ETV Bharat / politics

ଦରଦାମ ବୃଦ୍ଧିକୁ ବିରୋଧ, ଜାନୁଆରୀ ୬ରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି - BJD TO PROTEST OVER PRICE HIKE

ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ଜାନୁଆରୀ ୬ ତାରିଖରେ ଆନ୍ଦୋଳନ କରିବ ବିଜେଡି । ଦରଦାମ ନିୟନ୍ତ୍ରଣରେ ବିଜେପି ସରକାର ବିଫଳ କହିଛି ବିଜେଡି ।

BJD To Stage Protest Over Price Hike Issue
BJD To Stage Protest Over Price Hike Issue (ETV Bharat Odisha)
author img

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ଜାନୁଆରୀ ୬ ତାରିଖରେ ଗଣ ବିକ୍ଷୋଭ କରିବ ବିଜେଡି । ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ଲାଗି ବିଜୁ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ । କ୍ଷମତାରୁ ଯିବା ପରେ ବିରୋଧୀ ଦଳ ଭାବେ ବିଜେଡିର ଏହା ପ୍ରଥମ ବିକ୍ଷୋଭ କାର୍ଯ୍ୟକ୍ରମ । କେନ୍ଦ୍ରୀୟ ସ୍ତରର ବିଭିନ୍ନ ପ୍ରସଙ୍ଗରେ ଚୁପ ଥିବା ବିଜେଡି ରାଜ୍ୟ ବିଜେପି ସରକାର ବିରୋଧରେ ବିକ୍ଷୋଭକୁ ପଞ୍ଚାୟତ ନିର୍ବାଚନ ରଣନୀତି ବୋଲି କୁହାଯାଉଛି ।

୨୦୦୯ରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ଉଭୟଙ୍କ ସମ୍ପର୍କରେ କେବେ ଖରା ତ ଆଉ କେବେ ଛାଇ ହୋଇଛି । ବିଜେପି-କଂଗ୍ରେସ ଠାରୁ ସମଦୂରତା କଥା କହି ଆସୁଥିବା ବିଜେଡି ୨୦୧୪ରୁ ମୋଦି ସରକାରକୁ ସୁହେଇଲା ଭଳି ଷ୍ଟାଣ୍ଡ ନେଇ ଆସିଛି । ସେହିପରି ଗତ ସାଧାରଣ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଚର୍ଚ୍ଚା ଆଗକୁ ବଢିବା ପୂର୍ବରୁ ସେଥିରେ ବିରାମ ଲଗାଇ ଏକକ ନିର୍ବାଚନ ଲଢିଥିଲେ ଉଭୟ ଦଳ । ସାଧାରଣ ନିର୍ବାଚନରେ ବିଜେଡି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ କ୍ଷମତାକୁ ଆସିଛି ବିଜେପି । ସରକାର ଗଠନକୁ ୬ ମାସ ବିତିଛି । ଶାସକ ଦଳକୁ ଘେରିବା ଲାଗି ଅନେକ ସୁଯୋଗ ଆସିଛି । ବିଧାନସଭା ଭିତରେ ଉଠେଇଥିଲେ ମଧ୍ୟ ବିଧାନସଭା ବାହାରେ ବିଜେଡି ଏ ଦିଗରେ ବିଶେଷ ରୁଚି ଦେଖାଇନଥିଲା ।

BJD To Stage Protest Over Price Hike Issue (ETV Bharat Odisha)

ଜାନୁଆରୀ ୬ରେ ବିଜେଡିର ଆନ୍ଦୋଳନ:

ସେହିପରି ରାଜ୍ୟସଭାରେ ବିଜେଡି ସାଂସଦ ବିଭିନ୍ନ ଉଠାଇଥିଲେ ମଧ୍ୟ ବିଜେପି ଉପରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିନାହାନ୍ତି । ୱାକଫ ବିଲକୁ କେବଳ ବିଜେଡି ବିରୋଧ କରିଛି । ଅନ୍ୟ ସମସ୍ତ ପ୍ରସଙ୍ଗରେ ବିଜେଡି ଚୁପ ରହିଛି । ଦୁଇ ସାଂସଦ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଚାପରେ ରହିଛି ଦଳ । ଜାତୀୟ ପ୍ରସଙ୍ଗରେ ଚୁପ ରହିଥିବା ବେଳେ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ବିଜେଡି ଘୋଷଣା କରିଛି । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୋଧରେ ଜାନୁଆରୀ ୬ ତାରିଖରେ ବିଜେଡିର ଗଣ ବିକ୍ଷୋଭ କରିବ । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କରିଥିବାବେଳେ ଲୋକେ ତ୍ରାହି ତ୍ରାହି ଡାକିଲେଣି ବୋଲି କହି ମୋହନ ସରକାରଙ୍କ ଉପରେ ବର୍ଷିଛି ବିଜେଡି ।

"ଦରଦାମ ନିୟନ୍ତ୍ରଣରେ ବିଫଳ ବିଜେପି ସରକାର":

ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ଦରଦାମ ଓ ମୁଦ୍ରାସ୍ପୀତି ବୃଦ୍ଧିକୁ ନେଇ ଜନସାଧାରଣ ଅତିଷ୍ଟ ଅଛନ୍ତି । ଏହାକୁ ନେଇ ଜାନୁଆରୀ ୬ ତାରିଖରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯିବ । RBIର ମନିଟାରୀ ପଲିସି କମିଟି ଆକଳନ କରିଛି ଯେ, ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ହୋଇଛି । ଓଡ଼ିଶା ସମେତ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଦରଦାମ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ହୋଇଛି । ବିଜେଡି ଏକ ଦାୟିତ୍ବସମ୍ପର୍ଣ୍ଣ ଦଳ ଭାବରେ ଓଡ଼ିଶା ଲୋକଙ୍କ କଷ୍ଟକୁ ନେଇ ସ୍ବରଉତ୍ତୋଳନ କରିବ ।" ସେହିପରି ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା କହିଛନ୍ତି, "ଦରଦାମ ବୃଦ୍ଧିରୁ ଆରମ୍ଭ କରି ନିର୍ବାଚନ ସମୟରେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ରକ୍ଷା କରିବାରେ ସରକାରଙ୍କ ବିଫଳତାକୁ ଜନ ସାଧାରଣଙ୍କ ସମ୍ମୁଖରେ ରଖାଯିବ ।"

"ଅର୍ଥନୀତି ସୁପରିଚାଳନାରେ ବିଫଳ ବିଜେପି":

ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ଅହେତୁକ ଦରବୃଦ୍ଧି ଯୋଗୁଁ ରାଜ୍ୟର ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓଡ଼ିଶାର ମୁଦ୍ରାସ୍ପୀତି ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମୁଦ୍ରାସ୍ପୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଓଡିଶାର ମୁଦ୍ରାସ୍ପୀତି ୬.୭୮ ପ୍ରତିଶତ ରହିଥିବା ବେଳେ, ଏହା ଦେଶର ସମସ୍ତ ରାଜ୍ୟମାନଙ୍କ ତୁଳନାରେ ତୃତୀୟ ସ୍ଥାନରେ ରହିଛି । ଦେଶର ରାଜ୍ୟମାନଙ୍କ ଭିତରେ ମୁଦ୍ରାସ୍ପୀତି ବୃଦ୍ଧି ତାଲିକାରେ ପ୍ରଥମ ୮ଟି ରାଜ୍ୟ ମଧ୍ୟରେ ୭ଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କ ହାତ ଛାଡୁଛନ୍ତି ନେତା, BJDକୁ ବଳ ଦେବ କି ସାଙ୍ଗଠନିକ ନିର୍ବାଚନ ?

ଏହା ମଧ୍ୟ ପଢ଼ନ୍ତୁ...୭ BJD ରାଜ୍ୟସଭା ସାଂସଦଙ୍କ ଦମ୍ଭୋକ୍ତି 'ଆମେ ନବୀନଙ୍କ ସହ ଅଛୁ, ଛାଡିବୁନି ଦଳ’

"ଦରଦାମ ନିୟନ୍ତ୍ରଣରେ ଅଛି":

ଦରଦାମ ବୃଦ୍ଧିକୁ ବିରୋଧ କରି ଜାନୁଆରୀ ମାସରେ ବିଜେଡିର ଆନ୍ଦୋଳନ ଡ଼ାକରା ଉପରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗାଣ ମନ୍ତ୍ରୀ କହିଛନ୍ତି, "ବିରୋଧୀ ଦଳଙ୍କ କାମ ଆନ୍ଦୋଳନ କରିବା । ଗଣତାନ୍ତ୍ରିକ ରାଷ୍ଟ୍ରରେ ଯିଏ ଚାହିଁବେ ଆନ୍ଦୋଳନ କରିପାରିବେ । ଦରଦାମ ନିୟନ୍ତ୍ରଣରେ ଅଛି ।" ବିଜେଡିର ଆନ୍ଦୋଳନ ନେଇ ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ଉପା ସରକାର ସମୟରେ ଦରବୃଦ୍ଧି, ବେକାରୀ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିଜେଡି ରାଜରାସ୍ତାକୁ ଓହ୍ଲାଉଥିଲା । ମୋଦୀ ସରକାର ହେବା ପରେ କେନ୍ଦ୍ର ସରକାର ବିରୋଧୀ ସ୍ୱର କ୍ଷୀଣ ହୋଇଯାଇଥିଲା । ବିଜେଡି-ବିଜେପି ସମ୍ପର୍କ ବାବଦରେ ଲୋକେ ଜାଣିଛନ୍ତି । ସତ୍ତା ପରିବର୍ତ୍ତନ ପରେ ରାଜ୍ୟରେ ଏବେ ବିଜେଡି ବିରୋଧୀ ଦଳରେ ରହିଛି । ଗତ ୬ ମାସ ମଧ୍ୟରେ ଶାସକ ଦଳ ବିରୋଧରେ ବିଜେଡି ସ୍ୱର ଶାଣିତ କରିନାହିଁ । ଅନାସ୍ଥ ପ୍ରସଙ୍ଗରେ ବିଜେଡି ଏନଡିଏକୁ ସମର୍ଥନ କରିଛି । ଓଡିଶାରେ ମୁଖ୍ୟ ବିରୋଧୀ ଭାବେ ବିଜେଡ଼ିର ସ୍ବର ଶାଣିତ ହୋଇନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.