ETV Bharat / state

ଓଡ଼ିଶା ନୂଆ ଆଇନ କମିଶନ ଗଠିତ, ଜଷ୍ଟିସ ବିଶ୍ବନାଥ ରଥ ଅଧ୍ୟକ୍ଷ - LAW COMMISSION

ଓଡ଼ିଶା ନୂଆ ଆଇନ କମିଶନ ଗଠିତ । ଜଷ୍ଟିସ ବିଶ୍ବନାଥ ରଥ ନୂଆ ଆଇନ କମିଶନ ଅଧ୍ୟକ୍ଷ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ।

LAW COMMISSION
LAW COMMISSION (ETV Bharat Odisha)
author img

By ETV Bharat Odisha Team

Published : 16 hours ago

Updated : 15 hours ago

ଭୁବନେଶ୍ବର/ବାଲେଶ୍ବର: ଓଡ଼ିଶା ନୂଆ ଆଇନ କମିଶନ ଗଠନ କଲେ ସରକାର । ଜଷ୍ଟିସ ବିଶ୍ବନାଥ ରଥ ହେଲେ ନୂଆ ଆଇନ କମିଶନ ଅଧ୍ୟକ୍ଷ । ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।

LAW COMMISSION (ETV Bharat Odisha)

ଓଡିଶା ଲ' କମିଶନ:

ଗଠନ ହୋଇଛି ଓଡିଶା ଲ' କମିଶନ । ରାଜ୍ୟ ସରକାର ୬ ଜଣିଆ ଓଡିଶା ଲ' କମିଶନ ଗଠନ କରିଛନ୍ତି । ଯାହାର ଅଧ୍ୟକ୍ଷ ରହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ଏନେଇ ଆଜି ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ଓଡିଶା ଲ' କମିଶନ ଗଠନ କରିଛନ୍ତି । ଓଡିଶା ଲ' କମିଶନରେ ୬ ଜଣ ସଦସ୍ୟ ରହିଛନ୍ତି ।

LAW COMMISSION
LAW COMMISSION (ETV Bharat Odisha)

କିଏ କିଏ ସଦସ୍ୟ?

ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଓଡିଶା ଲ' କମିଶନର ଅଧ୍ୟକ୍ଷ ହୋଇଛନ୍ତି । ଓଡିଶା ସରକାରଙ୍କ ଆଡଭୋକେଟ ଜେନେରାଲ ବା ଏଜି ପିତାମ୍ବର ଆଚାର୍ଯ୍ୟ କମିଟିର ସଦସ୍ୟ ହୋଇଛନ୍ତି । ଆଇନ ବିଭାଗର ପ୍ରମୂଖ ଶାସନ ସଚିବ ଓଡିଶା ଲ' କମିଶନର ସଦସ୍ୟ ରହିବେ । ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର, ସୌର ଚନ୍ଦ୍ର ମହାପାତ୍ର କମିଟିର ସଦସ୍ୟ ହୋଇଛି । ସେହିପରି ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ ।

ଏହା ବି ପଢନ୍ତୁ...ଲୋକସଭାରେ ଆଗତ ହେଲା ‘ଏକକ ନିର୍ବାଚନ ବିଲ’: ସପକ୍ଷରେ ୨୬୯, ବିପକ୍ଷରେ ୧୯୮ ଭୋଟ୍

ଏହା ବି ପଢନ୍ତୁ...ହାଇକୋର୍ଟ ରାୟ: ୨୦୨୫ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ସବୁ ପୋଲିସ ଥାନାରେ CCTV କ୍ୟାମେରା, SOP ଅନୁପାଳନ

'ଆମେ ଦୃଢତାର ସହ ପଦକ୍ଷେପ ନେବୁ'

ଲ' କମିଶନ ଗଠନ ପରେ ଏହା ଉପରେ ପ୍ରତିକ୍ରିୟା ରଖି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ପୂର୍ବରୁ ଚାହିଁଥିଲେ ଯେ ଯେଉଁ ସବୁ ଅଦରକାରୀ ଆଇନ ଅଛି ସେଥିରେ ରୋକ୍ ଲଗାଇବା । ସେ ଦିଗରେ କାମ ହେବ । ରାଜ୍ୟ ପାଇଁ ଯେଉଁ ନୂଆ ଆଇନ ଆବଶ୍ୟକ ହେବ ତାହା ଉପରେ ମଧ୍ୟ ଆମେ ଦୃଷ୍ଟି ଦେବୁ । ଦୃଢତାର ସହ ସମସ୍ତ ପଦକ୍ଷେପ ନେବୁ ।"

ଆଇନ କମିଶନର କାମ କ'ଣ ?

ରାଜ୍ୟରେ ଏପରି ଅନେକ ଆଇନ ଅଛି ଯାହା କାମରେ ଆସୁନାହିଁ । ସେଭଳି ପୁରୁଣା ଆଇନ ଗୁଡିକୁ ନୀରିକ୍ଷଣ କରାଯିବ । ଅକାମୀ ଆଇନକୁ ଚିହ୍ନଟ କରିବା ସହ ରଦ୍ଦ କରାଯିବା ପାଇଁ କମିଟି ସୁପାରିଶ କରିବ । ରାଜ୍ୟରେ ଶାସନ ବ୍ୟବସ୍ଥା ଯେପରି ସରଳ ହେବ ସେଥିପାଇଁ ଏଭଳି ବ୍ୟବସ୍ଥା କରାଯିବା ନେଇ ସ୍ଥିର କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/ବାଲେଶ୍ବର

Last Updated : 15 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.