ETV Bharat / politics

2024 ରାଜନୀତିରେ ଶକ୍ତି ଦେଖାଇଲେ ଆଞ୍ଚଳିକ ଦଳ: ଜାତୀୟ ନୁହେଁ, ସ୍ଥାନୀୟ ମୁଦ୍ଦା ହିଁ ଗେମଚେଞ୍ଜର - REGIONAL PARTIES POLITICS

2024 ସାଧାରଣ ନିର୍ବାଚନରେ ପୁଣି ଅସ୍ଥିତ୍ବକୁ ଫେରିଲେ କ୍ଷେତ୍ରୀୟ ଦଳ । ଭାରତୀୟ ରାଜନୀତିକୁ ପୁନଃ ପରିଭାଷିତ କଲେ । ପଢନ୍ତୁ ସାୟନ୍ତନ ଘୋଷଙ୍କ ଆଲେଖ୍ୟ...

ଭାରତୀୟ ରାଜନୀତିର ପୁନଃ ସଂଜ୍ଞା ନିର୍ଦ୍ଧାରଣ କଲେ କ୍ଷେତ୍ରୀୟ ଦଳ, କ’ଣ ହେବ ଭବିଷ୍ୟତ !
ଭାରତୀୟ ରାଜନୀତିର ପୁନଃ ସଂଜ୍ଞା ନିର୍ଦ୍ଧାରଣ କଲେ କ୍ଷେତ୍ରୀୟ ଦଳ, କ’ଣ ହେବ ଭବିଷ୍ୟତ ! (ଭାରତୀୟ ରାଜନୀତିର ପୁନଃ ସଂଜ୍ଞା ନିର୍ଦ୍ଧାରଣ କଲେ କ୍ଷେତ୍ରୀୟ ଦଳ, କ’ଣ ହେବ ଭବିଷ୍ୟତ !)
author img

By ETV Bharat Odisha Team

Published : Dec 30, 2024, 9:19 PM IST

ହାଇଦ୍ରାବାଦ: ଭାରତୀୟ ରାଜନୀତି ପାଇଁ ବିଦାୟୀ ବର୍ଷ-2024 ଏକ ଅବିସ୍ମରଣୀୟ ସମୟ ହୋଇ ରହିବ । ଆଞ୍ଚଳିକ ଦଳମାନେ ରାଜନୈତିକ ଦୃଶ୍ୟପଟ୍ଟକୁ ପ୍ରଭାବିତ କରିବା ସହ ଏକ ନୂଆ ସଜ୍ଞାରେ ପରିଭାଷିତ କରିଛନ୍ତି । ଲୋକସଭା ନିର୍ବାଚନ ଏବଂ ପରବର୍ତ୍ତୀ ରାଜ୍ୟସଭା ନିର୍ବାଚନ ବିଜେପି ଏବଂ କଂଗ୍ରେସ ପରି ଜାତୀୟ ଦଳର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରୁଥିବା ଆଞ୍ଚଳିକ ତଥା କ୍ଷେତ୍ରୀୟ ଦଳଗୁଡିକର ପ୍ରଭାବ ତଥା ଗୁରୁତ୍ୱକୁ ଆଲୋକିତ କରିଛି । ଆଞ୍ଚଳିକତା ଆଡ଼କୁ ଏହି ପରିବର୍ତ୍ତନ କେବଳ ନିର୍ବାଚନ ଗତିଶୀଳତାକୁ ପୁନଃସୂଚିତ କରିନାହିଁ, ବରଂ ବିଭିନ୍ନ ରାଜ୍ୟବିଶେଷରେ ଥିବା ସ୍ଥାନୀୟ ସମସ୍ୟା ଏବଂ ସମାଧାନ କରିବାର ଗୁରୁତ୍ୱକୁ ମଧ୍ୟ ସୂଚିତ କରିଛି ବୋଲି ବାସ୍ତବରେ କୁହାଯାଇପାରେ ।

