ETV Bharat / state

ରାଜଧାନୀରେ ବେଆଇନ କଫ ସିରଫ ବିକ୍ରି, ଚଢାଉ କଲା ଡ୍ରଗ ସ୍କ୍ୱାର୍ଡ ଟିମ - ILLEGAL COUGH SYRUP SALE

ବେଆଇନ କଫସିରଫ ବିକ୍ରି ନେଇ ଅବକାରୀ ଓ ଡ୍ରଗ ସ୍କ୍ୱାର୍ଡ ଟିମ୍ ଚଢାଉ । ଭୁବନେଶ୍ବରରେ ଚାଲିଛି ବଡ଼ଧରଣର ରେଡ୍‌ ।

କଫ ସିରଫ ବିକ୍ରି ନେଇ ଚଢାଉ
କଫ ସିରଫ ବିକ୍ରି ନେଇ ଚଢାଉ (ETV Bharat Odisha)
author img

By ETV Bharat Odisha Team

Published : Dec 23, 2024, 3:15 PM IST

Updated : Dec 23, 2024, 3:29 PM IST

ଭୁବନେଶ୍ବର: ରାଜଧାନୀରେ ନିଶା କାରବାରରେ କଫ ସିରଫ ବ୍ୟବହାର ନେଇ ବଡ଼ ଧରଣର ଚଢ଼ାଉ । ବେଆଇନ କଫ ସିରଫ ବିକ୍ରି ନେଇ ଡ୍ରଗସ୍କ୍ବାର୍ଡ ଓ ଅବକାରୀ ବିଭାଗର ମିଳିତ ଭାବେ ଆଜି(ସୋମବାର) ରାଜଧାନୀର ବିଭିନ୍ନ ସ୍ଥାନରେ ରେଡ କରିଛି । ଚାଲିଛି ଛାନଭିନ ।

ବେଆଇନ କଫ ସିରଫ ବିକ୍ରି ଉପରେ ରେଡ:

କଫ ସିରଫ ବିକ୍ରି ନେଇ ଚଢାଉ (ETV Bharat Odisha)

ନିଶା କାରବାରରେ କଫ ସିରଫ ବ୍ୟବହାର ନେଇ ଚଢ଼ାଉ କରିଛି ଡ୍ରଗସ୍କ୍ବାର୍ଡ ଓ ଅବକାରୀ ବିଭାଗ । ଭୁବନେଶ୍ବର ସ୍ଥିତ ଇନଫୋସିଟି ଥାନା ପ୍ରଶାନ୍ତି ବିହାରରେ ମାରଥନ ରେଡ କରିଛି ଟିମ । ବିଭିନ୍ନ ମେଡିସିନ ଦୋକାନରେ ପଶି ଚଢ଼ଉ କରୁଛନ୍ତି ଅଧିକାରୀ । ଏନେଇ‌ ବେଆଇନ କଫ ସିରଫ ଓ କଫ ସିରଫର ଡ୍ରଗସ ପରିମାଣ ନେଇ ଛାନଭିନ କରାଯାଇଛି ।

ଅଭିଯୋଗ ପରେ ଚଢାଉ:

କଫସିରଫ ବିକ୍ରି ନେଇ ଚଢାଉ
ବେଆଇନ କଫସିରଫ ବିକ୍ରି ନେଇ ଚଢାଉ (ETV Bharat Odisha)

ଏନେଇ ଡ୍ରଗସ କଣ୍ଟ୍ରୋଲ ବୋର୍ଡ ଅଧିକାରୀ ପରଭେଶ ଲେଙ୍କା କହିଛନ୍ତି, ‘ଆମ ପାଖରେ ଅଭିଯୋଗ ଆସିଥଲା‌ । କିଛି କଫସିରଫ ଏଭଳି ବିକ୍ରି ନେଇ ଆମ ପାଖକୁ ଅଭିଯୋଗ ଆସିଥିଲା । ଏସବୁ ବିକ୍ରି ନେଇ ଏବେ ଯାଞ୍ଚ ଚାଲିଛି । ଏନେଇ କିଛି ସାମ୍ପଲ ସଂଗ୍ରହ କରି ସିଲ୍ କରି ଲ୍ୟାବକୁ ପଠାଯିବ । ରିପୋର୍ଟ ଆସିଲା ପରେ ଏନେଇ କାର୍ଯାନୁଷ୍ଠାନ ହେବ‌ ।ଏନେଇ ଚାରୋଟି ଭେରାଇଟର କଫସିରଫ ଜବତ କରିଛୁ । ଏନେଇ ଅବକାରୀ ଟିମ୍ ସହ ଆମ ଟିମ ଛାନଭିନ ଜାରି ରଖିଛନ୍ତି ।’

