ETV Bharat / bharat

୨୦୨୪ରେ ଦେଖିଛି ନାରୀଶକ୍ତିର ଝଲକ, ସଫଳତା ପାଇଁ ଶିରୋନାମାରେ ମହିଳା - YEARENDER 2024

ନିଜର ପରାକାଷ୍ଠା ପାଇଁ ବିଶ୍ବ ଦରବାରରେ ଦେଶକୁ ଗୌରବାନ୍ବିତ କରିଛନ୍ତି ନାରୀ । ରାଜନୀତିରୁ ନେଇ କ୍ରୀଡା କ୍ଷେତ୍ର ବା ମହାକାଶ ଯାତ୍ରା ସବୁଠି ଚର୍ଚ୍ଚାରେ ଥିବା ମହିଳାଙ୍କ ବିଷୟରେ ଆସନ୍ତୁ ଜାଣିବା ।

Women In News
Women In News (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ହାଇଦ୍ରାବାଦ: ରୋଷେଇଠୁ ରାଷ୍ଟ୍ର ନିର୍ମାଣ ସବୁଠି ନାରୀର ଭୂମିକା ଅତୁଳନୀୟ । ନିଜର ପରାକାଷ୍ଠା ପାଇଁ ବିଶ୍ବ ଦରବାରରେ ଦେଶକୁ ଗୌରବାନ୍ବିତ କରିଛନ୍ତି ନାରୀ । ୨୦୨୪ର ଚର୍ଚ୍ଚିତ ନାରୀଙ୍କ ଓ ସେମାନେ ହାସଲ କରିଥିବା ସଫଳତା ବିଷୟରେ ଆସନ୍ତୁ ଜାଣିବା ।

ଭାରତୀୟ ଆର୍ମିର ପ୍ରଥମ ମହିଳା ଚିକିତ୍ସା ସେବା ମହାନିର୍ଦ୍ଦେଶକ:

ଲେଫନାଣ୍ଟ ଜେନେରାଲ ସାଧନା ସକ୍ସେନା ନାୟର ଚଳିତ ବର୍ଷ ଚିକିତ୍ସା ସେବାରେ ନିୟୋଜିତ ହୋଇଥିଲେ । ଆର୍ମି ଚିକିତ୍ସା ସେବାରେ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ହେଉଛନ୍ତି ସାଧନା ।

Sunita Williams
Sunita Williams (ETV Bharat)

ସୁନୀତା ୱିଲିୟମ୍ସ:

ମହାକାଶଚାରୀ ସୁନୀତା ୱିଲିୟମ୍ସ ଚଳିତ ବର୍ଷ ଜୁନ ୫ ତାରିଖରେ ମହାକାଶ ଯାତ୍ରା କରିଥିବାବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ସେ ଫସି ରହିଛନ୍ତି । ୨୦୨୫ ଫେବୃଆରୀ ପୂର୍ବରୁ ସୁନୀତାଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ସମ୍ଭବ ନୁହେଁ ବୋଲି ନାସା(NASA) ପକ୍ଷରୁ କୁହାଯାଇଛି । ଚଳିତବର୍ଷ ମହାକାଶରୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ ମହାକାଶଚାରୀ ସୁନୀତା ଓ ତାଙ୍କ ସାଥୀ ବଚ୍ ୱିଲମୋର । ଆମେରିକା ମହାକାଶ ଗବେଷଣା ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏକ ସପ୍ତାହ ପାଇଁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ଯାଇଥିବା ସୁନୀତା ସେଠାରେ 8 ମାସ ପର୍ଯ୍ୟନ୍ତ ରହିବେ । ‘ଷ୍ଟାରଲାଇନର’ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁନୀତା ଓ ବଚ୍ ୱିଲମୋର ମହାକାଶରେ ଫସି ରହିଛନ୍ତି ।

Priyanka Gandhi
Priyanka Gandhi (ETV Bharat)

ପ୍ରିୟଙ୍କା ଗାନ୍ଧୀ:

ଚଳିତ ବର୍ଷ AICC ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଂସଦରେ ପ୍ରବେଶ କରିଥିଲେ । ଉପନିର୍ବାଚନରେ କେରଳ ୱାୟନାଡ ଆସନରୁ ସେ ୪ ଲକ୍ଷ ୧୦ ହଜାର ୯୩୧ ଖଣ୍ଡ ଭୋଟରେ ବାଜିମାତ କରିଥିଲେ । ଦେଖିବାକୁ ଗଲେ ସେ ତାଙ୍କ ଭାଇ ରାହୁଲଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ । କାରଣ ଲୋକସଭା ନିର୍ବାଚନରେ ୱାୟନାଡ ଆସନରୁ ପ୍ରାର୍ଥୀ ହୋଇଥିଲେ । ରାହୁଲଙ୍କୁ ୩.୬ ଲକ୍ଷ ଭୋଟ ମିଳିଥିବାବେଳେ ପ୍ରିୟଙ୍କା କିନ୍ତୁ ଉପନିର୍ବାଚନରେ ଭାଇଙ୍କୁ ମାତ୍ ଦେଇଛନ୍ତି ।

