ETV Bharat / politics

2024ରେ ବିଫଳ କଂଗ୍ରେସ ! 14ରେ ଅଟକିଲା 90 ନାରା, ପୁନର୍ଗଠନ ହୋଇପାରୁନି PCC - CONGRESS POLITICS

2024ରେ କେତେ ସଫଳ ଗ୍ରାଣ୍ଡ ଓଲ୍ଡ ପାର୍ଟି । ଫେଲ ମାରିଲା 9ରୁ 90 ନାରା । ଏପର୍ଯ୍ୟନ୍ତ ଗଠନ ହୋଇପାରିଲାନି ‘ପିସିସି’ । ଷ୍ଟିୟରିଂ କମିଟି ହାତରେ ଭାଗ୍ୟ ।

ବର୍ଷ-2024, କେମିତି ଥିଲା କଂଗ୍ରେସର ପ୍ରଦର୍ଶନ, କଣ କହୁଛନ୍ତି ବିଶେଷଜ୍ଞ
ବର୍ଷ-2024, କେମିତି ଥିଲା କଂଗ୍ରେସର ପ୍ରଦର୍ଶନ, କଣ କହୁଛନ୍ତି ବିଶେଷଜ୍ଞ (ETV Bharat Odisha)
author img

By ETV Bharat Odisha Team

Published : Jan 1, 2025, 5:43 PM IST

ଭୁବନେଶ୍ବର: ବିଦାୟ ନେଇଛି ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ ବର୍ଷ-2024 । ଦେଶରେ ସାଧାରଣ ନିର୍ବାଚନ ସହ ଓଡିଶା ସମେତ ଏକାଧିକ ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ । ତେବେ ବିଭିନ୍ନ ଦଳ ପାଇଁ ଭିନ୍ନ ଭିନ୍ନ ଫଳାଫଳ ଦେଇଥିବା ଏହି ନିର୍ବାଚନୀ ବର୍ଷ, ସର୍ବପୁରାତନ ରାଜନୈତିକ ଦଳ ‘କଂଗ୍ରେସ’ ପାଇଁ ସେତେଟା ଭଲ ନଥିଲା । ସାଧାରଣ ନିର୍ବାଚନରେ ମିଳିତ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଶୋଚନୀୟ ପରାଜୟ ସହ ଭୋଟ ହାର ଖସିଯିବା କଂଗ୍ରେସ ପରି ସର୍ବପୁରାତନ ଜାତୀୟ ଦଳ ପାଇଁ ଏକ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି ବୋଲି ରାଜନୈତିକ ପଣ୍ଡିତମାନେ ମତ ପ୍ରକାଶ କରୁଛନ୍ତି ।

  • 24ରେ 24 ବର୍ଷର କ୍ଷମତା ପରିବର୍ତ୍ତନ :

2024ରେ ରାଜନୈତିକ ଇତିହାସର ସବୁଠାରୁ ବଡ ପରିବର୍ତ୍ତନ ଦେଖିଥିଲା ଓଡିଶା । 24 ବର୍ଷର ଅପରାଜେୟ ନବୀନ ସରକାରକୁ କ୍ଷମତାରୁ ବଞ୍ଚିତ କରି ପ୍ରଥମ ଥର ‘ଭାରତୀୟ ଜନତା ପାର୍ଟି’କୁ ସରକାର ଗଠନର ସୁଯୋଗ ଦେଇଛନ୍ତି ସାଢେ 4କୋଟି ଓଡିଆ । ଏକଦା ମେଣ୍ଟ ସରକାରରେ ରାଜ୍ୟରେ କ୍ଷମତାର ଆଶିଂକ ସ୍ବାଦ ଚାଖିଥିବା ‘ବିଜେପି’ ଏଥର ଏକାକୀ ମୋହନ ମାଝୀଙ୍କ ପରି ଜଣେ ଆଦିବାସୀ ନେତାଙ୍କ ନେତୃତ୍ବରେ ପୂର୍ଣ୍ଣ ବହୁମତ ସରକାର ଗଠନ କରିଛି । ଶକ୍ତିଶାଳୀ ‘ବିଜେଡି’ ପ୍ରତ୍ୟାଖାତ ହୋଇ ବିରୋଧୀ ଆସନକୁ ଯାଇଥିବା ବେଳେ କଂଗ୍ରେସର ସ୍ଥିତି କିନ୍ତୁ ପୂର୍ବାପେକ୍ଷା ବେଶୀ କିଛି ବଦଳିନି ।

