ଓଡିଶା

odisha

ମାର୍ଚ୍ଚ 15 ଭିତରେ କଂଗ୍ରେସର ପ୍ରାର୍ଥୀ ଘୋଷଣା, 9ରେ ଦିଲ୍ଲୀ ଯିବେ ପିସିସି ସଭାପତି

By ETV Bharat Odisha Team

Published : Mar 5, 2024, 10:01 PM IST

Congress to release first list of candidates: ରାଜ୍ୟ କଂଗ୍ରେସରେ ଆରମ୍ଭ ହୋଇଛି ପ୍ରାର୍ଥୀ ତାଲିକାର ଚୂଡାନ୍ତ ଅଙ୍କ କଷା । ମାର୍ଚ୍ଚ 15ତାରିଖ ମଧ୍ୟରେ କଂଗ୍ରେସର ଟିକେଟ ଘୋଷଣା ନେଇ ପିସିସି ସଭାପତିଙ୍କ ସୂଚନା । ଅଧିକ ପଢନ୍ତୁ

ମାର୍ଚ୍ଚ 15 ଭିତରେ କଂଗ୍ରେସର ପ୍ରାର୍ଥୀ ଘୋଷଣା , 9 ରେ ଦିଲ୍ଲୀ ଯିବେ ପିସିସି ସଭାପତି
ମାର୍ଚ୍ଚ 15 ଭିତରେ କଂଗ୍ରେସର ପ୍ରାର୍ଥୀ ଘୋଷଣା , 9 ରେ ଦିଲ୍ଲୀ ଯିବେ ପିସିସି ସଭାପତି

ମାର୍ଚ୍ଚ 15 ଭିତରେ କଂଗ୍ରେସର ପ୍ରାର୍ଥୀ ଘୋଷଣା , 9 ରେ ଦିଲ୍ଲୀ ଯିବେ ପିସିସି ସଭାପତି

ଭୁବନେଶ୍ବର: ରାଜ୍ୟରେ ବଢୁଛି ରାଜନୈତିକ ତାତି । ସେଥିପାଇଁ ରାଜ୍ୟ କଂଗ୍ରେସରେ ଆରମ୍ଭ ହୋଇଛି ଅଙ୍କକଷା । ମାର୍ଚ୍ଚ 15 ତାରିଖ ମଧ୍ୟରେ କଂଗ୍ରେସର ଟିକେଟ ଘୋଷଣା । ଆଜି ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏ ସମ୍ପର୍କରେ ପିସିସି ସଭାପତି କହିଛନ୍ତି ଯେ ମାର୍ଚ୍ଚ 9 ତାରିଖରେ ଓଡିଶା ନିର୍ବାଚନ ପ୍ରାର୍ଥୀ ତାଲିକା ନେଇ ଚୂଡାନ୍ତ ନିଷ୍ପତ୍ତି ପାଇଁ ଦିଲ୍ଲୀରେ ବସିବ ସ୍କ୍ରିନିଂ କମିଟି ବୈଠକ । 9 ରେ ସ୍କ୍ରିନିଙ୍ଗ କମିଟି ବୈଠକ ରେ ମୁଁ ଯୋଗଦେବାକୁ ଦିଲ୍ଲୀ ଯିବି ,ସେଠାରେ ଆଲୋଚନା ହେଲା ପରେ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହେବ।ମାର୍ଚ୍ଚ 15 ସୁଦ୍ଧା ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବ । 9 ରେ ବୈଠକ ପରେ ସବୁ ସିଟ ଚୂଡାନ୍ତ ହୋଇଯିବ,ସେଣ୍ଟ୍ରାଲ ଇଲେକ୍ସନ କମିଟି ପ୍ରାର୍ଥୀ ତାଲିକା ଘୋଷଣା ହେବ ଓ ପିସିସି ର ପବ୍ଲିକ ଇଲେକ୍ସନ କମିଟି ବୈଠକ ଗତ ମାସ 19 ତାରିଖରେ ବସିଥିଲା । ପିଇସି ବୈଠକରେ ପ୍ରାର୍ଥୀ ତାଲିକା ବିଷୟରେ ଆଲୋଚନା ହୋଇଥିଲା । ପ୍ରଗମନ ଆପରେ ଯେଉଁମାନେ ଆବେଦନ କରିଥିଲେ, ସେମାନଙ୍କ ସମସ୍ତ ତଥ୍ୟ ବିଷୟରେ ଆଲୋଚନା ହୋଇଥିଲା । ବିସ୍ତୃତ ଆଲୋଚନା ପରେ ସ୍କ୍ରିନିଙ୍ଗ କମିଟିକୁ ପଠାଯାଇଛି ଲିଷ୍ଟ । ରାଜ୍ୟରୁ ପ୍ରାର୍ଥୀ ମାନଙ୍କର ସମସ୍ତ ବିବରଣୀ ସ୍କ୍ରିନିଙ୍ଗ କମିଟିକୁ ଯାଇଛି ।

ଏହା ମଧ୍ୟ ପଢନ୍ତୁ...ବିଜେଡି ଟିକେଟ ଦାବି ଜୋରଦାର; ନବୀନ ନିବାସରେ ମିହିର, ଅମରେଶ ଓ ବିରଞ୍ଚିି

ସୂଚନାଯୋଗ୍ୟ ଯେ 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ୟାଣ୍ଡିଡେଟ ଆବେଦନ ଓ ସିଲେକ୍ସନ ନେଇ ପ୍ରଥମକରି ପ୍ରଗମନ ଆପ ବ୍ୟବସ୍ଥା କରିଥିଲା । ପ୍ରଗମନ ରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବା କଂଗ୍ରେସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେଥିପାଇଁ ଏବେ ଆବେଦନ କାରୀ ଙ୍କ ପାଇଁ ଆଉ ଏକ ନୂଆ କ୍ରାଇଟେରିଆ ଯୋଡ଼ିଛି କଂଗ୍ରେସ । ବିଧାନସଭା ପାଇଁ ଆବେଦନ କାରୀ ଙ୍କୁ ୩୦୦ ଜଣ ସଦସ୍ୟ ଯୋଡିବାକୁ ପଡିବ ଏବଂ ସଂସଦୀୟ କ୍ଷେତ୍ର ପାଇଁ ୭୦୦ ଜଣ ସଦସ୍ୟଙ୍କୁ ଯୋଡିବାକୁ ପଡିବ ବୋଲି ସର୍ତ୍ତ ରଖିଛି ଦଳ ।

ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଏଆଇସିସି ମିଡିଆ ସେଲ ଅଧ୍ୟକ୍ଷ ପବନ ଖେରା । ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ ଥିବାରୁ ସ୍କ୍ରିନି କମିଟି ବୈଠକକୁ ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସେହିଭଳି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥୀ ପାଇଁ ନୂଆ ସର୍ତ୍ତ ଯୋଡ଼ିଛି ଦଳ । ଆବେଦନକାରୀ ନିଜ ଆବେଦନ ସହ ନୂଆ ସଭ୍ୟ ଯୋଡିବାକୁ 4 ମାର୍ଚ୍ଚ ପର୍ଯ୍ୟନ୍ତ ଡେଡ଼ ଲାଇନ ଦେଇଛି ଦଳ । ଯଦି ସେହି ସମୟ ଭିତରେ ଜଣେ ପ୍ରାର୍ଥୀ , ସଭ୍ୟଙ୍କୁ ଯୋଡି ପାରିବେନି ତାହେଲେ ତାଙ୍କ ଆବେଦନ ପତ୍ର ନାକଚ ହେବାର ସମ୍ଭାବନା ରହିଛି । ପ୍ରତି ନିର୍ବାଚନ ମଣ୍ଡଳୀରୁ ୧୦୦ ଜଣ ସଦସ୍ୟ ରହିବା ଆବଶ୍ୟକ ବୋଲି କଂଗ୍ରେସ କହିଥିଲା । ଦ୍ବିତୀୟ ପର୍ଯ୍ୟାୟ ପ୍ରଗମନ ଆବେଦନ ଚାଲିଛି । ଏ ପର୍ଯ୍ୟନ୍ତ ଲୋକସଭା ପାଇଁ 700 ରୁ ଉର୍ଧ୍ବ ଆବେଦନକାରୀ ଥିବାବେଳେ ବିଧାନସଭା ପାଇଁ ପାଖାପାଖି 4 ହଜାର ପ୍ରାର୍ଥୀ ଆବେଦନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details