କହିରଖୁଛୁ, ଉଭୟ ରାଏବରେଲୀ ଓ ୱାୟନାଡ ଆସନରୁ ଜିତିଥିବା ରାହୁଲ ରାଏବରେଲୀରୁ ସାଂସଦ ହେବା ପରେ ୱାୟନାଡ ଖାଲିପଡିଥିଲା । ପରବର୍ତ୍ତୀ ସମୟରେ ଉପନିର୍ବାଚନ ହୋଇଥିଲା। ଯେଉଁଥିରେ ପ୍ରିୟଙ୍କା ବିପୁଳ ଭୋଟ୍ ମାର୍ଜିନରେ ବାଜିମାତ କରିଥିଲେ ।

ଆତିଶୀ ମାର୍ଲେନା:

Atishi Marlena
Atishi Marlena (ETV Bharat)

ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଚଳିତ ବର୍ଷ ଶପଥ ନେଇଛନ୍ତି ଆତିଶୀ ମର୍ଲେନା । ମନ୍ତ୍ରୀ ହେବାର ମାତ୍ର ଦେଢ ବର୍ଷ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି ଆତିଶୀ । ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବା ପରେ ଖାଲି ପଡିଥିଲା ମୁଖ୍ୟମନ୍ତ୍ରୀ ଆସନ । ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ସରକାରରେ ସବୁଠୁ ଅଧିକ ବିଭାଗ ଆତିଶୀଙ୍କ ହାତରେ ଥିଲା । ଅର୍ଥ, ରାଜସ୍ବ, ଯୋଜନା, ମହିଳା ବିକାଶ, ଶିକ୍ଷା, ଉଚ୍ଚ ଶିକ୍ଷା, ପର୍ଯ୍ୟଟନ, କଳା ଓ ସଂସ୍କୃତି ଓ ଭାଷା, ଲୋକ ନିର୍ମାଣ ବିଭାଗ, ବିଦ୍ୟୁତ, ସୂଚନା ଓ ଜନସମ୍ପର୍କ ଓ ସେବା ସତର୍କତା ଭଳି ବିଭାଗର ମନ୍ତ୍ରୀ ଥିଲେ ଆତିଶୀ ।

କଳ୍ପନା ସୋରେନ:

Kalpana Soren
Kalpana Soren (ETV Bharat)

ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ବହୁ ଗୁରୁ ଦାୟିତ୍ବ ବହନ କରିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ । ହେମନ୍ତ ଜେଲରେ ଥିବା ବେଳେ ପତ୍ନୀ କଳ୍ପନା ସୋରେନ ଗ୍ରାଉଣ୍ଡ ସମ୍ଭାଳୁଥିଲେ । ହେମନ୍ତ ଏବଂ ପତ୍ନୀ କଳ୍ପନା ଦୁହେଁ ୨୦୦ରୁ ଅଧିକ ନିର୍ବାଚନୀ ରାଲି ଏବଂ ଜନସଭା କରିଥିଲେ । ସେ ନିଜ ଦଳ ଜେଏମଏମ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ INDIA ମେଣ୍ଟ କଂଗ୍ରେସ ଏବଂ ଆରଜେଡି ପ୍ରାର୍ଥୀଙ୍କ ପାଇଁ ମଧ୍ୟ ପ୍ରଚାର କରିଥିଲେ । ସବୁଠୁ ବଡ଼ କଥା ହେଉଛି, ହେମନ୍ତଙ୍କ ସହ କଳ୍ପନା ରାଜ୍ୟର ସମସ୍ତ ୮୧ ବିଧାନସଭା କ୍ଷେତ୍ର ବୁଲି ପ୍ରଚାର କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ସୁଦୃଢ଼ କରିଥିଲେ ।

ମନୁ ଭାକର:

Manu Bhaker
Manu Bhaker (ETV Bharat)

ହରିୟାଣା ଝିଅ ମନୁ ଭାକର ଶୁଟିଂରେ ଅଲିମ୍ପିକ ପଦକ ହାସଲ କରି ଦେଶ ପାଇଁ ଗର୍ବ ଆଣିଛନ୍ତି । ୧୦ ମିଟର ପିସ୍ତଲ ପ୍ରତିଯୋଗିତାରେ ମନୁ କାଂସ୍ୟ ପଦକ ଜିତିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଚମତ୍କାର ପ୍ରଦର୍ଶନ କରି ଷ୍ଟାର ଶୁଟର ମନୁ ଭାକର ସମଗ୍ର ଦେଶକୁ ଗର୍ବିତ କରିଛନ୍ତି । ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ ମନୁ ଭାକର । 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏକକ ଏବଂ ମିଶ୍ରିତ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ମନୁ ।

