ETV Bharat / technology

Google Searchରେ ଆସୁଛି AI Mode ! Open AIକୁ ଦେବ କଡା ଟକ୍କର - GOOGLE AI MODE

ସର୍ଚ୍ଚ ଇଞ୍ଜିନ ଗୁଗଲ୍‌ରେ ଆସିପାରେ ଏଆଇ ମୋଡ୍‌ । ଗୁଗଲ୍‌ ଏ ନେଇ ଯୋଜନା କରୁଥିବା ବେଳେ କିପରି ଏହା ଲାଭଦାୟକ ଆସନ୍ତୁ ଜାଣିବା...

GOOGLE SEARCH TO GET AI MODE
GOOGLE SEARCH TO GET AI MODE (Photo- Google)
author img

By ETV Bharat Tech Team

Published : 14 hours ago

ହାଇଦ୍ରାବାଦ: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଭାବରେ ଗୁଗଲ୍‌ ସର୍ଚ୍ଚକୁ ବିବେଚନା କରାଯାଏ । କାରଣ ଏହି ସର୍ଚ୍ଚ ଇଞ୍ଜିନ ବିଶ୍ବର ଅଧିକାଂଶ ଉପଭୋକ୍ତାଙ୍କ ଦ୍ବାରା ବ୍ୟବହୃତ ହୁଏ । ଏହାର ୟୁଜରଙ୍କୁ ଆକର୍ଷିତ କରିବା ପାଇଁ ଗୁଗଲ ଏହାର ସର୍ଚ୍ଚ ଇଞ୍ଜିନରେ ଅନେକ ଆଧୁନିକ ପରିବର୍ତ୍ତନ ମଧ୍ୟ ଜାରି ରଖିଛି, ଯାହା ଦ୍ବାରା ଉପଭୋକ୍ତା ଅଭିଜ୍ଞତା କ୍ରମାଗତ ଭାବେ ଉନ୍ନତି ହେବ । ଗତ କିଛି ବର୍ଷ ମଧ୍ୟରେ ଟେକ୍ ଜଗତରେ AI ବହୁତ ବିସ୍ତାର କରିଛି ଏବଂ ଗୁଗଲ୍‌ ଏହାର ଅନେକ ସେବାରେ AI ଫିଚର ମଧ୍ୟ ଅନ୍ତର୍ଭୁକ୍ତ କରିଛି ଏବଂ ବର୍ତ୍ତମାନ କମ୍ପାନୀ ଗୁଗଲ୍ ସର୍ଚ୍ଚରେ AI ମୋଡ୍ ଆଣିବାକୁ ଯୋଜନା କରୁଛି ।

ଗୁଗୁଲ୍ ସର୍ଚ୍ଚର AI ମୋଡ୍

ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ ଗୁଗଲ୍‌ ଏହାର ସର୍ଚ୍ଚ ଇଞ୍ଜିନ ୟୁଜରଙ୍କୁ ଅର୍ଥାତ୍ ଗୁଗୁଲ୍ ସର୍ଚ୍ଚରେ AI ମୋଡ୍‌ର ଏକ ନୂତନ ଅପସନ ଦେଇପାରେ । ଗୁଗଲ୍ ସର୍ଚ୍ଚ ପେଜ୍‌ର ଏହି ନୂତନ AI ମୋଡ୍‌କୁ ସବୁଠୁ ଉପରେ ରଖାଯାଇପାରେ, ଯାହାକୁ ୟୁଜର କ୍ଲିକ କରି ଯେକୌଣସି ପ୍ରସଙ୍ଗର AI- ଆଧାରିତ ରେଜଲ୍ଟ ପାଇପାରିବେ । ଗୁଗଲ୍ ସର୍ଚ୍ଚର ଏହି ଫିଚର ଏବଂ ଏହାର ଲୁକ୍‌ Geminiରେ ଥିବା ଚାଟ୍ ୱିଣ୍ଡୋ ସହିତ ସମାନ ହୋଇପାରେ । ଏହା ବ୍ୟତୀତ ଗୁଗଲ୍ ସର୍ଚ୍ଚରେ ୟୁଜରମାନେ AI ମୋଡ୍ ବ୍ୟବହାର କରି ଯେଉଁ ପ୍ରସଙ୍ଗ ଉପରେ ରେଜଲ୍ଟ ଖୋଜିବେ, ସେହି ରେଜଲ୍ଟ ପେଜରେ ତାହାର ଉତ୍ସଗୁଡିକର ଲିଙ୍କ୍ ମଧ୍ୟ ଦୃଶ୍ୟମାନ ହେବ ଯାହା ବ୍ୟବହାର କରି Gemini ଫଳାଫଳ ଦେଖାଏ ।

