ଓଡିଶା

odisha

ETV Bharat / politics

ମୁମ୍ବାଇ ନିବେଶକ ସମ୍ମିଳନୀ; ଓଡିଶାରେ 1 ଲକ୍ଷ କୋଟି ପୁଞ୍ଜିନିବେଶ କରିବ ବେଦାନ୍ତ, ଅନନ୍ତ ଆମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁମ୍ବାଇରେ ବେଦାନ୍ତ କମ୍ପାନୀ ମୁଖ୍ୟ ଅନୀଲ ଅଗ୍ରୱାଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାକ୍ଷାତ । ଓଡ଼ିଶାରେ ବେଦାନ୍ତ କମ୍ପାନୀର ଶିଳ୍ପ ପ୍ରସାରଣ ପାଇଁ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

By ETV Bharat Odisha Team

Published : 4 hours ago

Updated : 2 hours ago

Investors Conference in Mumbai
Investors Conference in Mumbai (@CMO_Odisha)

ହାଇଦ୍ରାବାଦ:ମୁମ୍ବାଇରେ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ଶୁକ୍ରବାର) ନିବେଶକ ସମ୍ମିଳନୀରେ ଯୋଗ ଦେଇଛନ୍ତି । India Chem ସମ୍ମିଳନୀରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ନିବେଶକ ସମ୍ମିଳନୀରେ ପୁଞ୍ଜିପତିଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି । ଜାନୁଆରୀ ୨୦୨୫ରେ ଓଡ଼ିଶାରେ ହେବ ଉତ୍କର୍ଷ ସମ୍ମିଳନୀ ।

ମୁମ୍ବାଇରେ ନିବେଶକ ସମ୍ମିଳନୀ-

  • ମୁମ୍ବାଇରେ ଆରମ୍ଭ ହେଲା ନିବେଶକ ସମ୍ମିଳନୀ
  • ପ୍ରଥମ ଦିନରେ ନିବେଶକଙ୍କ ସହ ଆଲୋଚନା ଆରମ୍ଭ
  • ପ୍ରତିଷ୍ଠିତ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସହ ଆଲୋଚନା ଜାରି

ଶିଳ୍ପପତିଙ୍କ ସହ ଆଲୋଚନା-

ମୁମ୍ବାଇରେ ବେଦାନ୍ତ କମ୍ପାନୀ ମୁଖ୍ୟ ଅନୀଲ ଅଗ୍ରୱାଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାକ୍ଷାତ । ଓଡ଼ିଶାରେ ବେଦାନ୍ତ କମ୍ପାନୀର ଶିଳ୍ପ ପ୍ରସାରଣ ପାଇଁ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ ।

ଶିଳ୍ପପତିଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି କି, "ମୁମ୍ବାଇ ଠାରେ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ସାକ୍ଷାତକରି ରାଜ୍ୟରେ ବେଦାନ୍ତ ଆଲୁମିନିୟମର ସଂପ୍ରସାରଣ ଏବଂ ନିବେଶ ସମ୍ପର୍କରେ ବିସ୍ତୃତ ଆଲୋଚନା କଲି । ରାଜ୍ୟରେ ବହୁତ ଶୀଘ୍ର ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ଆୟୋଜନ କରାଯିବ । ନିବେଶ ପାଇଁ ସ୍ଵତନ୍ତ୍ର ପ୍ରୋତ୍ସାହନ ସହିତ ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ 'ପୂର୍ବୋଦୟ ବିକାଶ'ର କେନ୍ଦ୍ରବିନ୍ଦୁ ସାଜିବ ।"

ମୁଖ୍ୟମନ୍ତ୍ରୀ ପୁଣି ଲେଖିଛନ୍ତି, "ମୁମ୍ବାଇ ଠାରେ JSWର ବରିଷ୍ଠ ଅଧିକାରୀଙ୍କୁ ଭେଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କଲି । ଓଡ଼ିଶାରେ EV, ଲିଥିୟମ୍ ଆୟନ ବ୍ୟାଟେରି ଏବଂ 32 MTPA ଇସ୍ପାତ ପ୍ରକଳ୍ପର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ । ଏହାଦ୍ବାରା ଇସ୍ପାତ, EV କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହେବ ।"

ଏହା ବି ପଢନ୍ତୁ- ଦିଲ୍ଲୀ ପରେ ମୁମ୍ବାଇରେ ମୋହନ ମାଝୀ ସରକାରଙ୍କ ନିବେଶକ ସମ୍ମିଳନୀ, ଶୁକ୍ରବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ‘ଓଡ଼ିଶା ହେବ ଶିଳ୍ପ ହବ’ 34 ରାଷ୍ଟ୍ରଦୂତ ଏବଂ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା - Delhi Ambassadors Meet