ଭିନେଶ ଫୋଗଟ:

ଜଣେ ଲୋକପ୍ରିୟ କୁସ୍ତି ଯୋଦ୍ଧା ଭାବେ ବେଶ ଜଣାଶୁଣା ଭିନେଶ ଫୋଗଟ । ହେଲେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ମାତ୍ର ୧୦୦ ଗ୍ରାମ ଓଜନ ବଢିବା କାରଣରୁ ତାଙ୍କୁ ଖେଳିବାକୁ ଅନୁମତି ମିଳିନଥିଲା । ପରବର୍ତ୍ତୀ ସମୟରେ ଭିନେଶ କୁସ୍ତିରୁ ଅବସର ଘୋଷଣା କରି ରାଜନୀତିରେ କ୍ୟାରିୟର ଆରମ୍ଭ କରିଛନ୍ତି । କଂଗ୍ରେସର ପ୍ରାର୍ଥୀ ଭାବେ ହରିୟାଣାର ଜୁଲାନା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।

ସୋଫିଆ ଫିର୍ଦ୍ଦୋସ:

Sofia Firdous
Sofia Firdous (ETV Bharat Odisha)

ଓଡ଼ିଶାର ପ୍ରଥମ ମୁସଲିମ ବିଧାୟିକା ହେଉଛନ୍ତି ସୋଫିଆ ଫିର୍ଦ୍ଦୋସ । ୨୦୨୪ ନିର୍ବାଚନରେ ବାରବାଟୀ-କଟକରୁ କଂଗ୍ରେସ ଟିକେଟରେ ଲଢି ବିଧାୟିକା ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ସୋଫିଆ । ପୂର୍ବରୁ ଏହି ଆସନରେ ବିଧାୟକ ଥିଲେ ମହମ୍ମଦ ମୋକିମ । ଆଉ ମୋକିମଙ୍କ ଝିଅ ହେଉଛନ୍ତି ସୋଫିଆ । ବାପାଙ୍କ ବ୍ୟବସାୟ ସମ୍ଭାଳିବାରେ ସୋଫିଆ ଯେତିକି ପାରଙ୍ଗମ ନବନିର୍ବାଚିତ ବିଧାୟିକା ଭାବେ ମଧ୍ୟ ତାଙ୍କ ନେତୃତ୍ବ ସେତିକି ପ୍ରଶଂସା ସାଉଣ୍ଟିଛି ।

କଙ୍ଗନା ରାଣାୱତ:

୭୪, ୭୫୫ ଖଣ୍ଡ ଭୋଟରେ ଜିତି ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ସାଂସଦ ହୋଇଛନ୍ତି ରାଜନୀତିରେ ଡେବ୍ୟୁ କରିଥିବା ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା । ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କୁ ୭୪, ୭୫୫ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ । କଙ୍ଗନା ରାଣାୱତ ୫.୩୭ ଲକ୍ଷ ଭୋଟ୍ ପାଇଥିବାବେଳେ ବିକ୍ରମାଦିତ୍ୟ ସିଂ ପ୍ରାୟ ୪.୬୨ ଲକ୍ଷ ଭୋଟ୍ ପାଇଥିଲେ ।

ରଚନା ବାନାର୍ଜୀ:

Rachna Banerjee
Rachna Banerjee (ETV Bharat)

ରୁପେଲି ପରଦାରେ ବଲିଉଡ ସମେତ ଏକାଧିକ ଭାଷାର ଚଳଚ୍ଚିତ୍ରରେ ଦୀର୍ଘ ଦଶନ୍ଧି ଧରି ଅଭିନୟର ଜାଦୁରେ ଦର୍ଶକଙ୍କ ମନ ଜିତିଥିବା ବଙ୍ଗୀୟ ଅଭିନେତ୍ରୀ ରଚନା ବାନାର୍ଜୀ ଏଥର ନିର୍ବାଚନ ମୈଦାନରେ ଡେବ୍ୟୁ କରିଥିଲେ । ସେ ନିଜ ଗୃହରାଜ୍ୟ ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ TMC ଟିକେଟରୁ ଲଢି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

ନିକିତା ପଡୱାଲ:

Nikita Porwal
Nikita Porwal (ETV Bharat)