ଏହା ବି ପଢନ୍ତୁ
  1. ଗୁଗଲ୍‌ ଆଣିଲା ନୂଆ AI ମଡେଲ 'GenCast'; କରିବ 15ଦିନ ପାଣିପାଗର ପୂର୍ବାନୁମାନ
  2. ଗୁଗଲ୍‌ ଆଣିଲା ଅନଲାଇନ ଚେସ୍‌ ପ୍ଲାଟଫର୍ମ GenChess, ବାଛିପାରିବେ ପସନ୍ଦର ଥିମ୍‌ ଗୋଟି

ଗୁଗଲ୍ ସର୍ଚ୍ଚର AI ମୋଡ୍ ଭଳି ଫିଚରରୁ AI-ଜେନେରେଟଡ୍‌ ରେଜଲ୍ଟ ତଳେ ଏକ ସର୍ଚ୍ଚ ବକ୍ସ ମଧ୍ୟ ଦେଖାଯିବ । ସେହି ସର୍ଚ୍ଚ ବକ୍ସ ମାଧ୍ୟମରେ ୟୁଜରମାନେ ଖୋଜୁଥିବା ଟପିକ୍‌ ସହ ଜଡ଼ିତ ଫଲୋଅପ୍‌ ପ୍ରଶ୍ନକୁ ବି ସର୍ଚ୍ଚ କରିପାରିବେ । ଗୁଗଲ୍ ଏହି ନୂତନ AI ସେବା ମାଧ୍ୟମରେ AI ଶିଳ୍ପରେ ନିଜର ପ୍ରାଧାନ୍ୟତା ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି ଏବଂ ଏଥିପାଇଁ ଏହାର ସର୍ବବୃହତ AI ପ୍ରତିଯୋଗୀ Open AI ସହିତ ମୁକାବିଲା କରିବାକୁ ପଡ଼ିବ ।

AI ଇଣ୍ଡଷ୍ଟ୍ରିରେ ଶୀର୍ଷରେ ରହିବାକୁ ରେସ୍‌

ଏଆଇ ଇଣ୍ଡଷ୍ଟ୍ରିରେ ସବୁଠୁ ଚର୍ଚ୍ଚିତ କମ୍ପାନୀ ହେଉଛି Open AI, ଯିଏକି ନିଜର ଲାର୍ଜ ଲାଙ୍ଗୁଏଜ ଅର୍ଥାତ ChatGPT ଲଞ୍ଚ କରି ୟୁଜରଙ୍କୁ ଯେକୌଣସି ବିଷୟରେ ସର୍ଚ୍ଚ କରିବାକୁ ଏକ ନୂଆ AI ଅପସନ ପ୍ରଦାନ କରିଛି । ନିକଟରେ ଏବେ Open AI ଗୁଗଲ୍‌ ସର୍ଚ୍ଚ ଇଞ୍ଜିନକୁ ଟକ୍କର ଦେବା ଲାଗି ନିଜର ସର୍ଚ୍ଚ ଇଞ୍ଜିନ Search GPT ଲଞ୍ଚ କରିଛି । ଏଥିଲାଗି ଓପନ ଏଆଇକୁ ଟକ୍କର ଦେବା ଲାଗି ଗୁଗଲ୍‌ ମଧ୍ୟ ଉଦ୍ୟମ ଆରମ୍ଭ କରିଛି । ଯାହାଦ୍ବାରା AI ଇଣ୍ଡଷ୍ଟ୍ରିରେ ଗୁଗଲ୍‌ ନିଜ ସ୍ଥାନକୁ ପକ୍କା କରିପାରିବ । ତେବେ ଏହା ଦେଖିବାକୁ ବାକି ରହିଲା ଯେ ଗୁଗଲ୍‌ ସର୍ଚ୍ଚରେ ଆସିବାକୁ ଥିବା ନୂଆ AI ମୋଡ ଓ Gemini ମଧ୍ୟରେ କେତେ ଓ କିଭଳି ଅନ୍ତର ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.