ପୁରୀ: ଜଗନ୍ନାଥ ଧାମ... ମହାପ୍ରଭୁଙ୍କ ସାନିଧ୍ୟ ପାଇବାକୁ ବିଶ୍ବର କୋଣ ଅନୁକୋଣରୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦର୍ଶନ ଲଭିବେ ମହୋଦଧିରେ ସ୍ନାନ କରିବେ । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ ପୁରୀ ଶ୍ରୀକ୍ଷେତ୍ରକୁ । ଯଦି ପର୍ବପର୍ବାଣୀ ଥାଏ ଅବା କିଛି ବିଶେଷ ଦିନ ତାହାଲେ ଏହି ସଂଖ୍ୟା ଲକ୍ଷେ ଟପେ । ହେଲେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପୁରୀରେ ଆବଶ୍ୟକୀୟ ଶୌଚାଳୟ ସୁବିଧା ନାହିଁ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲେ ଶୌଚାଳୟ ପାଇଁ ଖୋଜି ବୁଲେ । ନାନା ଅସୁବିଧାର ସମ୍ମୁଖିନ ହୁଏ । ଏକଥା ଆମେ କହୁନୁ ପୁରୀ ଆସିଥିବା କିଛି ଶ୍ରଦ୍ଧାଳୁ କହିଛନ୍ତି । ଐତିହ୍ୟ ସହରର ପୁରୀର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁରୀରେ ଆବଶ୍ୟକୀୟ ଶୌଚାଳୟ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ଉଠିଛି ।
ଅସୁବିଧା ଭୋଗୁଛନ୍ତି ମହିଳା ଶ୍ରଦ୍ଧାଳୁ ?
ପରିକ୍ରମା ମାର୍ଗରେ ଅଛି ବଡ଼ଦାଣ୍ଡରେ ନାହିଁ:
ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଶୌଚାଳୟ ରହିଛି ହେଲେ ବଡଦାଣ୍ଡରେ ଶୌଚାଳୟ ନାହିଁ । ଫଳରେ ବଡଦାଣ୍ଡରେ ଯିବା ବେଳେ ଯଦି କୌଣସି ଭକ୍ତ ଓ ପର୍ଯ୍ୟଟକଙ୍କୁ ଶୌଚ ହେବାର ଦରକାର ପଡେ ଶୌଚାଳୟ ଅଭାବରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଭକ୍ତ ଓ ପର୍ଯ୍ୟଟକ । ଶ୍ରୀମନ୍ଦିରରୁ ବାହାରିବା ପରେ ବସଷ୍ଟାଣ୍ଡ ଓ ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଶୌଚାଳୟ । ବଡଦାଣ୍ଡରୁ ଏହା ଅଧିକ ଦୂର ହୋଇ ଥିବାରୁ ହଠାତ୍ ଶୌଚ ହେବାକୁ ଚାହିଁଲେ ଭକ୍ତଟିଏ ବେଶ୍ ଅସୁବିଧା ଭୋଗୁଛି ।
ପୂର୍ବରୁ ଥିଲା ଏବେ ନାହିଁ:
ପୂର୍ବରୁ ମାର୍କେଟ ଛକ ନିକଟ ବଗଲା ଧର୍ମଶାଳା ନିକଟରେ ଏକ ଶୌଚାଳୟ ଥିଲା । ଯାହାକି ଏବେ ପ୍ରାୟ ବର୍ଷେ ହେବ ବନ୍ଦ ପଡିଛି । ବସଷ୍ଟାଣ୍ଡରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ ମାର୍କେଟ ଛକ ନିକଟରେ ଅଟୋରେ ଓହ୍ଲାଇ ଶ୍ରୀମନ୍ଦିରକୁ ବଡଦାଣ୍ଡ ଦେଇ ଆସିଥାଏ । ହେଲେ ଦୁର୍ଭାଗ୍ୟର ମାର୍କେଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଯାଏ ଗୋଟିଏ ବି ଶୌଚାଳୟ ନାହିଁ । ଶୌଚାଳୟ ନ ଥିବାରୁ ଭକ୍ତ ମାନେ ବହୁତ ଅସୁବିଧା ଭୋଗୁଛନ୍ତି । ଭକ୍ତଟିଏ କେବଳ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଓ ବସଷ୍ଟାଣ୍ଡରେ ଥିବା ବେଳେ ଶୌଚାଳୟ ବ୍ୟବହାର କରିପାରିବ ।
ପରିକ୍ରମା ମାର୍ଗରେ 6 ଶୌଚାଳୟ, ବଡ଼ଦାଣ୍ଡରେ ଭ୍ରାମ୍ୟମାଣ ଶୌଚାଳୟ ଦାବି:
ଶ୍ରୀମନ୍ଦିର ପ୍ରତିଦିନ 60 ହଜାରରୁ ଅଧିକ ଭକ୍ତ ଆସୁଥିବା ବେଳେ ପର୍ବପର୍ବାଣୀରେ ଏକ ଲକ୍ଷରୁ ଅଧିକ ଲୋକ ଶ୍ରୀମନ୍ଦିରକୁ ଆସୁଛନ୍ତି । ଫଳରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଥିବା ମାତ୍ର 6ଟି ଶୌଚାଳୟ ଯଥେଷ୍ଟ ହେଉନାହିଁ । ଏଣୁ ବଡଦାଣ୍ଡରେ ଭକ୍ତଙ୍କ ଶୌଚ ପାଇଁ ଅଧିକ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା ପାଇଁ ଭକ୍ତ ମତ ଦେଇଛନ୍ତି । ପୁରୀକୁ ଦେଶ ବିଦେଶରୁ ଅନେକ ଭକ୍ତ ଆସୁଥିବା ବେଳେ ଶୌଚାଳୟ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ରାଜ୍ୟ ସରକାର ଭକ୍ତଙ୍କ ସୁବିଧା ପାଇଁ ବଡଦାଣ୍ଡ ଅଧିକ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରିବା ପାଇଁ ଭକ୍ତ ମତ ଦେଇଛନ୍ତି ।
ଅସୁବିଧାର ସମ୍ମୁଖିନ ହେଉଛନ୍ତି ମହିଳା:
ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ଅଧିକ ଶୌଚାଳୟ ଦାବି:
ଶ୍ରୀମନ୍ଦିର ଆସିଥିବା ଆଉ ଜଣେ ମହିଳା ଭକ୍ତ ବର୍ଣ୍ଣିକା ପରିଡ଼ା କହିଛନ୍ତି, ‘ଆମକୁ ପୁରୀ ଆସି ବହୁତ୍ ଭଲ ଲାଗିଲା । କିନ୍ତୁ ବଡଦାଣ୍ଡରେ ମହିଳାଙ୍କ ସୁବିଧା ପାଇଁ ଅଧିକ ଶୌଚାଳୟର ଆବଶ୍ୟକ ରହିଛି । ସମୁଦ୍ରକୂଳରେ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା ନାହିଁ । ଯାହା ଫଳରେ ମହିଳା ମାନେ ଶୌଚ ହେବାକୁ ଚାହିଁଲେ ବହୁତ୍ ଅସୁବିଧା ଭୋଗୁଛନ୍ତି । ଅଧିକ ଶୌଚାଳୟ ହେଲେ ମହିଳା ମାନେ ଅଧିକ ସୁରକ୍ଷିତ ରହିପାରିବେ । ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଧ୍ୟାନ ଦେବା ଦରକାର ।
ଏହା ମଧ୍ୟ ପଢନ୍ତୁ: ମଠର ସୁରକ୍ଷା ପାଇଁ ମହନ୍ତଙ୍କ ଧାରଣା ଚେତାବନୀ କାଗଜ କଲମରେ ସୀମିତ କି ଅଗ୍ନି ନିରାପତ୍ତା, ପୁରୀର ୮୦% ହୋଟେଲ ମାନୁନାହାନ୍ତି ନିୟମ Puri: ନୂଆବର୍ଷରେ ପର୍ଯ୍ୟଟକଙ୍କ ଅଲ୍ ଟାଇମ୍ ଡେଷ୍ଟିନେସନ, ୯୦% ହୋଟେଲ ବୁକିଂ |
ବେଳାଭୂମି ମାତ୍ର 2ଟି ଶୌଚାଳୟ:
ଡ୍ରେସ ଚେଞ୍ଜିଂ ରୁମ କରିବାକୁ ଦାବି:
ଅନ୍ୟପଟେ ମହିଳା ପର୍ଯ୍ୟଟକ ମାନେ ସମୁଦ୍ର ସ୍ନାନ ପରେ ନିଜ ଓଦା ପୋଷାକକୁ ପରିବର୍ତ୍ତନ ପାଇଁ ବେଶ ଅସୁବିଧା ଭୋଗୁଛନ୍ତି । ଏଣୁ ପୁରୀ ସମୁଦ୍ର କୂଳରେ ପୋଷାକ ପରିବର୍ତ୍ତନ ଗୃହ ସହ ପର୍ଯ୍ୟାପ୍ତ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉ ବୋଲି ପୁରୀ ସହରର ବୁଦ୍ଧିଜୀବୀ ଓ ହୋଟେଲିୟର ମତ ରଖିଛନ୍ତି । କେବଳ ରଥଯାତ୍ରା ଓ କେତେକ ପର୍ବ ପର୍ବାଣୀ ସମୟରେ ଅଧିକ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କିଛିଦିନ କରାନଯାଇ ସବୁଦିନ ଉଭୟ ବଡଦାଣ୍ଡ ଓ ସମୁଦ୍ର କୂଳରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା ପ୍ରଶାସନ କରିବା ପାଇଁ ବୁଦ୍ଧିଜୀବୀ ମତ ଦେଇଛନ୍ତି । ସେହିପରି ବଡଦାଣ୍ଡ ଓ ସମୁଦ୍ରକୂଳରେ ଥିବା ହୋଟେଲ୍ ଗୁଡିକ ତାଙ୍କର ଶୌଚାଳୟ ଭକ୍ତ ଓ ପର୍ଯ୍ୟଟକଙ୍କୁ ବ୍ୟବହାର ଅନୁମତି ଦେବାକୁ ହୋଟଲିୟରଙ୍କୁ ସଚେତନ କରନ୍ତୁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ଅଧିକ ଶୌଚାଳୟ ହେଲେ ଭକ୍ତ ଭଲ ଅନୁଭୂତି ନେଇ ଫେରିବେ:
ପୁରୀ ସହରର ବୁଦ୍ଧିଜୀବୀ ହରିଶଙ୍କର ମିଶ୍ର କହିଛନ୍ତି, ପୁରୀ ବସଷ୍ଟାଣ୍ଡ, ଗୁଣ୍ଡିଚା ମନ୍ଦିର ନିକଟ ଓ ମେଡିକାଲ ଛକରେ ସରକାରଙ୍କ ଶୌଚାଳୟ ରହିଛି । ତେବେ ମେଡିକାଲ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଯାଏ ବଡଦାଣ୍ଡରେ ଶୌଚାଳୟ ବ୍ୟବସ୍ଥା ନାହିଁ । ଏହା ଦ୍ବାରା ଭକ୍ତ ମାନେ ବହୁତ୍ ଅସୁବିଧା ଭୋଗୁଛନ୍ତି । ତେବେ ମୁଁ ଆପଣଙ୍କ ମାଧ୍ୟମରେ ସରକାରଙ୍କୁ ବିନମ୍ର ଅନୁରୋଧ କରୁଛି ବଡଦାଣ୍ଡର ମାର୍କେଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଯାଏ 5ଟି ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯାଉ । ବଡଦାଣ୍ଡରେ ଥିବା ହୋଟେଲ୍ ଗୁଡ଼ିକ ଭକ୍ତଙ୍କୁ ତାଙ୍କ ହୋଟେଲର ଶୌଚାଳୟ ବ୍ୟବହାର ପାଇଁ ଅନୁମତି ଦେବାକୁ ପ୍ରଶାସନ ହୋଟେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ଏନେଇ ହୋଟେଲ ଆଗରେ ସାଇନବୋର୍ଡ ମରାଯାଇ ଭକ୍ତଙ୍କୁ ଅବଗତ କରାଯାଉ । ଏହା ଦ୍ବାରା ପୁରୀକୁ ଆସିଥିବା ତୀର୍ଥଯାତ୍ରୀ ଉପକୃତ ହେବା ସହ ଏକ ଭଲ ଅନୁଭୂତି ନେଇ ଫେରିବେ । ଏହା ଦ୍ବାରା ଉଭୟ ପ୍ରଶାସନ ଓ ସରକାରଙ୍କ ସୁନାମ ବଢିବ ।
ହୋଟେଲ ଟଏଲେଟ୍ ବ୍ୟବହାର ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳୁ:
ବଡଦାଣ୍ଡ ଓ ସମୁଦ୍ର କୂଳ ହେବ ବାଇଓ ଟଏଲେଟ୍ ବ୍ୟବସ୍ଥା:
ଇଟିଭି ଭାରତ, ପୁରୀରୁ ଶକ୍ତିପ୍ରସାଦ ମିଶ୍ରଙ୍କ ରିପୋର୍ଟ