  • ସାଧାରଣ ନିର୍ବାଚନରେ ଶକ୍ତି ଦେଖାଇଲେ ଆଞ୍ଚଳିକ ଦଳ

2024 ଲୋକସଭା ନିର୍ବାଚନରେ ​​ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି (ଏସପି), ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ତାମିଲନାଡୁର ଦ୍ରାବିଡା ମୁନ୍ନେତ୍ରା କାଜଗମ (ଡିଏମକେ) ଭଳି ଆଞ୍ଚଳିକ ଦଳମାନେ ଗଠନମୂଳକ ଶକ୍ତି ଭାବରେ ଉଭା ହୋଇଥିଲେ । ନିର୍ବାଚନରେ ସେମାନଙ୍କର ଦୃଢ ପ୍ରଦର୍ଶନ ତୃଣମୂଳ ସ୍ତରରେ ଭୋଟରଙ୍କ ସହ ସମର୍ଥନ ସଂଗ୍ରହ କରିବା ଓ ସେମାନଙ୍କୁ କ୍ଷେତ୍ରୀୟ ମୁଦ୍ଦା ବା ପ୍ରସଙ୍ଗ ସହ ଯୋଡିବାର କ୍ଷମତା ପ୍ରଦର୍ଶନ କରି ପାରିଛି । ଅଖିଳେଶ ଯାଦବଙ୍କ ନେତୃତ୍ବାଧୀନ ‘ଏସପି’ 37ଟି ସିଟ୍ ହାସଲ କରିଛି । ସେହିପରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ‘ଟିଏମସି’ 29 ଟି ଆସନ ଜିତିଛି ଏବଂ ତାମିଲନାଡୁରେ ଶାସନରେ ଥିବା ଏମ.କେ ଷ୍ଟାଲିନଙ୍କ ନେତୃତ୍ବାଧୀନ ‘ଡିଏମକେ’ 22 ଟି ଆସନରେ ବିଜୟ ନିଶ୍ଚିତ କରି କେନ୍ଦ୍ରରେ ଦୀର୍ଘ 10 ବର୍ଷ ଧରି କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବା ସହ ବିରୋଧୀ ମେଣ୍ଟର ଶକ୍ତି ବୃଦ୍ଧି କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ETV Bharat Odisha)
  • ବିଧାନସଭା ନିର୍ବାଚନରେ ମଧ୍ୟ ଆଞ୍ଚଳିକ ଦଳମାନେ କରିଛନ୍ତି ବାଜିମାତ

ସେହିପରି ରାଜ୍ୟ ବିଧାନସଭା ନିର୍ବାଚନ ଆଞ୍ଚଳିକ ଦଳମାନେ ଶକ୍ତି ପ୍ରଦର୍ଶନ କରି ଜାତୀୟ ଦଳକୁ ଚ୍ୟାଲେଞ୍ଜ କରିବାରେ ପଛରେ ନାହାନ୍ତି । ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ସହ ବିଜୟ ହାସଲ କରିଛି । ଜେଏମଏମ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ସହ ମିଳିତ ଭାବେ 81 ସିଟ୍‌ ମଧ୍ୟରୁ 56 ଟି ସ୍ଥାନ ହାସଲ କରି ସରକାର ଗଠନ କରି ପୂର୍ବ କ୍ଷମତାର ଧାରା ବଜାୟ ରଖିଛି । ସେହିଭଳି ଦକ୍ଷିଣ ଭାରତର ଦ୍ବାର ରାଜ୍ୟ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ‘ତେଲୁଗୁ ଦେଶମ ପାର୍ଟି (ଟିଡିପି) 106 ଟି ବିଧାନସଭା ଆସନ ଜିତି ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛି । ଏହି ବିଜୟଗୁଡିକ ସମ୍ପୃକ୍ତ ରାଜ୍ୟର ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ତଥା ତୃଣମୂଳ ସ୍ତରରେ ଭୋଟରଙ୍କ ସହ ଯୋଡି ହେବାରେ ଆଞ୍ଚଳିକ ଦଳର କାର୍ଯ୍ୟକାରିତାକୁ ଉଦାହରଣ ଦେଖାଇଛି ।