ଏହା ପୂର୍ବରୁ 'India Chem 2024' ସମ୍ମିଳନୀରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି କି, "ମୁମ୍ବାଇ ଠାରେ ଆୟୋଜିତ 'India Chem 2024' ରେ ପ୍ରମୁଖ ନେତୃତ୍ଵଙ୍କ ସହ ଯୋଗଦେଲି । ଦେଶରେ ରାସାୟନିକ ଉଦ୍ଯୋଗ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି, ନିବେଶ ସମ୍ଭାବନା, ନିଯୁକ୍ତି ପ୍ରଦାନ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ସଫଳ ଆଲୋଚନା କରାଯାଇଛି । ବିଶ୍ବରେ ରାସାୟନିକ ଉଦ୍ୟୋଗ କ୍ଷେତ୍ରରେ ଭାରତର ବିଶେଷ ଯୋଗଦାନ ରହିଛି । ନୂତନ ସମ୍ଭାବନାକୁ ପ୍ରୋତ୍ସାହନ, ବୈଦେଶିକ ରାସାୟନିକ ଉଦ୍ୟୋଗକୁ ନିବେଶ ସୁଯୋଗ ପ୍ରଦାନ ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତକୁ ବିଶ୍ଵର ରାସାୟନିକ ଉଦ୍ୟୋଗର କେନ୍ଦ୍ରବିନ୍ଦୁ କରିବା ନିମନ୍ତେ ଅନେକ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ 'ପୂର୍ବୋଦୟ ବିକାଶ'ର ସ୍ଵପ୍ନକୁ ସାକାର କରିବା ନିମନ୍ତେ ଓଡ଼ିଶା ମଧ୍ୟ ନିଜର ଯୋଗଦାନକୁ ଆହୁରି ସଶକ୍ତ କରିଛି। ରାସାୟନିକ କ୍ଷେତ୍ରରେ ନୂତନ ଉଦ୍ଯୋଗ ସହିତ ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହାକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ' ଆୟୋଜନ କରିବାକୁ ଯାଉଛି । ନିବେଶକଙ୍କ ନିମନ୍ତେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ନିବେଶ ସ୍ଥଳରେ ପରିଣତ କରିବା ପାଇଁ ଆମେ ପ୍ରତିବଦ୍ଧ। ଯାହାକି ଆଗାମି ଦିନରେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣରେ ପ୍ରମୁଖ ଭୂମିକା ନେବା ସହିତ ଭାରତର ଆର୍ଥିକ ପ୍ରଗତିରେ ନିଶ୍ଚୟ ସହାୟକ ହେବ ।"

ଏହା ବି ପଢନ୍ତୁ- ଦିଲ୍ଲୀରେ ନିବେଶକ ସମ୍ମିଳନୀ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପୁଞ୍ଜି ନିବେଶ ଯୋଜନା, ୩୪ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା - Utkarsh Odisha Conclave

ଏପଟେ IndiaChem2024 ସମ୍ମିଳନୀ ପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୋସିଆଲ ମିଡିଆରେ ଲେଖିଛନ୍ତି କି, "ଆଜି ମୁମ୍ବାଇ ଠାରେ ଆୟୋଜିତ #IndiaChem2024 ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ଼ଃ. ମୋହନ ଯାଦବ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଯୋଗଦେଲି l"

ମନ୍ତ୍ରୀ ପୁଣି ଲେଖିଛନ୍ତି, "IPR 2022 ଦ୍ୱାରା ଆମ ସରକାର ପୁଞ୍ଜି ବିନିଯୋଗ, ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ, SGST ଫେରସ୍ତ ଏବଂ ବିଦ୍ୟୁତ୍ ମୂଲ୍ୟ ରିହାତି ଭଳି ନୀତି ଗ୍ରହଣ କରିଛନ୍ତି, ଯାହା ରାଜ୍ୟରେ ରସାୟନ ଶିଳ୍ପ ପ୍ରତିଷ୍ଠା ଓ ଅଭିବୃଦ୍ଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଛି l ଓଡିଶା ପ୍ରଦାନ କରୁଥିବା ଏହି ବିପୁଳ ସୁଯୋଗର ଫାଇଦା ଉଠାଇବା ପାଇଁ ଶିଳ୍ପପତି, ନିବେଶକ ଏବଂ ଉଦ୍ୟୋଗୀ ମାନଙ୍କୁ ଅନୁରୋଧ କରୁଛି l"

ଅସନ୍ତାବର୍ଷ ଜାନୁଆରୀରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା-

ମେକ ଇନ୍ ଓଡ଼ିଶା 2025 । କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଜୋରଦାର ଉଦ୍ୟମ କରୁଛନ୍ତି ମୋହନ ସରକାର । ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ସମ୍ମିଳନୀ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ଓ ରାଜ୍ୟ ସରକାର ବରିଷ୍ଠ ଅଧିକାରୀ ନିବେଶକ ଓ ପୁଞ୍ଜିନିବେଶଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ।

ନୂଆଦିଲ୍ଲୀ ପରେ ମୁମ୍ବାଇରେ ରୋଡ଼ ସୋ'-

ନୂଆଦିଲ୍ଲୀ ପରେ ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ସୋ' । 18 ଓ 19ରେ (ଆଜି ଏବଂ ଆସନ୍ତାକାଲି) ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ରାଜ୍ୟର ବରିଷ୍ଠ ଅଧିକାରୀ । ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜିନିବେଶକଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । 19 ତାରିଖରେ 300ରୁ ଉର୍ଦ୍ଧ୍ବ ନିବେଶକଙ୍କ ସହ ଆଲୋଚନା କରିବେ ମୋହନ ସରକାର । ବିଭିନ୍ନ ସେକ୍ଟରର ନିବେଶକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

Last Updated : 2 hours ago

ABOUT THE AUTHOR

...view details