ବର୍ଷ-2024, କେମିତି ଥିଲା କଂଗ୍ରେସର ପ୍ରଦର୍ଶନ, କଣ କହୁଛନ୍ତି ବିଶେଷଜ୍ଞ (ETV Bharat Odisha)
  • ଫେଲ୍‌ ମାରିଲା 9ରୁ 90 ଆସନ ନାରା:-

କଂଗ୍ରେସ 9ରୁ 90 ଆସନର ନାରା ସହ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ସୁଦ୍ଧା 14 ଆସନରେ ବ୍ରେକ ମାରିଛି । ଦଳର ଏହି ପରାଜୟ ଓ ଦୁର୍ବଳ ପ୍ରଦର୍ଶନକୁ ଦଳୀୟ ନେତାମାନେ ସ୍ବୀକାର ମଧ୍ୟ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟିକୁ ଭଙ୍ଗ କରି ଅଖିଳ ଭାରତୀୟ କଂଗ୍ରେସ କମିଟି । ତେବେ ପିସିସି ପୁନଃର୍ଗଠନ ଏପର୍ଯ୍ୟନ୍ତ ହୋଇନଥିବା ବେଳେ କେବଳ ଷ୍ଟିୟରିଂ କମିଟି ନିୟନ୍ତ୍ରଣରେ ରାଜ୍ୟ କଂଗ୍ରେସ ଚାଲିଛି । ‘ପିସିସି’ ସଭାପତି ଦୌଡରେ ଏକାଧିକ ବରିଷ୍ଠ ନେତା ଥିବା ବେଳେ କେବେ ଆନୁଷ୍ଠାନିକ ଘୋଷଣା ହେବ ଓ ରାଜ୍ୟ କଂଗ୍ରେସ ପୁନଃ ସାଙ୍ଗଠନିକ ଆକାର ପାଇବ, ତାହା ଏବେ ମଧ୍ୟ ଅସ୍ପଷ୍ଟ ।

  • 2024ରେ କିପରି ଥିଲା ଦଳର ଯାତ୍ରା:-

2023 ଡିସେମ୍ବର ଶେଷ ଭାଗରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେଇଥିଲେ ‘ଏଆଇସିସି’ ସାଧାରଣ ସମ୍ପାଦକ ଡ଼.ଅଜୟ କୁମାର । ଅଜୟ କୁମାର ଆସୁ ଆସୁ ସଂଗଠନ ସଜାଡିବାକୁ ଅଣ୍ଟା ଭିଡିଥିଲେ । ବିଶୃଙ୍ଖଳିତ ନେତାଙ୍କୁ ଶୃଙ୍ଖଳିତ ହେବାକୁ ଚରମବାଣୀ ଶୁଣାଇଲେ । ହେଲେ ସେମିତି କିଛି ହେଲା ନାହିଁ । "ଓଡିଶା ଇଜ ଫର ଓଡ଼ିଆ "ସ୍ଲୋଗାନ ଦେଉଥିବା ଅଜୟଙ୍କ କଥା ବେଶ ଅଧିକ ହେଲେ ସୁଦ୍ଧା କାମରେ କମ ବୋଲି ପ୍ରମାଣିତ ହୋଇଥିଲା । ଅଜୟ କୁମାର ବିଜେଡି-ବିଜେପିର ଅବୈଧ ସମ୍ପର୍କକୁ ନେଇ ବର୍ଷିଲେ ।