ବେଆଇନ ଭାବେ ବିକ୍ରି ହେଉଥିଲା କଫ ସିରଫ:

ଆଇନଗତ ବିକ୍ରି ଥିବା ଏହି କଫ ସିରଫ ଡାକ୍ତରୀ ପ୍ରେସକ୍ରିପସନ ବିକ୍ରି‌ ହୋଇପାରିବ । ବୋତଲ ପିଛା ୧୦ରୁ ୨୦ ଓ ୩୦ଭିତରେ ଡିଷ୍ଟ୍ରିବ୍ୟୁଟରଙ୍କଠୁ କିଣି ବିନା ପ୍ରେସକ୍ରିପସନରେ ୧୦୦ରୁ ୧୫୦ ଟଙ୍କାରେ ଏଭଳି ବିକ୍ରି ହେଉଥିବା ଅଭିଯୋଗ ରହିଥିଲା । କମ ଟଙ୍କାରେ ମଦ ଭଳି ନିଶା ପାଇବା ପାଇ ଏଭଳି ବ୍ୟବହାର କରୁଛନ୍ତି ନିଶାଡି । ଏନେଇ ଧିରେ ଧିରେ ଏହାର‌ କାରବାର ବଢୁଥିବାରୁ ଭୁବନେଶ୍ବରରେ ଏଭଳି କାରବାର ବଢୁଥିବା ଡ୍ରଗସ କଣ୍ଟ୍ରୋଲ ପାଖରେ ସୂଚନା ପାଇଥିଲା । ଏନେଇ ମେଡିସିନ ଷ୍ଟୋରରେ ବିକ୍ରି ପାଇଁ ଡ୍ରଗସ କଣ୍ଟ୍ରୋଲ ବୋର୍ଡ ପ୍ରତିବନ୍ଧକ ସହ ଫାର୍ମା ଡିଷ୍ଟ୍ରିବ୍ୟୁଟରଙ୍କୁ ଏଭଳି ସପ୍ଲାଲ ନଦେବାକୁ କଡା ତାଗିଦ କରାଯାଇଛି ।

ହେଲେ ବଜାରରେ ଡିମାଣ୍ଡ ଦେଖି ଦିନକୁ ୧୦୦ ବୋତଲ ପର୍ଯ୍ୟନ୍ତ ବିକ୍ରି କରୁଥିବା ଦୋକାନୀ ଏଭଳି ବେଆଇନ ଭାବେ ମଗାଉଛନ୍ତି । ଅସାଧୁ ଉପାୟରେ କାରବାର କରିବାକୁ ନିଶା ବ୍ୟବସାୟୀ ଭଳି କିଛି ମେଡିସିନ ଦୋକାନୀ ବେଆଇନ ଭାବେ ରାଜ୍ୟ ବାହାରର ବିଭିନ୍ନ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଚୋରା ଚାଲାଣ କରୁଛନ୍ତି । ତେଣୁ ଅବକାରୀ ଟିମ, ପୋଲିସ ଓ ଡ୍ରଗସ କଣ୍ଟ୍ରୋଲ ବୋର୍ଡ ମିଳିତ ଭାବେ ଏପରି ରୀତିମତ ଭାବେ ଯାଞ୍ଚ କରୁଛନ୍ତି ।

ଜାନୁଆରୀରେ ଚଢାଉ କରିଥିଲା ନୟାପଲ୍ଲୀ ପୋଲିସ:

ଚଳିତ ବର୍ଷ ଆରମ୍ଭରୁ ଜାନୁଆରୀ ୧୭ରେ କଲିକତାରୁ ଏଭଳି ଚାଲାଣ ବେଳେ ଆଡିସନାଲ ଡ୍ରଗସ କଣ୍ଟ୍ରୋଲର ଓ ନୟାପଲ୍ଲୀ ପୋଲିସର ମିଳିତ ଭାବେ ସୂଚନା ଆଧାରରେ ଜବତ କରାଯାଇଥିଲା କଫସିରଫ । କଲିକତାରୁ ବସ ଯୋଗେ ଚାଲାଣ ବେଳେ ୨୦ ପେଟି ତଥା ୧୬୮୦ଟି ବୋତଲ କଫସିରଫ ଜବତ କରିଥିଲା ନଯାପଲ୍ଲୀ ପୋଲିସ । ଦୁଇ ଜଣ ଚାଲାଣକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

ଭରତପୁରରୁ ବି ଜବତ ହୋଇଥିଲା ବେଆଇନ କଫ ସିରଫ:

ଗତବର୍ଷ ମଧ୍ୟ ୨୦୨୩ରେ ମେ ୧ରେ ଭରତପୁର ଥାନା ଅଞ୍ଚଳରେ ଜବତ ହୋଇଥିଲା ବିପୁଳ ପରିମାଣର ବେଆଇନ କଫସିରଫ । ମଞ୍ଚେଶ୍ବରର ଏକ ଫାର୍ମା ଷ୍ଟକ ପଏଣ୍ଟ ଏସବୁ କଫ ସିରଫ ସପ୍ଲାୟ‌ ବେଳେ ଧରପଗଡ କରି ଜଡତ କରିଥିଲା କମିଶନରେଟ ପୋଲିସ ଓ ଡ୍ରଗସ କଣ୍ଟ୍ରୋଲ ।

କଣ ଏହି କଫ ସିରଫ ?