  • ସ୍ଥାନୀୟ ପ୍ରସଙ୍ଗ ସହ ଜାତୀୟ ଦଳକୁ ଜଡିତ ହେବାକୁ ପଡିବ

ଏହି ଫଳାଫଳ ଆଞ୍ଚଳିକ ଦଳମାନଙ୍କର ଭୂମିକାକୁ ଆହୁରି ଗୁରୁତ୍ବପୂର୍ଣ୍ଣ ଭାବେ ପ୍ରଦର୍ଶିତ କରିଛି । 2024 ନିର୍ବାଚନରେ ​​ସେମାନଙ୍କର ସଫଳତା ଆଞ୍ଚଳିକ ନେତୃତ୍ୱର ଗୁରୁତ୍ୱ ଏବଂ ସ୍ଥାନୀୟ ସମସ୍ୟା ଓ ମୁଦ୍ଦା ସହ ଜାତୀୟ ଦଳକୁ ଅଧିକ ଜଡିତ ହେବା ସହ ପ୍ରାଧାନ୍ୟ ଦେବାର ଆବଶ୍ୟକତାକୁ ସ୍ପଷ୍ଟ ଭାବେ ସୂଚିତ କରିଛି ବୋଲି କହିବା ଭୁଲ ହେବନାହିଁ । ଭାରତୀୟ ରାଜନୀତିର ଭବିଷ୍ୟତରେ ମିଳିତ ସରକାର ଏବଂ ଆଞ୍ଚଳିକ ମିଳିତ ମଞ୍ଚ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ନେଇ ଏକ ସ୍ପଷ୍ଟ ସଙ୍କେତ ଏହି ଫଳାଫଳରୁ ମିଳିସାରିଛି ବୋଲି ମଧ୍ୟ କୁହାଯାଉଛି । ଆଗାମୀ ଦିନରେ ନୀତି ଏବଂ ସରକାର ଗଠନରେ ଆଞ୍ଚଳିକ ଦଳଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିବେ, ଏହି ଫଳାଫଳରୁ ପ୍ରାୟତଃ ସୁସ୍ପଷ୍ଟ ।

ଅମିତ ଶାହଙ୍କ ସହ ଏନଡିଏର ପ୍ରମୁଖ ସହଯୋଗୀ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ
ଅମିତ ଶାହଙ୍କ ସହ ଏନଡିଏର ପ୍ରମୁଖ ସହଯୋଗୀ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ (ETV Bharat Odisha)

ଭାରତୀୟ ଜନତା ପାର୍ଟିର ପ୍ରଭାବକୁ ଖୋଲା ଚ୍ୟାଲେଞ୍ଜ

ଏହି ନିର୍ବାଚନ ପରିବର୍ତ୍ତନ ଗୈରିକ ଦଳ ଭାରତୀୟ ଜନତା ପାର୍ଟିର ଜାତୀୟ ସ୍ତରରେ ଜାରି ରହିଥିବା ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିଛି । ବିହାରଠାରୁ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁଠାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଆଞ୍ଚଳିକ ଦଳମାନେ କେବଳ ନିଜର ପୃଷ୍ଠଭୂମିକୁ ମଜଭୂତ କରିନାହାଁନ୍ତି ବରଂ ତୃଣମୂଳ ସ୍ତରର ଶାସନ, ଜନ କଲ୍ୟାଣକାରୀ ଯୋଜନା ଏବଂ ସଂଘୀୟ ନୀତି ଉପରେ ଧ୍ୟାନ ଦେଇ ନିର୍ବାଚନ ନ୍ୟାରେଟିଭକୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତର ଜଟିଳ ରାଜନୈତିକ ଇକୋ-ସିଷ୍ଟମରେ ବିଜେପି ପରି ଜାତୀୟ ଦଳ ନିଜର ପ୍ରଭାବ ବଜାୟ ରଖିବା ପାଇଁ ନିଜ ରଣନୀତିକୁ ପୁନର୍ବିଚାର କରିବାର ଆବଶ୍ୟକତା ସଙ୍କେତ ଦେଇଛି ଏହି ଫଳାଫଳ ।

