ETV Bharat / technology

ଅପଡେଟେଡ୍‌ Honda SP 125 ଭାରତରେ ଲଞ୍ଚ୍‌; ଜାଣନ୍ତୁ ଦାମ ଓ ଫିଚର - 2025 HONDA SP 125 LAUNCH

ହୋଣ୍ଡା ମୋଟରସାଇକେଲ ଭାରତରେ Honda SP 125କୁ ଅପଡେଟ କରିଛି । ଏହି ଅପଡେଟେଡ ଭର୍ସନର ଦାମ କେତେ ଓ ଫିଚର କଣ ରହିଛି ଜାଣନ୍ତୁ...

2025 Honda SP 125
2025 Honda SP 125 (Photo - Honda Motorcycle)
author img

By ETV Bharat Tech Team

Published : 13 hours ago

ହାଇଦ୍ରାବାଦ: ହୋଣ୍ଡା ଆକ୍ଟିଭା ପରେ ବର୍ତ୍ତମାନ ହୋଣ୍ଡା ମୋଟରସାଇକେଲ୍ ଏହାର କମ୍ୟୁଟର ବାଇକ୍ ହୋଣ୍ଡା ଏସପି 125 (Honda SP 125)କୁ ମଧ୍ୟ ଅପଡେଟ୍ କରିଛି । ଆକ୍ଟିଭା ପରି ବାଇକକୁ OBD2B ନିର୍ଗମନ ନିୟମ ମାନିବା ପାଇଁ ଅପଡେଟ କରାଯାଇଛି ଏବଂ ମୋଟର ସାଇକେଲରେ ଅନ୍ୟାନ୍ୟ ସୂକ୍ଷ୍ମ ଅପଡେଟ ମଧ୍ୟ କରାଯାଇଛି । ନୂଆ ଅପଡେଟେଡ ବାଇକରେ କମ୍ପାନୀ କଣ ନୂଆ ଫିଚର ଆଣିଛି ଓ ଏହାର ଦାମ କେତେ ନିମ୍ନରେ ଜାଣିବା ।

କେଉଁ ଭାରିଏଣ୍ଟର କେତେ ଦାମ ?

କମ୍ପାନୀ 2025 ହୋଣ୍ଡା ଏସପି 125 ବାଇକକୁ ଅପଡେଟ କରିବା ପରେ ଏହାର ମୂଲ୍ୟ ସଂଶୋଧନ କରିଛି । ଏହାର ଡ୍ରମ୍ ବ୍ରେକ୍ ଭାରିଏଣ୍ଟର ମୂଲ୍ୟ 91,771 ଟଙ୍କା ଏବଂ ଡିସ୍କ ବ୍ରେକ୍ ଏଡିସନର ମୂଲ୍ୟ 1,00,284 ଟଙ୍କା (ଏକ୍ସ-ଶୋ'ରୁମ୍) ରଖାଯାଇଛି । ଡ୍ରମ୍ ବ୍ରେକ୍ ଭାରିଏଣ୍ଟ ପ୍ରାୟ 4,000 ଟଙ୍କା ମହଙ୍ଗା ହୋଇଥିବା ବେଳେ ଡିସ୍କ ବ୍ରେକ୍ ଭାରିଏଣ୍ଟ 8,816 ଟଙ୍କା ବଢିଛି ।

କଣ ହୋଇଛି ପରିବର୍ତ୍ତନ ?

ହୋଣ୍ଡା ମୋଟରସାଇକେଲ ଏହି ବାଇକର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଛି, ଯେଉଁଥିରେ ଆଗ ଏବଂ ପଛ ଭାଗ ପୂର୍ବାପେକ୍ଷା ଅଧିକ ସାର୍ପ ହୋଇଛି ଏବଂ ଏହାକୁ ଫୁଲ୍‌-ଏଲଇଡି ଲାଇଟ୍‌ ଯୋଗାଇ ଦିଆଯାଇଛି । ଏହା ସହିତ ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ହୋଣ୍ଡା ରୋଡ୍ ସିନ୍ ଆପ୍ ସୁସଙ୍ଗତତା ସହିତ 4.2-ଇଞ୍ଚ୍ TFT ସ୍କ୍ରିନ୍ ରହିଛି, ଯାହାକି ଟେକ୍ନୋଲୋଜି ଦୃଷ୍ଟିରୁ ଏହାକୁ ଆହୁରି ଉନ୍ନତ କରିଛି ।

ମୋଟରସାଇକେଲ ଆରୋହୀ ବର୍ତ୍ତମାନ ଏହି ସ୍କ୍ରିନରେ ଟର୍ଣ୍ଣ-ଟୁ-ନେଭିଗେସନର ଲାଭ ଉଠାଇ ପାରିବେ । ଏହା ବ୍ୟତୀତ USB ଟାଇପ୍-ସି ଚାର୍ଜିଂ ପୋର୍ଟ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ନୂଆ OBD2B ନିର୍ଗମନ ନିୟମ ଅନୁଯାୟୀ ଏହାର ଇଞ୍ଜିନରେ ହୋଇଥିବା ପରିବର୍ତ୍ତନ ସତ୍ତ୍ବେ ଏହା ଏକ 124cc, ଏୟାର-କୁଲ୍ଡ ଇଞ୍ଜିନ ବ୍ୟବହାର କରିଛି, ଯାହାକି 10.7bhp ଶକ୍ତି ଏବଂ 10.9Nm ଟର୍କ ପ୍ରଦାନ କରିଥାଏ ।

ଏହା ବି ପଢନ୍ତୁ
  1. TFT ଡିସପ୍ଲେ ସହ ଲଞ୍ଚ ହେଲା ଅପଡେଟଡ Honda Activa 125, ଜାଣନ୍ତୁ ଦାମ
  2. ଭାରତରେ ଲଞ୍ଚ୍‌ ହେଲା 2025 Triumph Speed Twin 900, ଦାମ କେତେ ଜାଣନ୍ତୁ

ଏହି ଇଞ୍ଜିନ ବିଷୟରେ କହିବାକୁ ଗଲେ ଏଥିରେ ଏକ 5-ସ୍ପିଡ୍ ଗିଅରବକ୍ସ ଯୋଡି ହୋଇଛି । ମୋଟର ସାଇକେଲର ହାର୍ଡୱେର୍ ପ୍ୟାକେଜରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ବାଇକ୍ 17 ଇଞ୍ଚ୍ ହ୍ବିଲ ବ୍ୟବହାର କରିଛି । ମୋଟର ସାଇକେଲର ଓଜନ 116 କିଲୋଗ୍ରାମ ଏବଂ ଇନ୍ଧନ ଟ୍ୟାଙ୍କର କ୍ଷମତା 11.2 ଲିଟର ରହିଛି । 2025 ହୋଣ୍ଡା ଏସପି 125 5ଟି ନୂଆ କଲର ଅପସନ ସହିତ ଆସିଛି - ପର୍ଲ ଇଗ୍ନିସ୍ ବ୍ଲାକ୍, ମ୍ୟାଟ୍ ଆକ୍ସିସ ଗ୍ରେ ମେଟାଲିକ୍, ପର୍ଲ ସାଇରନ୍ ବ୍ଲୁ, ଇମ୍ପେରିଆଲ୍ ରେଡ୍ ମେଟାଲିକ୍ ଏବଂ ମ୍ୟାଟ୍ ମାର୍ଭେଲ ବ୍ଲୁ ମେଟାଲିକ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.