ଓଡିଶା

odisha

ETV Bharat / politics

ପୁଅ ପରେ ମା’: BJPରେ ମିଶିଲେ ଦେଶର ସବୁଠୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ - Savitri Jindal join BJP - SAVITRI JINDAL JOIN BJP

Savitri Jindal Joins BJP: ନବୀନ ଜିନ୍ଦଲଙ୍କ ପରେ ପଦ୍ମ ଧରିଲେ ମା’ ତଥା ବିଶିଷ୍ଟ ମହିଳା ଉଦ୍ୟୋଗୀ ସାବିତ୍ରୀ ଜିନ୍ଦଲ । ପୂର୍ବରୁ କଂଗ୍ରେସ ଟିକେଟରେ 2ଥର ବିଧାୟିକା ଭାବେ ହୋଇଥିଲେ ନିର୍ବାଚିତ । ନିଷ୍ପତ୍ତି ସମ୍ପର୍କରେ ମୋଦିଙ୍କ ନେତୃତ୍ବକୁ ଦର୍ଶାଇଲେ କାରଣ । ଅଧିକ ପଢନ୍ତୁ

ପୁଅ ପରେ ମା’: BJP ରେ ମିଶିଲେ ସାବିତ୍ରୀ ଜିନ୍ଦଲ
ପୁଅ ପରେ ମା’: BJP ରେ ମିଶିଲେ ସାବିତ୍ରୀ ଜିନ୍ଦଲ

By ETV Bharat Odisha Team

Published : Mar 28, 2024, 9:43 PM IST

ଚଣ୍ଡିଗଡ: ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳରେ ମିଶ୍ରଣପର୍ବ ଜାରି ରହିଛି । ହେଲେ ଏହିକ୍ରମରେ ଭାରତୀୟ ଜନତା ପାର୍ଟି ଅନ୍ୟ ସମସ୍ତ ରାଜନୈତିକ ଦଳଠାରୁ ବେଶ ଆଗରେ ଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ନିକଟରେ ବିଶିଷ୍ଟ ଶିଳ୍ପପତି ତଥା ପୂର୍ବତନ କଂଗ୍ରେସ ସାଂସଦ ନବୀନ ଜିନ୍ଦଲ ଭାଜପାରେ ସାମିଲ ହୋଇଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ଦଳ ତାଙ୍କୁ କୁରୁକ୍ଷେତ୍ର ଆସନରୁ ସାଂସଦ ପ୍ରାର୍ଥୀ କରିଥିଲା । ଆଜି ସେହିକ୍ରମରେ ମା’ ତଥା ଦେଶର ଅନ୍ୟତମ ବିତ୍ତଶାଳୀ ମହିଳା ଉଦ୍ୟୋଗପତି ସାବିତ୍ରୀ ଜିନ୍ଦଲ ମଧ୍ୟ ସମାନ ନିଷ୍ପତ୍ତି ଗ୍ରହଣ କରିଛି । କଂଗ୍ରେସରୁ 2 ଥର ବିଧାୟିକା ଓ ହରିୟାଣା ସରକାରରେ ମନ୍ତ୍ରୀ ହୋଇଥିବା ସାବିତ୍ରୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଚଣ୍ଡିଗଡରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନ୍ୟାୟବ ସିଂ ସୈନି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ତଥା ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ ପାଇଁ ସେ ଏହି ନିଷ୍ପତ୍ତି ଗ୍ରହଣ କରିଥିବା ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ସାବିତ୍ରୀ ।

ଟ୍ବିଟ୍‌ କରି ସାବିତ୍ରୀ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ଗୃହମନ୍ତ୍ରୀ ଅମିତ ଶାହାଜୀ, ଦଳ ମୁଖ୍ୟ ନଡ୍ଡାଜୀଙ୍କ ନେତୃତ୍ୱରେ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲଜୀ ଏବଂ ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଜୀଙ୍କ ଦ୍ବାରା ମତେ ଭାରତୀୟ ଜନତା ପାର୍ଟି ଏବଂ ମୋଦି ପରିବାରର ସଦସ୍ୟା ଭାବେ ଗ୍ରହଣ କରାଗଲା । ଦଳର ପ୍ରତି ମୁଁ ବହୁତ କୃତଜ୍ଞ । ଦଳର ସମସ୍ତ ପଦାଧିକାରୀ ତଥା ହରିୟାଣା ଓ ହିସାରର ସମସ୍ତ କର୍ମକର୍ତ୍ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି । ମିଳିତ ଭାବେ ଆମେ ମୋଦିଜୀଙ୍କର “ବିକଶିତ ଭାରତ” ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତିବଦ୍ଧ ।’’

ଏହା ମଧ୍ୟ ପଢନ୍ତୁ :- ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାରେ ଆଉ ପାଦେ, ପ୍ରଥମ ଉଡାଣ ଭରିଲା ସ୍ବଦେଶୀ ଲଢୁଆ ବିମାନ ‘ତେଜସ MK-1A’ - Tejas MK 1A

ମାର୍ଚ୍ଚ 24 ତାରିଖରେ ପୁଅ ତଥା ପୂର୍ବତନ ସାଂସଦ ନବୀନ ଜିନ୍ଦଲ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ସେହିଦିନ ସଂଧ୍ୟାରେ ତାଙ୍କୁ ହରିୟାଣାର କୁରୁକ୍ଷେତ୍ର ଆସନରୁ ବିଜେପି ପ୍ରାର୍ଥୀ ମଧ୍ୟ କରିଥିଲା । ଏବେ ମା’ 84 ବର୍ଷୀୟା ସାବିତ୍ରୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସାବିତ୍ରୀ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ଓ.ପି ଜିନ୍ଦଲଙ୍କ ଧର୍ମପତ୍ନୀ । ସେ ଦେଶରେ ଅନ୍ୟତମ ବିତ୍ତଶାଳୀ ମହିଳା ଉଦ୍ୟୋଗୀ ମଧ୍ୟ । ତାଙ୍କ ନାମରେ ଏବେ ପ୍ରାୟ 29.6 ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ରହିଛି । ଜିନ୍ଦଲ ପରିବାର ଶିଳ୍ପ ଓ ବ୍ୟବସାୟ ବ୍ୟତୀତ ରାଜନୀତିରେ ମଧ୍ୟ ସକ୍ରିୟ । ପୂର୍ବରୁ ସାବିତ୍ରୀ 2ଥର ହରିୟାଣାର ହିସାରରୁ ବିଧାୟିକା ଭାବେ କଂଗ୍ରେସ ଟିକେଟରେ ମଧ୍ୟ ନିର୍ବାଚିତ ହୋଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details