ETV Bharat / bharat

ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଂସଦ ପ୍ରତାପ ଷଡଙ୍ଗୀ - PRATAP SARANGI DISCHARGE

ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ, ସଂସଦ ଭବନରେ ଠେଲାପେଲାରେ ହୋଇଥିଲେ ଆହତ ।

Pratap Sarangi discharged from Hospital
Pratap Sarangi discharged from Hospital (ETV Bharat Odisha)
author img

By ETV Bharat Odisha Team

Published : Dec 23, 2024, 4:30 PM IST

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଂସଦ ପ୍ରତାପ ଷଡଙ୍ଗୀ । ଡିସେମ୍ବର ୧୯ ତାରିଖ ଦିନ ପାର୍ଲାମେଣ୍ଟରେ ସାଂସଦମାନଙ୍କ ମଧ୍ୟରେ ଠେଲାପେଲାରେ ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେବେଠାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି(ସୋମବାର) ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କ ସହ ମୁକେଶ ରାଜପୁତ ମଧ୍ୟ ହସ୍ପିଟାଲରୁ ବାହାରିଛନ୍ତି ।

ଏନେଇ ଆରଏମଏଲ ମେଡିକାଲ ସୁପରିଟେଣ୍ଡଣ୍ଟ ଡକ୍ଟର ଅଜୟ ଶୁକ୍ଳା କହିଛନ୍ତି, "ଉଭୟ ସାଂସଦ ଆଜି ସକାଳେ ଡିସଚାର୍ଜ ହୋଇଛନ୍ତି । ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛୁ । ଉଭୟଙ୍କ ରକ୍ତଚାପ ଏବେ ନିୟନ୍ତ୍ରଣରେ ରହିଛି ।"

ଠେଲାପେଲାରେ ଆହତ ହୋଇଥିଲେ ପ୍ରତାପ:

ଡିସେମ୍ବର ୧୯ ତାରିଖ ଦିନ ସଂସଦ ଭବନରେ ବିଜେପି- କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ସାଂସଦଙ୍କ ଠେଲାପେଲା ମଧ୍ୟରେ ଆହତ ହୋଇଥିଲା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାହୁଲ ଗାନ୍ଧୀ ଅନ୍ୟଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସମ୍ପୃକ୍ତ ସାଂସଦ ତାଙ୍କ ଉପରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ନେଇ ଅଭିଯୋଗ ଆଣିଥିଲେ ପ୍ରତାପ ଷଡଙ୍ଗୀ । ତାଙ୍କ ସହ ମୁକେଶ ରାଜପୁତ ମଧ୍ୟ ଠେଲାପେଲା ମଧ୍ୟରେ ଅଚେତ ହୋଇଯାଇଥିଲେ । ଉଭୟଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ପ୍ରତାପ ଷଡଙ୍ଗୀ । ୪ ଦିନ ଧରି ଚିକିତ୍ସା ଚାଲିବା ପରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ଘଟଣାକୁ ନେଇ ଜୋର ଧରିଥିଲା ରାଜନୀତି:

ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ରାହୁଲ ଗାନ୍ଧୀ ଜାଣିଶୁଣି ଏପରି କରିଥିବା ଅଭିଯୋଗ ଆଣିବା ସହ ବିଜେପି ନେତା କଂଗ୍ରେସ ନେତା ତଥା ରାହୁଲ ଗାନ୍ଧୀଙ୍କୁ କଡା ନିନ୍ଦା କରିଥିଲେ । ଏହାର ଉତ୍ତର ରଖିଥିଲେ ବିରୋଧି ଦଳ ନେତା । ବିଜେପି ସାଂସଦମାନେ ଅଟକାଇବାକୁ ଚେଷ୍ଟା କରିବାରୁ ଓ ଠେଲିଦେବାରୁ ଏପରି ଘଟଣା ଘଟିଛି ଓ ଏଥିରେ ତାଙ୍କର ସମ୍ପୃକ୍ତି ନଥିବା କହିଥିଲେ ରାହୁଲ ଗାନ୍ଧୀ ।

ଏହାମଧ୍ୟ ପଢନ୍ତୁ...

କିଏ ପ୍ରତାପ ଷଡଙ୍ଗୀ, କାହିଁକି ଆଜି ଚର୍ଚ୍ଚାରେ ?

ମାଷ୍ଟରକ୍ୟାଣ୍ଟିନରେ ସଂସଦ ତାତି, ଜଳିଲା ରାହୁଲ-ଶାହଙ୍କ କୁଶପୁତ୍ତଳିକା

ପ୍ରତାପ ଷଡ଼ଙ୍ଗୀ ମୁଣ୍ଡ ଫାଟିବା ନେଇ ରାହୁଲଙ୍କ ଉପରେ ବର୍ଷିଲେ ମନମୋହନ, ନିନ୍ଦା କଲେ ଧର୍ମେନ୍ଦ୍ର ଓ ଅଶ୍ବିନୀ

ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.