କଫ ସିରଫ ବିକ୍ରି ନେଇ ଚଢାଉ
ବେଆଇନ କଫସିରଫ ବିକ୍ରି ନେଇ ଚଢାଉ (ETV Bharat Odisha)

କଫ ସିରଫ ଏକ ଓଷଧ । ଯାହାକି ଡାକ୍ତର ପରାମର୍ଶ କ୍ରମେ ଏହାକୁ ଦୋକାନୀ ବିକ୍ରି କରିଥାନ୍ତି । ଶସ୍ତାରେ ବଜାରରେ ମିଳୁଥିବାରୁ କଫ ସିରଫ । ଅଳ୍ପ ଦାମରେ କିଣି ଏହାର ଫୁଲ୍ ଓ ନିଶା ପାଇ ଆପଣାଉଛନ୍ତି ନିଶାଡି । ଏପରିକି ଉତ୍ତର ଭାରତରେ ବିକ୍ରୟ ଅନୁମତି ଥିବା କଫ ସିରଫ ଏବେ ପୂର୍ବ ଭାରତ ବଜାରରେ ମଧ୍ୟ ଉପଲବ୍ଧ ହେଉଛି । କୋଡେନ କଫ ସିରଫ ଭଳି କ୍ଲୋରା ଫେନରମାଇନ ଓ ଏସକଫ ଭଳି କଫ ସିରଫ ଚୋରା ବାଟରେ ଓଡିଶା ବଜାରକୁ ଆସୁଛି । ଏଭଳି କଫ ସିରଫ ଯାହାକୁ ବିନା ପ୍ରେସକ୍ରିପସନରେ ବିକିବା କଥା ନୁହେ ।

ନିୟମିତ ଯାଞ୍ଚ ଆବଶ୍ୟକତା ରହିଛି:

ନିଶା କାରବାରରେ କେବଳ ବେଆଇନ କଫ ସିରଫ ନୁହେଁ ଏପରିକି କିଛି ନିଶା ବଟିକା ଯାହା ମଧ୍ୟ ପ୍ରେସକ୍ରିପସପନରେ ବିକ୍ରି ହେବା କଥା । ହେଲେ କିଛି ଖଳ ଲୋକ ଓ ମେଡିସିନ ଦୋକାନୀ ଏଭଳି ବିକ୍ରିର ଅସାଧୁ ବ୍ୟବସାୟ କରୁଛନ୍ତି । ଏପରି ରୀତିମତ ଯାଞ୍ଚ ହେଲେ ଏସବୁ କାରବାର ମଧ୍ୟ ରୋକ ଲାଗିବ ଓ ବିକ୍ରିରେ ରୋକ ଲାଗିବ ।

କମ ଦାମରେ ନିଶା:

ଦାମ କମରେ ଭୟଙ୍କର ନିଶାର ନୂଆ ଟ୍ରେଣ୍ଡ । ଯାହା ପାଇ ବସ୍ତିର ଲୋକ ବା ଶ୍ରମିକ ଶ୍ରେଣୀର ଲୋକ ଯେଉମାନେ ନିଶା ପାଇ ବ୍ୟବହାର କରୁଛନ୍ତି ।ଏପରିକି କିଛି ଅପରାଧି ନିଶା ବଟିକା ନେଇ ଅପରାଧିକ ତତ୍ତ୍ବରେ ବ୍ୟବହାର କରୁଛନ୍ତି । ନିଶା ଦେଇ ଲୁଟ ଭଳି ଅପରାଧ ଘଟାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:

କଫ ସିରଫ ନିଶା କବ୍ଜାରେ ଯୁବପିଢି ! ମାଲାମାଲ ହେଉଛନ୍ତି ଚୋରା ବେପାରୀ - Illegal Sale Of Cough Syrups

ବଲାଙ୍ଗୀରରେ ବେଆଇନ କଫ ସିରଫ ଜବତ, ୩ ଅଭିଯୁକ୍ତ ଗିରଫ - Cough Syrup Bottles Seized

ଭାରତର 7 କଫସିରଫ ବ୍ୟାନ, ଏମିତି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 23, 2024, 3:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.