ସେହିପରି କଂଗ୍ରେସର ପୋଷ୍ଟର-ବୟ ରାହୁଲ ଗାନ୍ଧୀ ରାଜ୍ୟ ଗସ୍ତରେ ଆସି କଟକ ସାଲେପୁର ଏବଂ ଭଦ୍ରକ ବାସୁଦେବପୁରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର ମଙ୍ଗ ଧରିଥିଲେ । କେବଳ ରାହୁଲ ନୁହନ୍ତି, ବରଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ରାଜସ୍ଥାନର ଚର୍ଚ୍ଚିତ ନେତା ସଚୀନ ପାଇଲଟଙ୍କ ପ୍ରଚାର ମଧ୍ୟ କୌଣସି ପ୍ରଭାବ ପକାଇ ପାରିନଥିଲା । ସେପଟେ ଦିଲ୍ଲୀରେ ‘ଏଆଇସିସି’ର ଆକାଉଣ୍ଟ ସିଜ୍‌ ହେବା କାରଣରୁ ଦଳୀୟ ପାଣ୍ଠି ବଣ୍ଟା ଯାଇପାରିନଥିବା ଦଳ ଅଭିଯୋଗ କରିଥିଲା । ବହୁ କସରତ ପରେ ବିଧାନସଭା ନିର୍ବାଚନରେ 14 ଜଣ ବିଧାୟକ ନିର୍ବାଚିତ ହୋଇଥିଲେ । ଦକ୍ଷିଣ-ଓଡ଼ିଶାର କୋରାପୁଟରୁ ଜଣେ ମାତ୍ର ସାଂସଦ ଭାବେ ସପ୍ତଗିରି ଉଲକା ଜିତିଛନ୍ତି । ରାଜ୍ୟରେ ବିଧାୟକଙ୍କ ସଂଖ୍ୟା 9 ରୁ 14 ହେଲା ସତ, ମାତ୍ର 13 ପ୍ରତିଶତ ଭୋଟ ହାର କଂଗ୍ରେସ ପାଇଁ ଏକ ସତର୍କ ଘଣ୍ଟି ସଦୃଶ ଥିଲା ।

  • ଟିକେଟ ବଣ୍ଟନ ବିବାଦରେ ଫସିଥିଲେ ପିସିସି ସଭାପତି ଓ ପ୍ରଭାରୀ

ସାଧାରଣ ନିର୍ବାଚନରେ ତତ୍କାଳୀନ ‘ପିସିସି’ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଅଜୟ କୁମାର ଟିକେଟ୍‌ ବଣ୍ଟନ ବିବାଦରେ ଫସିଲେ ।‘ ପ୍ରଗମନ’ ଆପ ମାଧ୍ୟମରେ ପ୍ରାର୍ଥୀ ଆବେଦନ କରିବାକୁ ଓଡ଼ିଶାରେ ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଅପଣାଇ ଥିଲା ଦଳ । ହେଲେ ଫେଲ ମାରିଲା ଏହି ପ୍ରକ୍ରିୟା । ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ପ୍ରଦେଶ କଂଗ୍ରେସର ସମସ୍ତ କମିଟି ଭଙ୍ଗ କରିଥିଲା ‘ଏଆଇସିସି’ । ଜୁଲାଇ 22 ତାରିଖରେ ସବୁ କମିଟିକୁ ଭଙ୍ଗ କରାଯାଇ ଷ୍ଟିୟରିଂ କମିଟି ହାତରେ ରାଜ୍ୟ କଂଗ୍ରେସର ମଙ୍ଗ ନ୍ୟସ୍ତ କରାଯାଇଥିଲା ।

  • ଷ୍ଟିୟରିଂ କମିଟି ହାତରେ ରାଜ୍ୟ କଂଗ୍ରେସର ଭାଗ୍ୟ:-

ବିନା ପ୍ରଦେଶ କମିଟିରେ ରାଜ୍ୟରେ କଂଗ୍ରେସକୁ ପରିଚାଳନା କରିବାକୁ ଏକ 14 ଜଣିଆ ଷ୍ଟିୟରିଂ କମିଟି ଗଠନ କରାଯାଇଥିଲା । ମାତ୍ର ପ୍ରାୟ 4 ମାସ ବିତିଯାଇଥିଲେ ବି ମାତ୍ର ଥରୁଟିଏ ଷ୍ଟିୟରିଂ କମିଟି ବୈଠକ ବସିଥିଲା । ଦଳକୁ ସଜାଡିବାକୁ ‘ଏଆଇସିସି’ ଫୋକସ ରଖିଥିଲେ ବି ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆଗାମୀ ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ର ବିରୋଧୀ ଦଳ ନେତା ଚରଣ ଦାଶ ମହନ୍ତ ଏବଂ ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ନଟରାଜନ ଭୁବନେଶ୍ୱର ଆସି ଦୀର୍ଘ ଘଣ୍ଟାର କସରତ କରି ଦିଲ୍ଲୀ ଫେରିଥିଲେ । ଦୀର୍ଘ 6 ମାସ ହେବ ପିସିସି ମୁଖୁଆ ଶୂନ୍ୟ ହେବାର ରେକର୍ଡ ସୃଷ୍ଟି କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ:-

