ETV Bharat / politics

ଚାଷ କ୍ଷୟକ୍ଷତି ସମୀକ୍ଷା: BJP-BJD ମୁହାଁମୁହିଁ, ଏଭଳି କହିଲା କଂଗ୍ରେସ - POLITICS OVER CROP DAMAGE

ବର୍ତ୍ତମାନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଲଘୁଚାପଜନିତ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମୀକ୍ଷାକୁ ନେଇ ବିଜେପି ବିଜେଡି ମୁହାଁମୁହିଁ । ଉଭୟ ଦଳକୁ ଘେରିଲା କଂଗ୍ରେସ ।

POLITICS OVER CROP DAMAGE
POLITICS OVER CROP DAMAGE (ETV Bharat Odisha)
author img

By ETV Bharat Odisha Team

Published : Jan 1, 2025, 3:07 PM IST

ଭୁବନେଶ୍ବର: ଲଘୁଚାପଜନିତ ବର୍ଷାରେ ଉଜୁଡି ଯାଇଥିବା ଚାଷ ଓ ଚାଷୀକୁ ସାନ୍ତ୍ବନା ଦେବା ସହ ଗ୍ରାଉଣ୍ଡ ରିଅଲିଟି ପରଖିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି । ସେହିପରି ଚାଷୀଙ୍କ ଦୁର୍ଦ୍ଦିନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହୋଇଛନ୍ତି । ଚାଷୀଙ୍କ ଦୁର୍ଦ୍ଦଶା ସମୟରେ ଚାଷୀଙ୍କ ପାଖରେ ପହଁଚି କ୍ଷୟକ୍ଷତିର ଭରଣା କରିବାକୁ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା ।

ମୋହନଙ୍କୁ ଟକ୍କର ଦେବାକୁ ନବୀନ ମଧ୍ୟ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକ ବୁଲିବା ଆରମ୍ଭ କରିଦେଇଛନ୍ତି । ନବୀନଙ୍କ କ୍ଷୟକ୍ଷତି ସମୀକ୍ଷାକୁ ନେଇ ବିଜେଡି ଉପେର ବର୍ଷିଛି ବିଜେପି । ସେପଟେ ବିଜେପିକୁ କାଉଣ୍ଟର ଜବାବ ଦେଇଛି ବିଜେପି । ଏଭଳି ସ୍ଥଳେ ଉଭୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଚାଷୀଙ୍କ ଏଭଳି ଦୁଃଖ ସମୟରେ ଚାଷୀଙ୍କୁ ସାହାଯ୍ୟ କରନ୍ତୁ ସରକାର । କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକରେ ଚାଷୀଙ୍କୁ ସହାୟତାର ହାତ ବଢ଼ାନ୍ତୁ ସରକାର ବୋଲି ଦାବି କରିଛି କଂଗ୍ରେସ ।

POLITICS OVER CROP DAMAGE (ETV Bharat Odisha)

"ଡ୍ରାମା କରି ରାଜନୈତିକ ରୁଟି ସେକୁଛି ବିଜେଡି':

ନବୀନଙ୍କ ଫସଲ କ୍ଷତିଗ୍ରସ୍ତ ଜିଲ୍ଲା ବୁଲା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଜେଡିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ମିଛ କହିବାରେ କିଛି ଅସୁବିଧା ନାହିଁ । ୨୪ ବର୍ଷ ଧରି ସେମାନଙ୍କୁ କ୍ଷୟକ୍ଷତି ଦେଖାଯାଉନଥିଲା କି ଫସଲ ନଷ୍ଟ ହୋଇ ଚାଷୀ ଅସୁବିଧା ଓ ସମସ୍ୟାରେ ପଡୁଥିଲେ ତାହା ବିଜେଡିକୁ ଦେଖାଯାଉନଥିଲା । ଆଜି ହଠାତ୍ ଜିତିବାର ୬ ମାସ ପରେ ନବୀନ ନିଜ ନିର୍ବାଚନ ମଣ୍ଡଳୀକୁ ଗଲେ । ଆଜି ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ପାଇଁ ମଧ୍ୟ ତାଙ୍କର ଇଚ୍ଛା ନଥିଲା । ଏହାକୁ ବହୁ ପ୍ରଚାରିତ କରି ବିଜେଡି ଦେଖାଉଛି । ନିଜ ଦଳକୁ କେମିତି ବଞ୍ଚେଇକି ରଖିବେ ସେଥିପାଇଁ ଆପ୍ରାଣ ଉଦ୍ୟମ କରୁଛି ବିଜେଡି । ଚାଷୀଙ୍କ ସହ ବିଜେଡି କେବେ ନଥିଲା, କି କେବେ ବି ନାହାନ୍ତି । ସେମାନେ ଚାଷୀଙ୍କ କଥା କହିବା ଲଙ୍କାରେ ହରି ଶବ୍ଦ ଭଳି । କେବଳ ଡ୍ରାମା କରି ରାଜନୈତିକ ରୁଟି ସେକୁଛି ବିଜେଡି । ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ତତ୍ପର ଅଛନ୍ତି । ବିଭାଗୀୟ ମନ୍ତ୍ରୀମାନେ ମଧ୍ୟ ପଦକ୍ଷେପ ନେଉଛନ୍ତି ।"

