ଭୁବନେଶ୍ବର: ଓଡ଼ିଶାରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ବଦଳିଲେ ଅରିନ୍ଦମ ଡାକୁଆ । ପୌର ପ୍ରଶାସକ ନିର୍ଦ୍ଦେଶକ ଦାୟିତ୍ବରେ ରହିବେ ଅରିନ୍ଦମ ଡାକୁଆ । ଏହାସହ ଗୃହ ନଗର ଉନ୍ନୟନ ବିଭାଗ ସଚିବ ଭାବେ ତାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । ଏନବିଏସ ରାଜପୁତଙ୍କ ବଦଳରେ ଭୂପେନ୍ଦ୍ର ପୁନିଆଙ୍କୁ ମିଳିଲା ଦକ୍ଷତା ବିକାଶର ଅତିରିକ୍ତ ଦାୟିତ୍ବ ।
ସେହିପରି ଗୃହ ନଗର ଉନ୍ନୟନ ବିଭାଗ ସଚିବ ଭାବେ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ବୟନ ଶିଳ୍ପର ନିର୍ଦ୍ଦେଶକ ରହିବେ ପ୍ରେମଚନ୍ଦ୍ର ଚୌଧୁରୀ । ଟି ୱାପଙ୍ଗ ରାଓଙ୍କୁ ଯୋଜନା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର । ଏନବିଏସ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହା ବି ପଢନ୍ତୁ...କଟକର ନୂଆ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଅନୁପମ ସାହା ଜଗତସିଂହପୁର ଜିଲ୍ଲାପାଳ - New Collectors Appointment
ଅରିନ୍ଦମ ଡାକୁଆ ପୂର୍ବରୁ କେଉଁ ଦାୟିତ୍ବରେ ଥିଲେ?
ଗତ ଏପ୍ରିଲ ମାସରେ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ ଅରିନ୍ଦମ ଡାକୁଆ । ଏନେଇ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁଯାୟୀ, ୨୦୧୧ ବ୍ୟାଚର ଆଇଏଏସ ଅଫିସର ଅରିନ୍ଦମ ଡାକୁଆ କଟକର ନୂଆ ଜିଲ୍ଲାପାଳ ହୋଇଥିଲେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଥିଲା । କହିରଖୁଛୁ, ପୂର୍ବରୁ ଆଇଏଏସ ଅରିନ୍ଦମ ଡାକୁଆ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ସହିତ ଓଡ଼ିଶା ଜୀବିକା ମିଶନର ମିଶନ ନିର୍ଦ୍ଦେଶକ ଥିଲେ ।
କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ?
ସେହିପରି ପ୍ରେମଚନ୍ଦ୍ର ଚୌଧୁରୀ ପୂର୍ବରୁ BMC କମିଶନର ଭାବେ ଗୁରୁଦାୟିତ୍ବ ତୁଲାଇଥିଲେ । ବର୍ତ୍ତମାନ ତାଙ୍କୁ ବୟନ ଶିଳ୍ପର ନିର୍ଦ୍ଦେଶକ ଦାୟିତ୍ବ ସହ ଗୃହ ନଗର ଉନ୍ନୟନ ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କିଏ ହେବେ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ ।
ଏହା ବି ପଢନ୍ତୁ...ପ୍ରମୁଖ ସଚିବ ପଦରୁ ବିଦା ହେଲେ ବିଷ୍ଣୁପଦ, ଆଜି ହୋଇପାରନ୍ତି CBI ରେ ହାଜର
ଇଟିଭି ଭାରତ, ଭୁବନେଶ୍ବର