ଚାଷ କ୍ଷୟକ୍ଷତି ସମୀକ୍ଷା: BJP-BJD ମୁହାଁମୁହିଁ, ଏଭଳି କହିଲା କଂଗ୍ରେସ

ଉଜୁଡା କ୍ଷେତରେ ଉଭୟ ସରକାର ଓ ବିରୋଧୀ, କଂଗ୍ରେସ କହିଲା କେବଳ କୁମ୍ଭୀର କାନ୍ଦଣା

ପୂର୍ବତନ PCC ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

ଖୁବଶୀଘ୍ର ରାଜ୍ୟ କଂଗ୍ରେସକୁ ନୂଆ ମୁଖିଆ ! AICC ପର୍ଯ୍ୟବେକ୍ଷକଙ୍କ ମାରାଥନ ବୈଠକ

  • ରାଜ୍ୟ ବିକଳ୍ପ ଚାହୁଁଥିବା ବେଳେ କଂଗ୍ରେସ ନେତୃତ୍ବଶୂନ୍ୟ:- ରାଜନୀତି ସମୀକ୍ଷକ

ପୁରା ଘଟଣାକ୍ରମକୁ ନେଇ ରାଜନୀତି ସମୀକ୍ଷକମାନେ ଏପରି ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି,‘‘ କଂଗ୍ରେସ ଯେତେ ଶୀଘ୍ର 2024କୁ ଭୁଲିଯିବ, ସେତେ ଭଲ ହେବ । ଦୀର୍ଘ ମାସ ହେବ ନେତୃତ୍ୱ ଶୂନ୍ୟ ରହିଲା ପିସିସି । ‘ଏଆଇସିସି’ ବୈମାତୃକ ମନୋଭାବ ପାଇଁ ଓଡ଼ିଶାର ଏଭଳି ଦୁର୍ଦଶା । 2024ରେ କଂଗ୍ରେସ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା, ମାତ୍ର ଭୋଟ ହାର କମିଗଲା । ଓଡ଼ିଶାର ଲୋକମାନେ ଯେତେବେଳେ ବିକଳ୍ପ ସନ୍ଧାନରେ ଅଛନ୍ତି ସେତେବେଳେ ନେତୃତ୍ୱଶୂନ୍ୟ ହୋଇ ରାଜ୍ୟ କଂଗ୍ରେସ ପଡିରହିଛି । ଓଡ଼ିଶାରେ ବିପର୍ଯ୍ୟୟର ଅନ୍ୟତମ କାରଣ ପ୍ରଭାରୀ ଚୁପ ବସିଛନ୍ତି ।’’

  • ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡିଶା ପ୍ରଭାରୀ କରାଗଲେ ମିଳିପାରେ ସୁଫଳ: ରାଜନୀତି ସମୀକ୍ଷକ

ରବି ଦାସ ଆହୁରି ମଧ୍ୟ କହିଛନ୍ତି,‘‘ଓଡିଶା ପାଇଁ ରାଜ୍ୟ କଂଗ୍ରେସର କମିଟି ମୁଖିଆ ଏବଂ ନୂଆ ପ୍ରଭାରୀଙ୍କ ଆବଶ୍ୟକତା ରହିଛି । ଯଦି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦଳର ରାଜ୍ୟ ପ୍ରଭାରୀ କରାଯାଏ, ତାହେଲେ ଓଡ଼ିଶାରେ କଂଗ୍ରେସର କିଛି ମାତ୍ରାରେ ଲାଭାନ୍ବିତ ହୋଇପାରନ୍ତା ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.