ଓଡିଶା

odisha

By ETV Bharat Odisha Team

Published : Jun 19, 2024, 10:35 PM IST

ETV Bharat / politics

ମିଛ ଡ୍ରାମା ନ ଦେଖାଇ ମହାନଦୀ ସମସ୍ୟାର ସମାଧାନ କରୁ ବିଜେପି ସରକାର: ତାରା ବାହିନୀପତି - Mahanadi River Water Dispute

Mahanadi River Water Dispute: ୨୦୧୬ ରୁ ଚାଲିଆସିଥିବା ମହାନଦୀ ବିବାଦରେ ସମାଧାନ ବାହାରିବା ନେଇ ଉଠିଛି ଦାବି । କେନ୍ଦ୍ର , ଛତିଶଗଡ଼ ଓ ଓଡିଶାରେ ବିଜେପି ସରକାର ଥିବାରୁ ସମାଧାନ ପାଇଁ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ

Mahanadi River Water Dispute
Mahanadi River Water Dispute (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ତେଜିଲାଣି ମହାନଦୀ ବିବାଦ । ଏହି ପ୍ରସଙ୍ଗରେ ପୂର୍ବରୁ ବିଜେପି ବିଜେଡି ପରସ୍ପରକୁ ଦୋଷାରୋପ କରିଥିବା ବେଳେ ମୈଦାନକୁ କୁଦିଛି କଂଗ୍ରେସ । କେନ୍ଦ୍ରରେ ମୋଦି ସରକାର, ଛତିଶଗଡ଼ରେ ବିଜେପି ସରକାର ଏବଂ ଓଡ଼ିଶାରେ ଏକାକୀ ସରକାର ଗଢ଼ିଛି ବିଜେପି । ତେଣୁ ଟ୍ରିପିଲ ଇଞ୍ଜିନ ସରକାର ଆସିବା ପରେ ମହାନଦୀ ଜଳ ବିବାଦ ସମାଧାନ ହେବାର ସମ୍ଭାବନା ଦେଖା ଯାଇଛି । ଯଦି ବିଜେପି ଓଡ଼ିଶାର ବିକାଶ ଚାହୁଁଛି ତାହେଲେ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ ଜଳ ବିବାଦ ସମାଧାନ ନେଇ ପ୍ରକ୍ରିୟା ଆରମ୍ଭ କରୁ ବୋଲି ବିରୋଧୀ କଂଗ୍ରେସ କହିଛି ।

Mahanadi River Water Dispute (ETV Bharat Odisha)

କଂଗ୍ରେସ ଓଡ଼ିଶାର ସ୍ବାର୍ଥ ରକ୍ଷା କରିବା ପାଇଁ ସାଥ ଦେଵ ବୋଲି କହିଛି କଂଗ୍ରେସ । କୌଣସି ନଦୀ ଗୋଟିଏ ରାଜ୍ୟର ଅଧିକାର ନୁହେଁ । ହୀରାକୁଦକୁ ପାଣି ଆସିବା ଏବଂ ତଳମୁଣ୍ଡରେ ପାଣି ପ୍ରବାହିତ ହେବା । ହୀରାକୁଦର ଉପର ମୁଣ୍ଡରେ କଲମା ବ୍ୟାରେଜ ନିର୍ମାଣ ଯୋଗୁ ମହାନଦୀରେ ପାଣି ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ରାଇପରିଆନ ରାଇଟ୍ସ ନିୟମ ଆଧାରରେ ନଦୀର ତଳ ମୁଣ୍ଡରେ ଯେଉଁ ରାଜ୍ୟ ଥିବ ତାର ବିନା ଅନୁମତିରେ ଉପରେ ମୁଣ୍ଡରେ କୌଣସି ନିର୍ମାଣ କରି ପାରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ...ମହାନଦୀ ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ, 24 ବର୍ଷ ପରେ ବିଜେଡିର ନିଦ ଭାଙ୍ଗିବା ନେଇ ମନ୍ତ୍ରୀଙ୍କ କଟାକ୍ଷ - MAHANADI RIVER WATER DISPUTE

ମହାନଦୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, 'ମହାନଦୀ ଆମର ଜୀବନ ରେଖା । ନରସିଂହ ମିଶ୍ର ବିଧାୟକ ଦଳ ନେତା ସମୟରେ ଆମେ ବହୁତ ଥର ଏହି ପ୍ରସଙ୍ଗ ଉଠାଇଛୁ । ଏବେ ରାଜ୍ୟରେ ଟ୍ରିପଲ ଇଂଜିନ ସରକାର ଚାଲିଛି । ଓଡ଼ିଶାରେ ବିଜେପି ସରକାର, ଛତିଶଗଡରେ ବିଜେପି ସରକାର କେନ୍ଦ୍ରରେ ମଧ୍ୟ ବିଜେପି ସରକାର । ଏବେ ଆଉ ବିରୋଧ କରିବାକୁ କେହି ନାହାନ୍ତି । ମିଛ ଡ୍ରାମା ଦେଖାଇଲେ ଆଉ ହେବନାହିଁ । ତେଣୁ ତୁରନ୍ତ ମହାନଦୀ ସମସ୍ୟାର ସମାଧାନ ବିଜେପି ସରକାର କରନ୍ତୁ । ଓଡିଶାବାସୀଙ୍କୁ ନ୍ୟାୟ ଦିଅନ୍ତୁ ।'

ସୂଚନା 2016 ରେ ମହାନଦୀକୁ ନେଇ ଛତିଶଗଡ଼ ଏବଂ ଓଡିଶା ମଧ୍ୟରେ ମହାନଦୀ ଜଳ ବିବାଦ ସାମ୍ନାକୁ ଆସିଥିଲା । 2017ରେ ଓଡିଶା ଛତିଶଗଡ଼ ଏବଂ କେନ୍ଦ୍ର ସରକାରଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । କୌଣସି ସମାଧାନର ରାସ୍ତା ନମିଳିବାରୁ ଓଡିଶା ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲା । 2018 ମାର୍ଚ୍ଚ ମାର୍ଚ୍ଚ 12 ରେ ଟ୍ରିବୁନାଲ ଗଠନ ହୋଇଥିଲା । ଆଜି ପର୍ଯ୍ୟନ୍ତ କେସ ଚାଲିଛି । ସୂଚନା ଥାଉ କି ଛତିଶଗଡ଼ ରମଣ ସିଂହ ସରକାର ସମୟରେ ଛୋଟ ବଡ଼ ହୋଇ 2000ରୁ ଅଧିକ ଆନିକଟ, ବନ୍ଧ, ଡ୍ୟାମ ନିର୍ମାଣ କରାଯାଇଛି । 6 ଟି ବ୍ୟାରେଜ ନିର୍ମାଣ କରିଛି ଛତିଶଗଡ଼ । କଲମା, ଶିରୋମଣି ଭଳି ବଡ଼ ବଡ଼ ବ୍ୟାରେଜ ବେନିୟମ ଭାବେ ନିର୍ମାଣ କରିଛି ଛତିଶଗଡ଼ । 2024 ସାଧାରଣ ନିର୍ବାଚନ ଫଳାଫଳ ଏବେ ମହାନଦୀ ପ୍ରସଙ୍ଗ କୁ ଅଧିକ ଖୋରାକ ଯୋଗାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details