ETV Bharat / lifestyle

ବିଳମ୍ବିତ ରାତି ଯାଏଁ ପଢୁଥିଲେ ସାବଧାନ ! ଏହି ସମସ୍ୟା ହୋଇପାରେ - STUDY AT NIGHT

ପରୀକ୍ଷା ଟେନସନରେ ବିଳମ୍ବିତ ରାତି ଯାଏଁ ପାଠ ପଢୁଛନ୍ତି କି ? ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ । ଏହି ସମ୍ପର୍କରେ ଅଧିକ ଜାଣନ୍ତୁ

ବିଳମ୍ବିତ ରାତି ଯାଏଁ ପଢୁଥିଲେ ସାବଧାନ ! ଏହି ସମସ୍ୟା ହୋଇପାରେ
ବିଳମ୍ବିତ ରାତି ଯାଏଁ ପଢୁଥିଲେ ସାବଧାନ ! ଏହି ସମସ୍ୟା ହୋଇପାରେ (ETV Bharat)
author img

By ETV Bharat Lifestyle Team

Published : Jan 4, 2025, 11:33 AM IST

ପରୀକ୍ଷା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଖୁବ୍ ଚାପପୂର୍ଣ୍ଣ ସମୟ ହୋଇଥାଏ । ପରୀକ୍ଷା ତାରିଖ ଯେମିତି ପାଖେଇ ଆସେ, ଛାତ୍ରଛାତ୍ରୀ ରାତି ରାତି ଅନିଦ୍ରା ରହି ପାଠ ପଢନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜକୁ ଜାଗ୍ରତ ରଖିବାକୁ ଚା' କିମ୍ବା କଫିର ସାହାରା ନିଅନ୍ତି । ହେଲେ ଏହି କିଛି ଦିନର ଅଭ୍ୟାସ ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହାନିକାରକ ହୋଇଥାଏ । ଏହା ଉଭୟ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଗୁରୁତର ପ୍ରଭାବିତ କରିପାରେ । କାରଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ଏବଂ କଫିନଯୁକ୍ତ ଚା', କଫି ଅତ୍ୟଧିକ ସେବନ କରିବା ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ।

ବିଳମ୍ବିତ ରାତିରେ ପଢିବାର ପ୍ରଭାବ:

ବିଳମ୍ବିତ ରାତି ଯାଏ ଜାଗ୍ରତ ରହିବା ଓ ପର୍ଯ୍ୟାପ୍ତ ନ ଶୋଇବା ଦ୍ବାରା ଥକ୍କାପଣ, ମୁଣ୍ଡବିନ୍ଧା ଅନୁଭବ ହେବା ସହିତ ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇପାରେ । ସେହିପରି ଦୀର୍ଘ ଦିନ ଧରି କଫିନ ସେବନ କରିବା ଯୋଗୁଁ ହୃଦସ୍ପନ୍ଦନ ଓ ରକ୍ତଚାପ ବା ବ୍ଲଡପ୍ରେସର ବୃଦ୍ଧି ସମସ୍ୟା ଦେଖାଦେଇପାରେ । ଏହା ପିଲାର ପାଠପଢା ଗୁଣବତ୍ତା ପ୍ରଭାବିତ କରିଥାଏ ।

ମାନସିକ ସ୍ବାସ୍ଥ ଉପରେ ପ୍ରଭାବ:

ନିଦ ପୁରା ନହେଲେ ଅଥବା ପର୍ଯ୍ୟାପ୍ତ ନ ଶୋଇଲେ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏହାଦ୍ବାରା ବିଦ୍ୟାର୍ଥୀଙ୍କ ସ୍ମରଣଶକ୍ତି କମିବା ସହିତ ଶିକ୍ଷଣ କ୍ଷମତା ଦୁର୍ବଳ ହୋଇପାରେ । ନିଦ ଅଭାବରୁ ଚାପ, ଚିନ୍ତା ବଢିଥାଏ ଯାହାକି ପିଲାଟିର ଶୈକ୍ଷିକ ପ୍ରଦର୍ଶନ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

ଅଯଥା ଚାପ ପକାନ୍ତୁ ନାହିଁ:

ପରୀକ୍ଷା ସମୟରେ ଅଭିଭାବକ ଓ ଶିକ୍ଷକ ବିଦ୍ୟାର୍ଥୀଙ୍କ ଉପରେ ଅନାବଶ୍ୟକ ଚାପ ନ ପକାଇବା ଉଚିତ୍ । ଏହା ବଦଳରେ ସେମାନେ ପିଲାର ପରିଶ୍ରମର ପ୍ରଶଂସା କରନ୍ତୁ ଏବଂ ପାଠପଢା ପାଇଁ ଏକ ଶାନ୍ତ ଓ ଚାପମୁକ୍ତ ବାତାବରଣ ପ୍ରଦାନ କରନ୍ତୁ । ଉତ୍ତମ ସ୍ବାସ୍ଥ୍ୟ ବିନା ଅଧ୍ୟୟନରେ ସଫଳତା ମିଳିବା କଷ୍ଟସାଧ୍ୟ ବୋଲି ପିଲାଙ୍କୁ ବୁଝାନ୍ତୁ ।

ପାଠପଢା ଓ ସ୍ବାସ୍ଥ୍ୟ ମଧ୍ୟରେ ସନ୍ତୁଳନ:

ଛାତ୍ରଛାତ୍ରୀ ପାଠପଢା ସହିତ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଜରୁରୀ । ଠିକ୍ ସମୟରେ ଶୋଇବା, ଉଠିବା ଏବଂ ପାଠପଢା ପାଇଁ ନିର୍ଦ୍ଧିଷ୍ଟ ସମୟ ନିର୍ଦ୍ଧାରଣ କରିବା ପାଇଁ ପିଲାଙ୍କୁ ପ୍ରୋତ୍ସାହିତ କରନ୍ତୁ । କଫିନଯୁକ୍ତ ପାନୀୟ ବଦଳରେ ପିଲାଟି ଯେପରି ସୁସ୍ଥ ଆହାର ଗ୍ରହଣ କରିବ ସେ ଦିଗରେ ଧ୍ୟାନ ଦିଅନ୍ତୁ । ପିଲା ପାଠପଢା ମଝିରେ କିଛି ସମୟ ବ୍ରେକ ନିଅନ୍ତୁ । ଏହା ଶାରିରୀକ ଓ ମାନସିକ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରେ ।

ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଟିପ୍ସ:

ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହି ପାଠ ପଢିବା ଅପେକ୍ଷା ଦିନ ବେଳା ଅଧିକ ସମୟ ପଢିବାକୁ ଚେଷ୍ଟା କରନ୍ତୁ । ସକାଳୁ ଶୀଘ୍ର ଉଠିବା ଏକ ଭଲ ବିକଳ୍ପ । ଛାତ୍ରଛାତ୍ରୀ ପାଠପଢା ଭିତରେ ଛୋଟ ଛୋଟ ବ୍ରେକ ନିଅନ୍ତୁ । ରିଭିଜନ ପାଇଁ ସମୟ ବାହାର କରନ୍ତୁ । ପର୍ଯ୍ୟାପ୍ତ ନିଦ, ସନ୍ତୁଳିତ ଆହାର ଓ ନିୟମିତ ବ୍ୟାୟାମ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବା ଓ ତାଙ୍କର ଶୈକ୍ଷିକ ପ୍ରଦର୍ଶନ ଉନ୍ନତ କରିବାରେ ସହାୟକ ହୁଏ ।

Ref- https://pmc.ncbi.nlm.nih.gov/articles/PMC9424753/

https://www.jahonline.org/article/S1054-139X(13)00486-2/fulltext

ଏହା ମଧ୍ୟ ପଢନ୍ତୁ: ଚୀନରେ ନୂଆ ଭୂତାଣୁ ଆତଙ୍କ: ବ୍ୟାପୁଛି ସଂକ୍ରମଣ, ହସ୍ପିଟାଲ ମିଳୁନି ଜାଗା - HMPV OUTBREAK IN CHINA

ଏହା ମଧ୍ୟ ପଢନ୍ତୁ: ଜୀବନ ନେଇପାରେ ଯୌନ ସଂଚାରିତ ରୋଗ, ଜାଣନ୍ତୁ କିପରି ହୁଏ ଓ ଏହାର ଲକ୍ଷଣ - SEXUALLY TRANSMITTED DISEASE

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.