ଚଳିତ ବର୍ଷ ଦେଶରେ ଅନେକ ବ୍ଲକବଷ୍ଟର ଫିଲ୍ମ ରିଲିଜ୍ ହୋଇଛି । କିଛି ଫିଲ୍ମର ଆକ୍ସନ, ଷ୍ଟୋରୀ ଅପେକ୍ଷା ତା'ଠୁ ଅଧିକ ଚର୍ଚ୍ଚାରେ ରହିଥିଲା ଗୀତ । ଯେଉଁ ଗୀତଗୁଡିକୁ ୟୁଟ୍ୟୁବରେ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା । ବାହାଘର ହେଉକି ଅନ୍ୟ କୌଣସି ଇଭେଣ୍ଟ, ଏବେ ବି ଏହି ଗୀତଗୁଡିକର ତାଳେ ତାଳେ ଝୁମୁଛନ୍ତି ଯୁବପିଢି । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ରିଲ୍ସ ଆସୁଛି । ୟୁଟ୍ୟୁବରେ 100 ମିଲିୟନରୁ ଅଧିକ ଭ୍ୟୁ ମିଳିଛି । ଆସନ୍ତୁ ଏହି ଖବରରେ ଜାଣିବା 2024ର ଏପରି 10ଟି ସୁପରହିଟ୍ ଗୀତ, ଯାହା ବର୍ଷା ସାରା ଟ୍ରେଣ୍ଡରେ ରହିଛି । ଏହି ଗୀତଗୁଡିକୁ ଶୁଣିବା ମାତ୍ରେ ଆପେ ଆପେ ପାଦ ଉଠିଯାଉଛି ନାଚିବାକୁ ।
ବର୍ଷ 2024 ଶେଷ ହେବାକୁ ଆଉ ଦିନ କେଇଟା ବାକି । ଜାଣନ୍ତୁ ଏ ବର୍ଷର କିଛି ଲୋକପ୍ରିୟ ଭାରତୀୟ ଗୀତ ବିଷୟରେ...
କୁର୍ଚି ମାଥ୍ଦାପେଟ୍ଟୀ
ମହେଶ ବାବୁଙ୍କ ଅଭିନୀତ ଫିଲ୍ମ 'ଗୁଣ୍ଟୁର କରମ'ର ଗୀତ 'କୁର୍ଚି ମାଥ୍ଦାପେଟ୍ଟୀ' ଟ୍ରେଣ୍ଡରେ ରହିଥିଲା । ତେଲୁଗୁ ଫିଲ୍ମ ଗୀତ ହେବା ସତ୍ତ୍ବେ ପୂର୍ବରୁ ପଶ୍ଚିମ ସାରା ଦେଶରେ ଲୋକମାନେ ଏହି ଗୀତକୁ ଖୁବ୍ ପସନ୍ଦ କରିଥିଲେ । ଏବେ ବି ଏହି ଗୀତରେ ରିଲ୍ସ କରୁଛନ୍ତି ଲକ୍ଷ ଲକ୍ଷ ଯୁବପିଢି । କୁର୍ସୀ ମାଥାପେଟ୍ଟୀ ଗୀତରେ ମହେଶ ବାବୁଙ୍କ ସହ ଅଭିନେତ୍ରୀ ଶ୍ରୀଲୀଲା ଡ୍ୟାନ୍ସ କରିଛନ୍ତି । ୟୁଟ୍ୟୁବରେ ଏହି ଗୀତର 512 ମିଲିୟନ ଭ୍ୟୁ ରହିଛି ।
ଗୁଲାବୀ ଶାଢୀ
ଏ ବର୍ଷ ସୋସିଆଲ ମିଡିଆରେ ଗୋଟିଏ ଗୀତ ବେଶ୍ ପପୁଲାର ହୋଇଥିଲା, ସେଇଟା ହେଲା- 'ଗୁଲାବୀ ଶାଢୀ' । ଏହା ଏକ ମରାଠୀ ଗୀତ । ଏବେ ବି ଏହି ଗୀତ ମହାରାଷ୍ଟ୍ର ଓ ଦେଶର ଅନ୍ୟ ଭାଗରେ ସମସ୍ତଙ୍କ ମୁହଁରେ ଗୁଣୁ ଗୁଣୁ ହେଉଛି । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ରିଲ୍ସ ଭାଇରାଲ ହେଉଛି । ବର୍ତ୍ତମାନ ୟୁଟ୍ୟୁବରେ ଏହି ଗୀତକୁ 331 ମିଲିୟନ ଲୋକ ଦେଖିସାରିଛିନ୍ତି ।
