ହାଇଦ୍ରାବାଦ: ସିଡନୀ ଗ୍ରାଉଣ୍ଡରେ ଆତଙ୍କ ମଚାଇଲେ ଭାରତୀୟ ବୋଲର । ବ୍ୟାଟିଂ ବିଭାଗ ଫେଲ ପରେ ଚମକିଲା ବୋଲିଂ ବିଭାଗ । ଘାତକ ବୋଲିଂ କରି କଙ୍ଗାରୁ ବ୍ୟାଟରଙ୍କୁ ପାଣି ପିଆଇଲା ଟିମ୍ ଇଣ୍ଡିଆ । ଭାରତୀୟ ଦଳ ପେସ ଆକ୍ରମଣରେ ଚିତପଟାଙ୍ଗ ଅଷ୍ଟ୍ରେଲିଆ ଦଳ । ପ୍ରଥମ ଇନିଂସରେ 51 ଓଭରରେ 181 ରନ କରି ଅଲଆଉଟ ହେଲା ଘରୋଇ ଦଳ । ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୩ଟି ଲେଖାଏଁ ଓ୍ବିକେଟ ମିଳିଛି । ନୀତିଶ ଓ ବୁମରା ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି ।
ବୁମରା ଅସୁସ୍ଥ:
ଭାରତୀୟ ଦଳର ଅଧିନାୟକ ବୁମରା ଆଜି ଦ୍ବିତୀୟ ଦିନର ଖେଳରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିବା ସୂଚନା ଦିଆଯାଇଛି । ବୁମରାଙ୍କ ଅନୁପସ୍ଥିତିରେ ଅଧିନାୟକ ଭାର ସମ୍ଭାଳିଲେ ବିରାଟ କୋହଲି ।
Tea on Day 2 in Sydney!
— BCCI (@BCCI) January 4, 2025
Mohd. Siraj with the final wicket and Australia are all out for 181 in the 1st innings.#TeamIndia with a lead of 4 runs.
Scorecard - https://t.co/NFmndHLfxu#AUSvIND pic.twitter.com/ksQazID2Do
କଙ୍ଗାରୁ ବ୍ୟାଟରଙ୍କୁ ଶିକାର କଲେ ଭାରତୀୟ ବୋଲର:
ବର୍ଡର ଗାଭାସ୍କର ଟ୍ରଫିର ଅନ୍ତମ ମ୍ୟାଚ ଗତକାଲିଠାରୁ ସିଡନୀ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । 185 ରନରେ ଭାରତ ପ୍ରଥମ ଇନିଂସରେ ଅଲ ଆଉଟ ହେବା ପରେ ଘରୋଇ ଦଳ ପ୍ରଥମ ପାଳି ଆରମ୍ଭ କରି ଷ୍ଟମ୍ପ ଅପସାରଣ ସୁଦ୍ଧା ଗୋଟିଏ ଓ୍ବିକେଟ ହରାଇ 9 ରନ କରିଥିଲା । ଆଜି ଦ୍ବିତୀୟ ଦିନରେ ମ୍ୟାଚ ଆରମ୍ଭ ହୋଇଥିଲା । ଆରମ୍ଭରୁ ପଡିଆରେ ଆତଙ୍କ ଖେଳାଇଥିଲେ ଭାରତୀୟ ବୋଲର । ପଡିଆରେ ବେଶୀ ସମୟ ତିଷ୍ଟିବା ବିପକ୍ଷ ଦଳ ପାଇଁ ମୁସକିଲ ହୋଇ ପଡିଥିଲା । ଘାତକ ବୋଲିଂ କରି ଜଣଙ୍କ ପରେ ଜଣେ କଙ୍ଗାରୁ ବ୍ୟାଟରଙ୍କୁ ଶିକାର କରିଥିଲେ ଭାରତୀୟ ବୋଲର । ପ୍ରଥମେ ବୁମରା ଏବଂ ପରେ ସିରାଜ ଓ ତାପରେ କ୍ରିଷ୍ଣା ଏବଂ ଶେଷରେ ନୀତିଶ ରେଡ୍ଡି ବଲକୁ ବୋମା ପରି ଫିଙ୍ଗିଥିଲେ । ଫଳରେ ଜଣେ ଖେଳାଳିଙ୍କୁ ଛାଡ଼ି ଦେଲେ ଆଉ କେହି ବି ବ୍ୟାଟର ଅର୍ଦ୍ଧଶତକ କରିପାରି ନଥିଲେ । 6 ଜଣ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ଫିଲ୍ଡିରେ ବିସ୍ଫୋରକ ବ୍ୟାଟିଂ କରିଥିବା ବ୍ୟାଟର ଲୟ ହରାଇ ପାଭିଲିୟନକୁ ଫେରିଥିଲେ । ମହମ୍ମଦ ସିରାଜ ଓ କ୍ରିଷ୍ଣା 3ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ବୁମରା ଓ ନୀତିଶ 2ଟି ଓ୍ବିକେଟ ଅକ୍ତିର କରିଥିଲେ ।
ଭାରତର ଦ୍ବିତୀୟ ଇନିଂସ :
ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିଥିବା ବେଳେ, ଅଷ୍ଟ୍ରେଲିଆର ପ୍ରଥମ ପାଳି ୧୮୧ ରନରେ ଶେଷ ହୋଇଛି । ଫଳରେ ପ୍ରଥମ ଇନିଂସ ଭିତ୍ତିରେ ଭାରତ ୪ ରନରେ ଆଗୁଆ ରହିଛି । ଏପଟେ ଆରମ୍ଭ ହୋଇଛି ଭାରତର ଦ୍ବିତୀୟ ଇନିଂସ । 13 ଓଭରରେ 3 ଓ୍ବିକେଟ ହରାଇ 59 ରନ କରିଥିଲା ଭାରତ । ଜୟସ୍ବାଲ 22, ରାହୁଲ 13, କୋହଲି 6 ରନରେ ଆଉଟ ହୋଇଛନ୍ତି । ସ୍କଟ ବୋଲାଣ୍ଡଙ୍କ ଏହି 3 ଖେଳାଳିଙ୍କୁ ଆଉଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ୫ଟିକିଆ ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ୪ଟି ମ୍ୟାଚ ସରିଥିବା ବେଳେ, ଅଷ୍ଟ୍ରେଲିଆ ୨-୧ରେ ସିରିଜ ଆଗୁଆ ରହିଛି ।
'A slim innings lead for India in spite of an injury to
— ICC (@ICC) January 4, 2025
Jasprit Bumrah 👏#AUSvIND LIVE: https://t.co/TNK8IDOQsB#WTC25 pic.twitter.com/kl6Djgy8vR