  • ମେଣ୍ଟ ରାଜନୀତିରେ ଏଣିକି ଏକାଧିକାର ନୁହେଁ ବରଂ ଆଞ୍ଚଳିକ ଦଳର ଗୁରୁତ୍ବ

2024 ନିର୍ବାଚନର ଏକ ପ୍ରମୁଖ ପରିଣତି ହେଉଛି ମିଳିତ ରାଜନୀତିର ବଢୁଥିବା ଗୁରୁତ୍ୱ । ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ଏବଂ ବିହାରର ନୀତୀଶ କୁମାରଙ୍କ ପରି ନେତାମାନେ ଶାସନ କ୍ଷେତ୍ରରେ ଆଞ୍ଚଳିକ ଦଳର ଅପରିହାର୍ଯ୍ୟତାକୁ ଦୃଢ ଭାବେ ପ୍ରଦର୍ଶିତ କରିଛନ୍ତି । ଜାତୀୟ ଦଳର ଏକାଧିକାର ବା କ୍ଷମତା କେନ୍ଦ୍ରୀକରଣ ପ୍ରବୃତ୍ତି ବିରୁଦ୍ଧରେ ସମର୍ଥନ ସଂଗ୍ରହ କରିବାରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି ଆଞ୍ଚଳିକ ଦଳମାନେ । ପାରମ୍ପରିକ ଭାବରେ ନିଜର କେନ୍ଦ୍ରୀଭୂତ ଦୃଷ୍ଟିକୋଣକୁ ଗୁରୁତ୍ୱ ଦେଉଥିବା ବିଜେପି ବର୍ତ୍ତମାନ ଏହାର କେନ୍ଦ୍ର ତଥା ରାଜ୍ୟରେ ସରକାରରେ ସହଯୋଗୀ ଥିବା ଆଞ୍ଚଳିକ ମିଳିତ ସହଯୋଗୀମାନଙ୍କୁ ଅଧିକ ସ୍ବାଧୀନତା ଏବଂ ରାଜନୈତିକ ସ୍ଥାନ ପ୍ରଦାନ କରିବାର ଆବଶ୍ୟକତା ରହିଛି ।

ଦୁଇ ବିରୋଧୀ ଦଳର ମୁଖ୍ୟ ଅଖିଳେଶ ଓ କେଜ୍ରିଓ୍ବାଲ
ଦୁଇ ବିରୋଧୀ ଦଳର ମୁଖ୍ୟ ଅଖିଳେଶ ଓ କେଜ୍ରିଓ୍ବାଲ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

କନ୍ଦାଇଲା ‘2024’, ଭାରତ ହରାଇଲା ମିଡିଆ ଆଇକନ-ଶିଳ୍ପ ରତ୍ନ

2024ରେ ମୋଦିଙ୍କ ହ୍ୟାଟ୍ରିକ୍, ଅସ୍ଥିତ୍ବକୁ ଫେରିଲେ ରାହୁଲ, ଓଡ଼ିଶା ସମେତ ବଦଳିଲା ବିଭିନ୍ନ ରାଜ୍ୟର କ୍ଷମତା ସମୀକରଣ