ଚିରିଙ୍ଗ ଚିରିଙ୍ଗ
ଚଳିତ ବର୍ଷ ଅକ୍ଟୋବରରେ ମୁକ୍ତିଲାଭ କରିଥିଲା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ 'କର୍ମ' । ଏହି ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରିର ବ୍ଲକବଷ୍ଟର ହୋଇଥିବାବେଳେ ଏହାର ଗୀତ 'ଚିରିଙ୍ଗ ଚିରିଙ୍ଗ' ମଧ୍ୟ ବଡ ହିଟ୍ ହୋଇଥିଲା । ବାହାଘର ହେଉ କି, ଭୋଜିଭାତ ସବୁଠି ବାଜୁଛି ଚିରିଙ୍ଗ ଚିରିଙ୍ଗ । ଗୀତ ବାଜିବା ମାତ୍ରେ ଲୋକଙ୍କ ଗୋଡ ଆପେ ଆପେ ନାଚିଯାଉଛି । ମାତ୍ର ଦୁଇ ମାସରେ ୟୁଟ୍ୟୁବରେ ଏହି ଗୀତର ଭ୍ୟୁ 11 ମିଲିୟନରୁ ଅଧିକ ରହିଛି ।
ଇଲୁମିନାତି
'ଇଲୁମିନାତି'... ଏହି ମାଲୟାଲମ ଗୀତ ସାରା ଦେଶରେ ସୁପରହିଟ୍ ହୋଇଛି । ଗୀତଟି ଅବେସନ ଫିଲ୍ମର ଏବଂ ଏ ବର୍ଷ ମାଲୟାଲମର ସବୁଠୁ ଲୋକପ୍ରିୟ ଗୀତ ହୋଇପାରିଛି । ଇଲୁମିନାତି ଗୀତକୁ ୟୁଟ୍ୟୁବରେ 240 ମିଲିୟନ ଭ୍ୟୁ ମିଳିସାରିଛି । ଯୁବପିଢି ଏଥିରେ ରିଲ୍ସ ବନାଇବାକୁ ପସନ୍ଦ କରୁଛନ୍ତି ।
ନଥିଜେ ମାଜାମା
ଯଦିଓ ଏହି ଗୀତ ଗତବର୍ଷ ରିଲିଜ ହୋଇଥିଲା ହେଲେ 2024ରେ ଏହି ଗୁଜୁରାତି ଗୀତ 'ନଥିଜେ ମାଜାମା' ଖୁବ୍ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛି । ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଖୋଲିବା ମାତ୍ରେ ଏହି ଗୀତର ହଜାର ହଜାର ରିଲ୍ସ ଦେଖିବାକୁ ମିଳେ । ଆଦିତ୍ୟ ଗଢବୀ ଓ ଅଞ୍ଚିତ ଏହି ଗୀତକୁ ଗାଇଥିଲେ ଏବଂ ୟୁବ୍ୟୁବରେ ଏ ପର୍ଯ୍ୟନ୍ତ ଏହାର ଭ୍ୟୁ 151 ମିଲିୟନରୁ ଅଧିକ ରହିଛି ।
ଆସା କୁଡ୍ଡା
