ଓଡିଶା

odisha

ETV Bharat / politics

ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ, କାଲି ଛାଡ଼ିଥିଲେ କଂଗ୍ରେସ - Surendra Singh Bhoi Joins BJD

Surendra Singh Bhoi Joins BJD: ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ । ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 29, 2024, 7:32 PM IST

Surendra Singh Bhoi
Surendra Singh Bhoi

Surendra Singh Bhoi

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ । ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର । ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅଧିରାଜ ପାଣୀଗ୍ରାହୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଗତକାଲି (ଗୁରୁବାର) ସେ କଂଗ୍ରେସର ସଭ୍ୟ ପଦ ସହ ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ନିଜର ଇସ୍ତଫା ପତ୍ରକୁ ପିସିସି ସଭାପତିଙ୍କ ଜରିଆରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଥିଲେ । ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି ।



ବିଜେଡିରେ ସାମିଲ ହେବା ପରେ ସୁରେନ୍ଦ୍ର ସିଂଭୋଇ କହିଛନ୍ତି , "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଦଳରେ ସାମିଲ କରିଥିବାରୁ ମୁଁ ଅନ୍ତରରୁ ଧନ୍ୟବାଦ ଜଣାଉଛି । ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ସାରା ରଜ୍ୟରେ ବିକାଶର ସ୍ପର୍ଶ ଲାଗିଛି । ଉପାନ୍ତରୁ ଉପକୂଳ ସବୁଠି ରୁପାନ୍ତରଣ ଦେଖିବାକୁ ମିଳୁଛି । ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ 'ନୂଆ ଓଡ଼ିଶା ନବୀନ ଓଡ଼ିଶା' ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ସେହି କାର୍ଯ୍ୟରେ ମୁଁ ନିଜକୁ ସାମିଲ କରିଛି ଓ ମୋର ହଜାର ହଜାର ସମର୍ଥକ ମଧ୍ୟ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ବିଜେପି ଛାଡିଲେ ନୀଳଗିରି ବିଧାୟକ, ହୋଇପାରେ ଘରବାହୁଡା - Nilagiri MLA Sukanta Nayak


ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ମିଶ୍ରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି । ତେବେ କଂଗ୍ରେସ ସହ ସୁରେନ୍ଦ୍ର ସିଂ ଭୋଇଙ୍କର ଥିଲା ୩୮ ବର୍ଷର ସମ୍ପର୍କ । ସୁରେନ୍ଦ୍ର ତିନି ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବଲାଙ୍ଗୀର ଜିଲ୍ଲା ସଇଁତଳା ଆସନରୁ ୧୯୯୫ ଓ ୨୦୦୦ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ । କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ ପରିବେଶ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମନ୍ତ୍ରୀ ମଧ୍ୟ ରହିଥିଲେ ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details