ଏଭଳି କହିଲା ବିଜେଡି:

ସେପଟେ ଆଇନ ମନ୍ତ୍ରୀଙ୍କୁ ଜବାବ ଦେଇଛି ବିଜେଡି । ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ଆଇନ ମନ୍ତ୍ରୀଙ୍କୁ ପଚାରନ୍ତୁ ଯେ, ଚିକିଟି ମଦମୃତ୍ୟୁର ତଦନ୍ତ କେତେବାଟ ଗଲା । ପୂର୍ବତନ ରାଜ୍ୟପାଳଙ୍କ ପୁଅ ASO ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ତଦନ୍ତ କେତେଦୂର ଗଲା । ସେ ପ୍ରଶ୍ନର ଉତ୍ତର ସେ ରଖନ୍ତୁ । ତା ପରେ ମୁଁ କହିବି ।"

'ଲଢେଇ ନକରି ଚାଷୀଙ୍କୁ ସାହାଯ୍ୟ କରନ୍ତୁ':

ଚାଷୀଙ୍କ ପାଇଁ ଉଭୟ ବିଜେଡି ଏବଂ ବିଜେପିର ଦରଦ ଥାଉ, ଚାଷୀଙ୍କୁ କିଭଳି ସାହାଯ୍ୟ କରାଯିବ ସେନେଇ ସରକାର କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, "ବିଜେପି ବିଜେଡି କାଦୁଅ ଫିଙ୍ଗା ଫିଙ୍ଗି ନହୋଇ ଚାଷୀଙ୍କୁ ସାହାଯ୍ୟ କରନ୍ତୁ । ଉଭୟ ଦଳ ଲଢେଇ ନକରି, ଲକ୍ଷ୍ଯକୁ ଅନ୍ୟତ୍ର ନ ହଠାଇ ଚାଷୀଙ୍କୁ ସାହାଯ୍ୟ କରନ୍ତୁ । ବର୍ତ୍ତମାନ ଚାଷୀ ଯେଉଁଭଳି ଅବସ୍ଥାରେ ଅଛି ଏ ପର୍ଯ୍ୟନ୍ତ ୯ ଜଣ ଚାଷୀ ଆତ୍ମହତ୍ୟା କରିସାରିଛନ୍ତି । ଏହାକୁ ରୋକିବାକୁ ସରକାର ଚେଷ୍ଟା କରୁଥିବାର ଦେଖା ଯାଉନାହିଁ । ନିର୍ବାଚନ ବେଳେ ଚାଷୀଙ୍କ ପାଇଁ ବିଜେପିର ଯେଉଁ ପ୍ରତିଶ୍ରୁତି ଥିଲା ତାହା ପୂରଣ କରୁନାହାନ୍ତି ସରକାର । ଚାଷୀଙ୍କ ଦୁଃଖ ସେତେବେଳେ ଦୂର ହେବ ଯେତେବେଳେ ସରକାର ଧାନର ଗୁଣାତ୍ମକ ମୂଲ୍ୟାଙ୍କନ ନକରି ଧାନ କିଣିବେ । ଚାଷୀଙ୍କ ସବୁ ଧାନକୁ ସରକାର କିଣନ୍ତୁ । ଅସାଧୁ ବ୍ୟବସାୟୀଙ୍କୁ ଅଟକାଇ ପାରିବାର ସାହସ ନାହିଁ ଏ ସରକାରର । ପୃଥ୍ବୀରାଜ ହରିଚନ୍ଦନ ଜଣେ ଶିକ୍ଷିତ ଯୁବକ । ସେ ଆଇନକୁ ତର୍ଜମା କରି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ଫସଲ ଉଜୁଡି ଯିବାରୁ ଚାଷୀ ଜୀବନ ହାରିଥିବା ଅଭିଯୋଗ, ପରିବାରକୁ ଭେଟିଲେ ନବୀନ

ଏହା ମଧ୍ୟ ପଢ଼ନ୍ତୁ...୩ ଦିନ ବଢିଲା ଅବଧି, ଜାନୁଆରୀ 1 ଯାଏ ପଞ୍ଜୀକରଣ କରିପାରିବେ କ୍ଷତିଗ୍ରସ୍ତ ଚାଷୀ

ତେବେ ଅଦିନିଆ ବର୍ଷାରେ ଚାଷୀଙ୍କୁ ସମବେଦନା ସହ ବାସ୍ତବ ସ୍ଥିତି ପରଖିବାକୁ ବିଭିନ୍ନ ମନ୍ତ୍ରୀମାନଙ୍କୁ ଜିଲ୍ଲା ବାଣ୍ଟି ନିଜେ ନୟାଗଡ଼, ଗଞ୍ଜାମ ଗଜପତି ଜିଲ୍ଲା ଯାଇ ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ଯ ନଭେମ୍ବରରେ ଜିଲ୍ଲା ବୁଲିବେ ବୋଲି ପୂର୍ବରୁ ଘୋଷଣା କରିଥିଲା ବିଜେଡି । ଆଉ ଚାଷୀଙ୍କ ଏଭଳି ଦୁର୍ଦ୍ଦଶା ସମୟରେ ନବୀନ ବିଭିନ୍ନ ଜିଲ୍ଲା ଗସ୍ତ କରି ସିଧାସଳଖ ଚାଷୀଙ୍କୁ ଭେଟିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.