ନବୀନ ଆଉଟ୍, ମୋହନ ଇନ୍: ୨୪ ବର୍ଷର ପ୍ରତୀକ୍ଷା, ୨୪ରେ ପୂରଣ

  • କେବଳ ଜାତୀୟ ପ୍ରସଙ୍ଗ ନୁହେଁ, ସ୍ଥାନୀୟ ମୁଦ୍ଦାକୁ ପ୍ରାଧାନ୍ୟ ଦେବ ବିଜେପି

ସମାନ ଭାବରେ, ବିଜେପି ଏହାର ଦୃଷ୍ଟିକୋଣ ଏବଂ ନେତୃତ୍ୱକୁ ପୁନଃ ନିର୍ଦ୍ଧାରଣ କରିବାର ଆବଶ୍ୟକତା ସାମ୍ନାକୁ ଆସିଛି । ଜାତୀୟ ଶାସନର ମଡେଲ୍ ଯାହା 2014 ଠାରୁ ବାରମ୍ବାର ବିଜୟ ଆଣିଛି, ତାହା ଆଉ ପର୍ଯ୍ୟାପ୍ତ ନୁହେଁ ବୋଲି ଅନୁଭୂତ ହେବା ଆରମ୍ଭ କଲାଣି । ଆଞ୍ଚଳିକ ଦଳଗୁଡିକ ସ୍ଥାନୀୟ ଆକାଂକ୍ଷାକୁ ପୂରଣ କରିବା ପାଇଁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏହିକ୍ରମରେ ବିଜେପି ନିଶ୍ଚିତ ଭାବରେ ଏକ ନୂତନ ଦୃଷ୍ଟିକୋଣ ଉପସ୍ଥାପନ କରିବ, ଯାହା ଜାତୀୟ ପ୍ରାଥମିକତାକୁ ଆଞ୍ଚଳିକ ଆବଶ୍ୟକତା ସହିତ ଯୋଡିବାକୁ ପ୍ରୟାସ କରିବ । ମେଣ୍ଟ ସରକାରର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଆଞ୍ଚଳିକ ଦଳଙ୍କର ସ୍ୱର ପ୍ରାଧାନ୍ୟ ଦେବାକୁ ଏକ ପ୍ରକୃଷ୍ଠ ସମୟ ଆସିଛି ।

  • ଆଞ୍ଚଳିକ ସହଯୋଗୀମାନଙ୍କୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା

ଏସପି, ଟିଏମସି ଏବଂ ଡିଏମକେ ପରି ଆଞ୍ଚଳିକ ଦଳମାନେ ନିଜ ନିଜ ରାଜ୍ୟରେ ବିଜେପିର ପ୍ରଭାବକୁ ସଫଳତାର ସହ ମୁକାବିଲା କରିଛନ୍ତି । ଏହି ପରିବର୍ତ୍ତନ ‘ଇଣ୍ଡିଆ’ ମେଣ୍ଟର ସର୍ବବୃହତ ଦଳ ଭାବରେ କଂଗ୍ରେସର ରଣନୀତିକୁ ପୁନଃବିଚାର କରିବା ଏବଂ ଆଞ୍ଚଳିକ ସହଯୋଗୀମାନଙ୍କୁ ଅଧିକ ସ୍ଥାନ ଦେବା ଆବଶ୍ୟକତାକୁ ଦର୍ଶାଉଛି ଏହି ନିର୍ବାଚନ ଫଳାଫଳ ।

ଏଥର ସଂସଦରେ ସୋନିଆ ରାହୁଲ ଓ ପ୍ରିୟଙ୍କା
ଏଥର ସଂସଦରେ ସୋନିଆ ରାହୁଲ ଓ ପ୍ରିୟଙ୍କା (ETV Bharat Odisha)
  • ବିରୋଧୀ ମେଣ୍ଟରେ କଂଗ୍ରେସ ଦୁର୍ବଳ, ଆଞ୍ଚଳିକ ଦଳ ଅଧିକ ପ୍ରଭାବୀ

ବିଭିନ୍ନ ରାଜ୍ୟରେ କଂଗ୍ରେସର ପ୍ରଭାବ ହ୍ରାସ ଓ ନିଜେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ଅକ୍ଷମତା ସହିତ ବିରୋଧୀ ମେଣ୍ଟରେ ରଣନୀତିରେ ଆଞ୍ଚଳିକ ଦଳର ଗୁରୁତ୍ୱକୁ ଦର୍ଶାଉଛି । ଉତ୍ତର ପ୍ରଦେଶରେ ସାମାଜବାଦୀ ପାର୍ଟିର ସଫଳତା, ପଶ୍ଚିମବଙ୍ଗରେ ଟିଏମସି ଏବଂ ତାମିଲନାଡୁରେ ଡିଏମକେର ପ୍ରାଧାନ୍ୟତା ଦର୍ଶାଉଛି ଯେ ଏହି ଦଳଗୁଡିକ କିପରି ଭୋଟରଙ୍କୁ ଏକତ୍ରିତ କରୁଥିବା ସ୍ଥାନୀୟ ପ୍ରସଙ୍ଗ ସହିତ ସମନ୍ୱୟ ରକ୍ଷା କରି ନିର୍ବାଚନ ଲଢିଲେ ଓ ବିଜେପି ବିରୋଧରେ ଏକ ଶକ୍ତ ମୁକାବିଲା ମଡେଲ ଛିଡା କରିପାରିଲେ ।

