍ଯ୍ୟନଗର ସମେତ ଆସ୍କା ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ରରେ ରଞ୍ଜିତା ଦଳ ବିରୋଧୀ କାମ କରିଥିବା ଅଭିଯୋଗ ଆସିଛି ।

Former MLA Latika Pradhan (ETV Bharat Odisha)



ଆସ୍କା ବିଜେଡିରେ ବିଭୀଷଣ ସାଜିଥିଲେ କି ବିଜେଡିର ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ?

ରଞ୍ଜିତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ଲାତିକା ଅଭିଯୋଗ କରିଛନ୍ତି, "ଦଳର ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଚିରାଚରିତ ଭାବେ ବେଇମାନି କାର୍ଯ୍ୟକ୍ରମ କରିଛନ୍ତି । ଗତ ନିର୍ବାଚନରେ ସେ ବିଜେପି ସହିତ ସାଲିସ ହୋଇ କାର୍ଯ୍ୟକ୍ରମ କରିଛନ୍ତି । ଏବେ ମଧ୍ୟ ସେହି ବିଜେପି ନେତାଙ୍କ ସହ ସାଲିସ ହୋଇ କାର୍ଯ୍ୟକ୍ରମ ହାତକୁ ନେବାକୁ ରଞ୍ଜିତା ଚେଷ୍ଟା କରୁଛନ୍ତି । ଦଳର ସଭାପତିଙ୍କୁ ଆଜି ଭେଟି ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ।"

ଏହା ବି ପଢନ୍ତୁ- କାଲିଠୁ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ; କୋଟିଏ ଟାର୍ଗେଟ

ଏହା ବି ପଢନ୍ତୁ-ନିଜ ଦଳର ପୋଲ୍‌ ଖୋଲିଲେ ବିଜେଡି ବିଧାୟକ ସୌଭିକ !

ଏହା ବି ପଢନ୍ତୁ- ବିଜେଡି ଛାଡିଲେ ପ୍ରକାଶ ବେହେରା, ପ୍ରାର୍ଥୀ କରାଇଥିବାରୁ ଦଳକୁ ଦେଲେ ଧନ୍ୟବାଦ


ଲତିକା ଆହୁରି ମଧ୍ୟ କହିଛନ୍ତି, 'ଆସ୍କା ସଂସଦୀୟ କ୍ଷେତ୍ର ବିଜୁ ପଟ୍ଟନାୟକଙ୍କ ସମୟରୁ 2024 ପର୍ଯ୍ୟନ୍ତ ବିଜେଡି ସହିତ ଥିଲା । ଅନ୍ୟ କୌଣସି ଦଳ ସେଠାରୁ ଜିତି ପାରିନଥିଲେ । ଏଭଳି ଜଣେ ପ୍ରାର୍ଥୀଙ୍କ ଲାଗି ଆସ୍କା ଲୋକସଭା ବିଜେଡ଼ି ହାତରୁ ଗଲା । ରଞ୍ଜିତାଙ୍କ ନିର୍ବାଚନ ପରିଚାଳନା ଯୋଗୁଁ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ର ପ୍ରଭାବିତ ହୋଇଥିଲା । ତେଣୁ ଆମେ ସବୁ ସିଟ ହରେଇବାକୁ ବାଧ୍ୟ ହେଲୁ । ରଞ୍ଜିତାଙ୍କ ବିଭୀଷଣ କାର୍ଯ୍ୟକ୍ରମର ଭିଡିଓ ଓ ଅଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହାର ପ୍ରମାଣ ଦଳର ସଭାପତିଙ୍କୁ ଦିଆଯାଇଛି । ନିର୍ବାଚନ ପରେ ମଧ୍ୟ ସେ ଏହି କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଭାପତିଙ୍କ ନିକଟରେ ଦାବି କରିଛୁ ।"

ଏହା ବି ପଢନ୍ତୁ- ବିଜେଡି ଛାଡିବେ କି ଅମର ? ଶ୍ୱାସରୁଦ୍ଧ ହୋଇଥିଲେ ଦଳ ଛାଡନ୍ତୁ କହିଲେ ଲେନିନ, ବିଜେପି କହିଲା...

ଏହା ବି ପଢନ୍ତୁ- ନିଆଁରେ ଘିଅ ଢାଳିଲେ ପାଟ୍ଟଶାଣୀ; ‘ପାଣ୍ଡିଆନଙ୍କ ପାଇଁ ଛାଡିଥିଲେ ବିଜେଡି’, ଜବାବ ରଖିଲେ ଲେନିନ



ସେ ଏହା ମଧ୍ୟ କହିଛନ୍ତି, "ଆସ୍କା ଲୋକସଭା କ୍ଷେତ୍ର ଏକ ସମ୍ମାନଜନକ ଆସନ । ଏଠାରୁ ଦିଗଜ୍ଜ ନେତା ସଂସଦକୁ ଯାଇଛନ୍ତି । ପ୍ରମିଳା ବିଶୋଇଙ୍କ ପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମଧ୍ୟ ନିର୍ବାଚିତ ହୋଇଛନ୍ତି । ବିଜେପି ଏଜେଣ୍ଟଙ୍କ ସହ ମିଶି ମୋତେ କବିସୂର୍ଯ୍ୟନଗରରୁ ହରେଇବା ଲାଗି ବ୍ୟବସ୍ଥା ହୋଇଥିଲା । ଦଳ ଯାହା କାର୍ଯ୍ୟ କରିଥିଲି ମୋତେ ଦେଇଛି କରୁଛି । ବିଭିନ୍ନ କମିଟିରେ ମୋତେ ରଖାଯାଇଛି । ମୋ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶାବାଦୀ ଅଛି ।"

