ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟର ଅକୁହା କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଶିମଲୀ' (the untold story of similipal)। ଫିଲ୍ମଟି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ । 'କର୍ମ' ଓ 'ପରବ' ସଫଳତା ପରେ ସୂର୍ଯ୍ୟମୟୀ ପୁଣି ପରଦାକୁ ଧମାକା କରିବାକୁ ପ୍ରସ୍ତୁତ । ସାମ୍ବାଦିକ ସମ୍ମିଳନୀ କରି ଫିଲ୍ମର ଟାଇଟଲ 'ଶିମଲୀ' ଓ ରିଲିଜ ତାରିଖ ଘୋଷଣା କରିଛନ୍ତି ।
ଏହି ଦିନ ପରଦାକୁ ଆସିବ 'ଶିମଲୀ'
ଜଙ୍ଗଲର ସୁରକ୍ଷା ପାଇଁ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଭାବରେ ସିରିଏସ ଅନ୍ଦାଜରେ ନଜର ଆସିବେ ସୂର୍ଯ୍ୟମୟୀ । ଡିଏଫଓ ବା ଜିଲ୍ଲା ଜଙ୍ଗଲ ସୁରକ୍ଷା ଅଧିକାରୀ ଭାବେ ନିଜର ଅଭିନୟର ଯାଦୁ ଦେଖାଇବା ସହ ଜଣେ ସୁଦକ୍ଷ ଅଧିକାରୀ ଭାବେ ଆକ୍ସନ ମୋଡ଼ରେ ଆସିବେ ଅଭିନେତ୍ରୀ । ଜଙ୍ଗଲ ଓ ପ୍ରାଣୀର ସୁରକ୍ଷାକୁ ନେଇ ନିର୍ମିତ ଏହି ଫିଲ୍ମର ସୁଟିଂ ଶେଷ ହୋଇଯାଇଥିବା ବେଳେ ଚଳିତ ମାର୍ଚ୍ଚ ମାସରେ ଏହା ବଡ ପରଦାକୁ ଆସୁଛି ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସୂର୍ଯ୍ୟମୟୀ ।
'ଶିମଲୀ' କାହାଣୀ
ଏହି ଫିଲ୍ମରେ ଶିମିଳିପାଳରେ କିଭଳି ଭାବେ ଠିକାଦାର ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ କାଠ ଓ ବିଭିନ ପ୍ରାଣୀ ଛାଲ ଚୋରା ଚାଲାଣ ହେଉଛି ତାର କେତେକ ଅକୁହା କାହାଣୀ ସିନେମା ମାଧ୍ୟମରେ ଦେଖିବାକୁ ମିଳିବ । ଆଉ ଏହିସବୁ ଚୋରା ଚଳନକୁ ରୋକିବା ପାଇଁ ଜଣେ ଲେଡି ଡିଏଫଓଙ୍କ କଟଣ ଚରିତ୍ର ରହିଛି ତାହା ଦେଖିବାକୁ ପାଇବେ ଦର୍ଶକ। ଯେଉଁ ଚରିତ୍ରରେ ଦମଦାର ଆକ୍ସନ ମୋଡରେ ଆସୁଛନ୍ତି ସୂର୍ଯ୍ୟମୟୀ । ତେଣୁ ଭରପୁର ମନୋରଞ୍ଜନ ସହ ଆକ୍ସନ ଓରିଏଣ୍ଟେଡ ଏହି ଚଳଚିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିବା ବୋଲି କହିଛନ୍ତି ସୂର୍ଯ୍ୟମୟୀ । ଏହି ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ନାୟକ ଭାବେ ନଜର ଆସିବେ ମନୋଜ ରାଉତ । ସେହିପରି ଚୌଧୁରୀ ବିକାଶ ଦାସ, ଲିପିକା ସେନାପତି, ଦୁଷ୍ମନ୍ତ ଦେବାଶିଷ ଦେବ ଓ ଅଭିନେତ୍ରୀ ଐଶ୍ୱରୀୟ ମଧ୍ୟ ନଜର ଆସିବେ ।
ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ଆସୁଛି ଏସବୁ ଓଡ଼ିଆ ଫିଲ୍ମ, ଧମାକା କରିବେ ବର୍ଷା ପ୍ରୟଦର୍ଶିନୀ-ସୂର୍ଯ୍ୟମୟୀଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା
ଏମକେଆର ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଆକ୍ସନର ଭରା ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର ମଣି । ଗଳ୍ପ ଓ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ସ୍ମିତା ରାଉତ । ସଂଳାପ ଭାବ ବିନୋଦ ମହାପାତ୍ର ଲେଖିଥିବା ବେଳେ ସଂଗୀତ ଲେଖିଛନ୍ତି ବାଚୁ ମୁଖାର୍ଜୀ । ଜୁଡୋ ରାମୁ ଫିଲ୍ମର ଆକ୍ସନ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତରେ ରହିଛନ୍ତି ବିଷ୍ଣୁ ମୋହନକବି ଓ ଏସବି ସ୍ମୃତି । ତେବେ ପରିବେଶ ସୁରକ୍ଷା ଉପରେ ପର୍ଯ୍ୟବେସିତ ଏହି ସିନେମା ସୂର୍ଯ୍ୟମୟୀଙ୍କ ପସନ୍ଦର ସିନେମା ହୋଇଥିବା ବେଳେ ସେ ଏଥିରେ କାର୍ଯ୍ୟ କରିବାର ସୁଯୋଗକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଭଲ କଣ୍ଟେଣ୍ଟ ସହ ସସମାଜିକ ବାର୍ତା ବହନ କରୁଥିବା ଏହି ସିନେମା ନିଶ୍ଚୟ ଦର୍ଶକଙ୍କୁ ଭଲ ଲାଗିବ ବୋଲି ସୂର୍ଯ୍ୟମୟୀ କହିଥିବା ବେଳେ ମୋ ଚାହୁଁଥିବା ଚରିତ୍ର ମତେ ଏହି ସିନେମାରେ ମିଳିଛି ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର