ମାଲକାନଗିରି: ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା । ପାର୍ଟି ଟିକେଟ ବଦଳରେ ଟଙ୍କା ମଗାଯାଇଛି ବୋଲି ଆସିଛି ଅଭିଯୋଗ । ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ଗତକାଲି ପ୍ରାର୍ଥୀ ଘୋଷଣା ସରିଛି । ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ମାଲା ମାଢିଙ୍କ ନାମ ଘୋଷଣା ହୋଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗୁ ଖିଲଙ୍କ ନାମ ଘୋଷଣା କରାଯାଇଛି ।
ତେବେ ଚିତ୍ରକୋଣ୍ଡାରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ପ୍ରଥମ ଦାବିଦାର ଭାବେ ଶରତ ଚନ୍ଦ୍ର ବୁରୁଦା ରହିଥିଲେ । ତେବେ ଶରତଙ୍କୁ ଟିକଟ ନମିଳିବା ପରେ ସେ ଗଣମାଧ୍ୟମ ଆଗରେ ଓଡିଶା ପ୍ରଭାରୀ ଅଜୟ କୁମାର ତାଙ୍କୁ ଟିକଟ ପାଇଁ ୪୦ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଗତ ମାସ ୨୮ ତାରିଖ ସନ୍ଧ୍ୟାରେ ପ୍ରଭାରୀଙ୍କ ଷ୍ଟାଫ୍ ତାଙ୍କୁ ହୋଟେଲକୁ ଡାକି ପ୍ରଗମନ ଆପ ପାଇଁ ମନୋନୟନ ପାଇଁ ୪୦ ଲକ୍ଷ ଟଙ୍କା ଦରକାର ବୋଲି କହିଥିଲେ । ଏପରିକି ସେମାନଙ୍କ ଖିଆପିଆ ଖର୍ଚ୍ଚ ବାବଦକୁ ୮ ହଜାର ଟଙ୍କା ନେଇଥିଲେ । ଏସମ୍ପର୍କରେ ସମସ୍ତ ଉପରିସ୍ଥ ନେତୃ ମଣ୍ଡଳୀ ମାନଙ୍କୁ ଜଣାଇବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଗଲା ନାହିଁ ।
ଏହା ମଧ୍ୟ ପଢନ୍ତୁ...8 ଲୋକସଭା, 47 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ ଓ ପାରାଳାଖେମୁଣ୍ଡିରୁ ବିଜୟ - Congress Candidates For Ls Poll