ଓଡିଶା

odisha

କଟକ ବିଜେଡିରେ ଫାଟ ! ଦେବାଶିଷ ଓ ସୁବାସଙ୍କ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ - Dispute Between Mayor And MP

By ETV Bharat Odisha Team

Published : Apr 12, 2024, 9:15 PM IST

Dispute Between Mayor And MP: କଟକର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ପାଇଁ ଚାଲିଛି ପ୍ରଚାର । ଏଥିପାଇଁ କଟକରେ ଭିନ୍ନ ଭିନ୍ନ ସଭାର ଆୟୋଜନ କରିଛନ୍ତି ମେୟର ସୁବାସ ସିଂ ଓ ସାଂସଦ ଦେବାଶିଷ ସାମନ୍ତରାୟ । ଅଧିକ ପଢନ୍ତୁ

BJD Dispute
BJD Dispute

BJD Dispute

କଟକ:ନିର୍ବାଚନ ପ୍ରଚାର ଆରମ୍ଭ କରବା ପୂର୍ବରୁ ବଳ ଗୋଟାଇବା ଆରମ୍ଭ କରିଛି ବିଜେଡି । ଏହି କ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ପ୍ରଚାର ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି ଦଳ । କଟକର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ପାଇଁ ନିଜ ନିଜ ଅଞ୍ଚଳରେ ଜନମତ ସଂଗ୍ରହ କରିବାକୁ ବିଭିନ୍ନ ସମାବେଶ କରି କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି ଦେବାଶିଷ ସାମନ୍ତରାୟ ଓ ସୁବାଷ ସିଂ । ସବୁଠାରୁ ବଡ଼ କଥା ହେଉଛି, ଶକ୍ତି ଗୋଟାଇବା ପୂର୍ବରୁ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଉଭୟ ଦେବାଶିଷ ଏବଂ ସୁବାସ ସିଂ ଅଲଗା ଅଲଗା କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଛି । ଯାହାକି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ହେଲେ ଏନେଇ ଉଭୟ ମାପିଚୁପି ଉତ୍ତର ଦେଇଛନ୍ତି ।



କଟକର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଜୋରଦାର ହୋଇଛି ପ୍ରୟାସ । ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ନେଇ ପ୍ରଚାର ପାଇଁ ପ୍ରସ୍ତୁତି କରିଥିବା ବିଜେଡି ଆଜି ଦଳର ମହିଳା କର୍ମୀଙ୍କୁ ଏକ ସମାବେଶ କରିଛି । କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ମହିଳା ସମାବେଶ ଆୟୋଜନ କରାଯାଇଥିଲା । ସେପଟେ ସୁବାସ ସିଂଙ୍କ ନେତୃତ୍ୱରେ ଇଦ ମିଲନ ଆଳରେ ଅନ୍ୟ ଏକ ସମାବେଶ ଆୟୋଜନ କରାଯାଇଥିଲା। ଶାରଳା ଭବନରେ ଦେବାଶିଷ ଆୟୋଜନ କରିଥିବା ମହିଳା ସମାବେଶରେ ସୁବାସ ଅନୁପସ୍ଥିତ ଥିଲେ । ସେହିପରି କଟକ-ଇନ-କଟକରେ ସୁବାସଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବାଶିଷ ଅନୁପସ୍ଥିତ ଥିଲେ । ଯାହାକୁ ନେଇ ଦଳ ମଧ୍ୟରେ ଫାଟ ଥିବା କଥା ଚର୍ଚ୍ଚା ହେଉଛି । ଏନେଇ ଦେବାଶିଷ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ଅନ୍ୟପଟେ ସୁବାସ ବି ଅତି ଚତୁରତାର ସହ ଉତ୍ତର ରଖିଛନ୍ତି। ସେ କହିଛନ୍ତି, "ଯୁବ ଗୋଷ୍ଠୀ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୋତେ ମହିଳା ସମାବେଶକୁ ଡକା ଯାଇଥିଲା।" ସେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେଠାରେ ଯୋଗ ଦେଇପାରିନଥିଲେ। ସେହିପରି କୌଣସି ଗୋଷ୍ଠୀ କନ୍ଦଳ ନଥିବା ସେ କହିଛନ୍ତି। ସ୍ଥାନୀୟ ସାରଳା ଭବନରେ ଆୟୋଜିତ ମହିଳା ସମାବେଶ ଅବସରରେ କଟକର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବାରବାଟୀ-କଟକ ବିଧାୟକ ପ୍ରାଥୀ ପ୍ରକାଶ ବେହେରାଙ୍କ ପାଇଁ ଜନମତ ପାଇଁ ଆହ୍ୱାନ କରିଛନ୍ତି ଦଳୀୟ ନେତା । ଏହି ଅବସରରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତିକୁ ଅଧିକ ସୁଦୃଢ କରିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ...ରାୟଗଡା ବିଜେଡିରେ ରାଜନୈତିକ ଝଡ, ପ୍ରାର୍ଥୀ ନାଁ ଘୋଷଣା ପରେ 2 ଫାଳ ବିଜେଡି - Rayagada BJD Politics

ସେହିପରି ଦଳରେ ଗୋଷ୍ଠୀ କନ୍ଦଳ କଥାକୁ ଅସ୍ବୀକାର କରିଛନ୍ତି ସଂତୃପ୍ତ। ହେଲେ ସେ ପରୋକ୍ଷରେ କହିଛନ୍ତି, "NCC ରେ ଯେପରି ଅନେକ ଛାତ୍ରଛାତ୍ରୀମାନଙ୍କ ପାଦ ବେଳେବେଳେ ଏକାଠି ପଡି ନଥାଏ, ତଥାପି କମାଣ୍ଡରର କାମ ସମସ୍ତଙ୍କୁ ଏକାଠି କରିନେବା।" ଇଦ ମିଲନ ଉତ୍ସବ ଆୟୋଜନ କରି ଉଭୟ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଦଳୀୟ କର୍ମୀ । ସ୍ବତନ୍ତ୍ର ଭାବେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହ ବିଜେଡିର ଅନେକ କର୍ପୋରେଟର ସାମିଲ ଥିଲେ । 'ନୂଆ କଟକ 'ଗଠନ ଦିଗରେ ସଂତୃପ୍ତ ମିଶ୍ର ଓ ପ୍ରକାଶ ବେହେରା ଗୁରୁତ୍ବପୂର୍ଣ୍ଣ ଭୁମିକା ନର୍ବାହ କରିବେ ବୋଲି କହିବା ସହ ସେମାନଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଆହ୍ବାନ କରିଥିଲେ ସୁବାଷ ସିଂ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details