ଏହା ଏକ ତାମିଲ ଗୀତ । କିନ୍ତୁ ସମଗ୍ର ଦେଶରେ ଖୁବ୍ ଲୋକପ୍ରିୟ ହୋଇପାରିଛି । ଇନଷ୍ଟାଗ୍ରାମରେ ରିଲ୍ସ ଓ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ସାଉଣ୍ଟୁଛି । ଏବେ ବି ଲୋକମାନେ ଏହି ଗୀତରେ ରିଲ୍ସ ବନାଉଛନ୍ତି । ୟୁଟ୍ୟୁବରେ ଏହି ଗୀତକୁ 182 ମିଲିୟନ ଭ୍ୟୁ ମିଳିସାରିଛି ।
ଆଜି କି ରାତ୍ ମଜା
2024ରେ ରିଲିଜ ହୋଇଥିଲା ଫିଲ୍ମ ସ୍ତ୍ରୀ । ଏହି ଫିଲ୍ମର ଗୀତ ଆଜି କି ରାତ୍ ଚଳିତ ବର୍ଷ ସବୁ ପାର୍ଟି ଓ ଇଭେଣ୍ଟରେ ଶୁଣାଯାଇଥିଲା । ଏଥିରେ ଅଭିନେତ୍ରୀ ତମନ୍ନା ଭାଟିଆ ଓ ଅଭିନେତା ରାଜକୁମାର ରାଓ ଅଭିନୟ କରିଥିଲେ । ୟୁଟ୍ୟୁବରେ ଆଜି କି ରାତ୍ ଗୀତର ଭ୍ୟୁ 696 ମିଲିୟନ ରହିଛି ।
ଲାଲ ଟହଟହ
ଏ ବର୍ଷ ରିଲିଜ ହୋଇଥିବା ଓଡିଆ ଗୀତ ଭିତରେ 'ଲାଲ୍ ଟହଟହ' ବେଶ୍ ଲୋକପ୍ରିୟ ହୋଇଥିଲା । କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ମଣ୍ଟୁ ଛୁରିଆ ଏହାକୁ ଗାଇଥିଲେ । ବାବୁସାନ ଓ ଏଲିନାଙ୍କ ଅଭିନୀତ ଏହି ଗୀତ ୟୁଟ୍ୟୁବରେ 18 ମିଲିୟନ ଭ୍ୟୁ ହାସଲ କରିଛି ।
ଯୁଦ୍ଧ
ଏ ବର୍ଷ ଏକ ଆସାମୀ ଗୀତ 'ଯୁଦ୍ଧ' ବେଶ୍ ଲୋକପ୍ରିୟ ହୋଇଥିଲା । ଏହି ଗୀତଟିକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି । ୟୁଟ୍ୟୁବରେ ବର୍ତ୍ତମାନ ସୁଦ୍ଧା 29 ମିଲିୟନ ଭ୍ୟୁ ମିଳିସାରିଛି ।
ଲାଗେ ଉରା ଧୁରା
2024ରେ ବଙ୍ଗଳାର ତୁଫାନ ଫିଲ୍ମ ଗୀତ 'ଲାଗେ ଉରା ଧୁରା' ଖୁବ୍ ପପୁଲାର ରହିଛି । ଏହି ଗୀତର ଅନେକ ରିଲ୍ସ ଭାଇରାଲ ହେଉଥିବା ବେଳେ ୟୁଟ୍ୟୁବରେ ଏବେ ସୁଦ୍ଧା 233 ମିଲିୟନରୁ ଅଧିକ ଥର ଦେଖାଯାଇଛି ।
ଏହା ମଧ୍ୟ ପଢନ୍ତୁ: ବର୍ଷସାରା ଟ୍ରେଣ୍ଡିଂରେ ଥିଲା ଏହି ନାମ, ଫିଲ୍ମଷ୍ଟାରଠୁ ନେଇ କ୍ରିକେଟର କରିଥିଲେ ନାମକରଣ - TRENDING BABY NAMES
ଏହା ମଧ୍ୟ ପଢନ୍ତୁ: ମୁହଁରେ ଲଗାନ୍ତୁ ଚାଉଳ ଧୁଆ ପାଣି, ଫାଇଦା ଦେଖିଲେ ହେବେ ଆଶ୍ଚର୍ଯ୍ୟ - RICE WATER FOR SKIN