ମିସ ଇଣ୍ଡିଆ ପ୍ରତିଯୋଗିତାରେ ନିଜର ଉପଲବ୍ଧି ପାଇଁ ଚଳିତ ବର୍ଷ ଚର୍ଚ୍ଚାରେ ରହିଛନ୍ତି ନିକିତା ପଡୱାଲ । ଫେମିନା ମିସ ଇଣ୍ଡିଆ-୨୦୨୪ ପ୍ରତିଯୋଗିତାରେ ସେ ମିସ୍ ଇଣ୍ଡିଆ ଟାଇଟଲ ହାସଲ କରିଛନ୍ତି । ଏହା ପୂର୍ବରୁ ନିକିତା ଫେମିନା ମିସ ଇଣ୍ଡିଆ ମଧ୍ୟପ୍ରଦେଶ ୨୦୨୪ ଟାଇଟଲ ହାସଲ କରିଥିଲେ । ମଧ୍ୟପ୍ରଦେଶର ଉଜୈନରେ ନିକିତାଙ୍କର ଜନ୍ମ । ନିକିତା ଜଣେ ଜଣାଶୁଣା ଷ୍ଟୋରି ଟେଲର ଏବଂ ଥିଏଟର ଆର୍ଟିଷ୍ଟ ମଧ୍ୟ । ଅନେକ ଫିଚର ଫିଲ୍ମରେ ମଧ୍ୟ କାମ କରିଛନ୍ତି ନିକିତା ।

ରେଚେଲ ଗୁପ୍ତା:

Rachel Gupta
Rachel Gupta (ETV Bharat)

ପ୍ରଥମ ଭାରତୀୟ ଭାବେ ମିସ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ଟାଇଟଲ ହାତେଇ ଚଳିତ ବର୍ଷ ଚର୍ଚ୍ଚାରେ ରହିଥିଲେ ରିଚେଲ ଗୁପ୍ତା । ରେଚେଲଙ୍କ ଘର ପଞ୍ଜାବର ଜଳନ୍ଧରରେ । ଅନ୍ତର୍ଜାତୀୟ ସ୍ତରରେ ସେ ଦେଶ ପାଇଁ ଗର୍ବ ଆଣିଛନ୍ତି ଏହି ଭାରତୀୟ ସୁନ୍ଦରୀ ।

ପ୍ରୀତି ଲୋବାନା:

ଗୁଗଲ ଇଣ୍ଡିଆର ନୂତନ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରୀତି ଲୋବାନା । ସେ ଏସିଆ ପାସିଫିକ୍ ଅଞ୍ଚଳ ପାଇଁ ଗୁଗଲ୍ ସଭାପତି ପଦ ପାଇଁ ପଦୋନ୍ନତି ପାଇଥିବାବେଳେ ସଞ୍ଜୟ ଗୁପ୍ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ । ଗୁଗଲ୍ ଇଣ୍ଡିଆର ନୂଆ ଉପସଭାପତି ପ୍ରୀତି ଲୋବାନା ଟେକ୍ନୋଲୋଜି ଏବଂ ଆର୍ଥିକ ଶିଳ୍ପରେ 30ବର୍ଷରୁ ଅଧିକ ଅଭିଜ୍ଞତା ହାସଲ କରିଛନ୍ତି । ସେ ନିଜର ନେତୃତ୍ବ ଏବଂ ପାରଦର୍ଶିତା ପ୍ରଦର୍ଶନ କରି ଗତ 8ବର୍ଷ ଧରି ଗୁଗଲର ଜଣେ ପ୍ରମୁଖ ସଦସ୍ୟ ରହିଆସିଛନ୍ତି ।

କମଳା ହାରିସ:

ଆମେରିକା ଇତିହାସରେ ପ୍ରଥମ । ଏହି ସୁପରପାୱାର ରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ଥର ପ୍ରାର୍ଥୀ ହୋଇଥିଲେ ଜଣେ ଭାରତୀୟ ବଂଶୋଦ୍ଭବ । ଉପରାଷ୍ଟ୍ରପତି ଥିବା କମଳା ହାରିସ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇ ଟ୍ରମ୍ପଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ । ଗତଥର ଉପରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଥିବା ହାରିସ ଏଥର ରାଷ୍ଟ୍ରପତି ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ବି ଚଳିତ ବର୍ଷ ଚର୍ଚ୍ଚାରେ ରହିଥିଲେ।

ଏହା ବି ପଢନ୍ତୁ...୨୦୨୪ର ଚର୍ଚ୍ଚିତ ଚେହେରା: କିଏ ସୁନାମ ପାଇଁ ଶୀର୍ଷରେ ତ ଆଉ କିଏ ବିବାଦ ପାଇଁ ବଦନାମ ...

ଏହା ବି ପଢନ୍ତୁ...2024ରେ ମୋଦିଙ୍କ ହ୍ୟାଟ୍ରିକ୍, ଅସ୍ଥିତ୍ବକୁ ଫେରିଲେ ରାହୁଲ, ଓଡ଼ିଶା ସମେତ ବଦଳିଲା ବିଭିନ୍ନ ରାଜ୍ୟର କ୍ଷମତା ସମୀକରଣ - YEARENDER 2024

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.