  • ବିଜେପିକୁ ମୁକାବିଲା କରିବାକୁ କଂଗ୍ରେସର ଅସ୍ତ୍ର ହେବେ କ୍ଷେତ୍ରୀୟ ଦଳ

ବିଜେପିକୁ ସଫଳ ଭାବରେ ଚ୍ୟାଲେଞ୍ଜ କରିବାକୁ କଂଗ୍ରେସକୁ ‘ଇଣ୍ଡିଆ’ ମେଣ୍ଟ ମଧ୍ୟରେ ଅଧିକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ । ଏହାର ଅର୍ଥ ଆଞ୍ଚଳିକ ଦଳର ଶକ୍ତିକୁ ଚିହ୍ନିବା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଏବଂ ନିର୍ବାଚନ ରଣନୀତିରେ ସେମାନଙ୍କୁ ଅଧିକ ପ୍ରାଧାନ୍ୟ ଦେବାକୁ ଅନୁମତି ଦେବା ହିଁ ହେବ । କ୍ଷେତ୍ରୀୟ ଦଳଗୁଡିକୁ ଏକାଠି କରି କଂଗ୍ରେସ ଏକ ମିଳିତ ସାମ୍ମୁଖ୍ୟ ଉପସ୍ଥାପନ କରିପାରିବ ଏବଂ ବିଜେପିର ପ୍ରଭାବକୁ ପ୍ରତିହତ କରିବା ପାଇଁ ବିରୋଧୀଙ୍କ ଦକ୍ଷତା ବୃଦ୍ଧି କରିପାରିବ ବୋଲି ଆଶା ସଞ୍ଚାର ହୋଇଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ETV Bharat Odisha)
  • ଆଞ୍ଚଳିକ ମୁଦ୍ଦାରେ ଲଢାଯିବ ନିର୍ବାଚନ

2024 ରେ ଆଞ୍ଚଳିକ ଦଳର ବୃଦ୍ଧି ଭାରତର ରାଜନୈତିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ସୂଚାଇଛି । ଭବିଷ୍ୟତରେ ହେବାକୁ ଥିବା ରାଜ୍ୟ ନିର୍ବାଚନ ଜାତୀୟ ସ୍ତରର ମୁଦ୍ଦା ଆଧାରିତ ହେବ ନୁହେଁ । ଏହି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣି ସ୍ଥାନୀୟ ସମସ୍ୟା ତଥା ପ୍ରତ୍ୟେକ ରାଜ୍ୟର ବିଭିନ୍ନ ମୌଳିକ ଆବଶ୍ୟକତାକୁ ସମାଧାନ କରିବାର ଗୁରୁତ୍ୱକୁ ସୂଚିତ କରିବା ଦିଗରେ ନିର୍ବାଚନ ରଣନୀତି ସ୍ଥିର କରିବାକୁ ହେବ । ଯାହା ଆଞ୍ଚଳିକ ଦଳଗୁଡିକ କରିବାରେ ପାରଙ୍ଗମତା ହାସଲ କରିସାରିଛନ୍ତି । ଏହା ଚଳିତ ନିର୍ବାଚନରେ ପ୍ରାୟତଃ ସ୍ପଷ୍ଟ ଭାବେ ଅନୁଭୂତ ହୋଇସାରିଛି । 2024 ନିର୍ବାଚନରେ କ୍ଷେତ୍ରୀୟ ଦଳଗୁଡିକର ସଫଳତା ତୃଣମୂଳ ସ୍ତରରେ ଭୋଟରଙ୍କ ସହ ଯୋଡିହେବା କ୍ଷମତାକୁ ସାମ୍ନାକୁ ଆଣିଛି । ଯାହା ହୁଏତ, ଜାତୀୟ ଦଳ ଓ ଜାତୀୟ ପ୍ରସଙ୍ଗ ଆଧାରିତ ରଣନୀତିରେ ସମ୍ଭବ ହୋଇନପାରେ ।

ସମ୍ପାଦକୀୟ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.