ଲତିକାଙ୍କ ଅଭିଯୋଗ ଭିତ୍ତିହୀନ-

ଲତିକା ପ୍ରଧାନଙ୍କ ଅଭିଯୋଗର ଜବାବ ରଖିଲେ ରଞ୍ଜିତା ସାହୁ । କହିଲେ, ଲତିକାଙ୍କ ଅଭିଯୋଗ ଭିତ୍ତିହୀନ । ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କର ମତ ରଖିବାର ଅଧିକାର ଅଛି । ତେଣୁ ସେ ତାଙ୍କର ମତ ଦେଇଛନ୍ତି । ଦଳର କଥା ଦଳ ଭିତରେ ରଖିବା ।

ପୂର୍ବତନ ବିଧାୟିକା ଲତୀକା ପ୍ରଧାନଙ୍କ ଅଭିଯୋଗରେ ଜବାବ ରଖିଛନ୍ତି ଆସ୍କାର ବିଜେଡିର ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ । ରଞ୍ଜିତା କହିଛନ୍ତି, "ଲତୀକାଙ୍କ ଅଭିଯୋଗ ଭିତ୍ତିହୀନ । ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କର ମତ ରଖିବାର ଅଧିକାର ଅଛି । ତେଣୁ ସେ ତାଙ୍କର ମତ ଦେଇଛନ୍ତି । ଦଳର କଥା ଦଳ ଭିତରେ ରଖିବା । ନିଜର ବ୍ୟକ୍ତିଗତ ମନ୍ତବ୍ୟ ନିଜ ପାଖରେ ରଖିବା । ଘୁରି ବୁଲୁଥିବା ଭିଡିଓର ସତ୍ୟତକୁ ନେଇ କହିଲେ ଏହା ଭିତ୍ତିହୀନ ।"

ବିଜେଡିରେ ଅମର ଶତପଥୀ-ପ୍ରସନ୍ନ ପାଟ୍ଟଶାଣୀ ଏପିସୋଡ୍-

ସାଧାରଣ ନିର୍ବାଚନ ପରେ ବିଜେଡିରେ ସବୁ କିଛି ଠିକଠାକ ଚାଲିନଥିବା ଆଶଙ୍କା ସୃଷ୍ଟି ହେଉଛି । ବିଜେଡି ନେତା ଦଳ, ଦଳର ସଭାପତି ଓ ଦଳର ନେତାଙ୍କ ଗୋହି ଖୋଳିବାରେ ଲାଗିଛନ୍ତି । ଫଳରେ ଦଳରେ ଅସନ୍ତୋଷ ବିସ୍ଫୋରଣ ରୂପ ନେବାରେ ଲାଗିଛି । ନିର୍ବାଚନ ପରେ ଦୁଇ ଜଣ ସଦସ୍ୟ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଏହି କ୍ରମରେ ପୂର୍ବତନ ମନ୍ତ୍ରୀ, 6 ଥରର ବିଧାୟକ ଅମର ଶତପଥୀ ଓ ବିଜେଡି ଭିତରେ ସବୁକିଛି ଭଲ ଥିଲା ପରିଲାଗୁନାହିଁ । ନିର୍ଦ୍ଦିଷ୍ଟ କିଛି କାରଣ ଲାଗି ଦଳରେ ସେ ଅଣନିଶ୍ୱାସୀ ଥିବା ସହ ସଦସ୍ୟତା ରିନ୍ୟୁ କରିନଥିବା କହିଛନ୍ତି । ଫଳରେ ସେ ବିଜେଡି ଛାଡିବା ଲାଗି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦି ଅଣନିଶ୍ଵାସୀ ଲାଗୁଛି ତେବେ ଅମର ଦଳ ଛାଡ଼ି ପଳାନ୍ତୁ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଆହ୍ୱାନ ଦେଇଛନ୍ତି ।


ସାଧାରଣ ଓ ବିଧାନସଭା ନିର୍ବାଚନରେ ବଡ଼ ବିପର୍ଯ୍ୟୟ ପରେ ‘ବିଜେଡ଼ି’ରେ ସବୁ କିଛି ଏବେ ଠିକ ନାହିଁ । ଭି.କେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ଯେଉଁ ଅନ୍ତକନ୍ଦଳ ଥିଲା, ତାହା ଧିରେ ଧିରେ ବିସ୍ଫୋରଣ ହେବାରେ ଲାଗିଛି । ମୁହଁ ଖୋଲିବାରେ ଲାଗିଛନ୍ତି ଜଣେ ପରେ ଜଣେ ବରିଷ୍ଠ ନେତା । ଏହାରି ମଧ୍ୟରେ ଦଳର ପରିଚାଳନାଗତ ବ୍ୟବସ୍ଥାକୁ ଟାର୍ଗେଟ କରିଛନ୍ତି ଦଳରେ ଥିବା ଓ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଥିବା କିଛି ବରିଷ୍ଠ ନେତା । ଏହିକ୍ରମରେ ଆଜି ବିଜେଡି ଓ ପୂର୍ବତନ ନେତା ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଦଳର ଅନ୍ୟତମ ପୂର୍ବତନ ପ୍ରତିଷ୍ଠାତା-ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ ।

Last Updated : 1 hours ago

ABOUT THE AUTHOR

...view details